ଟିକିରି : ରାୟଗଡା ଜିଲ୍ଲା କାଶିପୁର ବ୍ଲକ ଟିକିରି ରେଳଷ୍ଟେସନରେ ସମଲେଶ୍ଵରୀ ଟ୍ରେନ ରହଣି ଓ ରାସ୍ତା, ପାନୀୟ ଜଳ ଓ ଆଲୋକିକରଣ ଦାବି କରି ଟିକିରି ଅଞ୍ଚଳର ବୁଦ୍ଧିଜୀବୀ ଏବଂ ସାଧାରଣ ଜନତା ବାରମ୍ବାର ଦାବି କରିଆସୁଥିବା ବେଳେ ରେଳ ବିଭାଗ ୩ବର୍ଷ ହେଲାଣି ସମୟ ଗଡାଇ ପ୍ରତିସୃତି ପରେ ପ୍ରତିଶ୍ରୁତି ଦେଇ ଚାଲିଛନ୍ତି । ରେଳ ରହୋଣୀ ପାଇଁ ରେଳ ରୋକ ଆହ୍ବାନ ଦେଲା ପରେପରେ ରେଳ ବିଭାଗ ଓ ଜିଲ୍ଲା ପ୍ରଷାସନ ଆସି ରେଳ ରୋକ ଭଣ୍ଡୁର କରିଥାନ୍ତି । ଠିକ ସେହିପରି ଆସନ୍ତା ଜୁନ ୫ତାରିଖରେ ମଧ୍ୟ ରେଳରୋକ ଡାକରେ ଦେଇଥିଲେ ଟିକିରି ଅଞ୍ଚଳର ବୁଦ୍ଧିଜୀବୀମାନେ | ଆଜି ଓ୍ବାଲଟିୟର ଡିଭିଜନ ଡିଆରଏମ ଅନୁପ ଶତପଥୀ ଙ୍କ ୨ଦିନ କୋରାପୁଟ ଗସ୍ତ ସମୟରେ ଟିକିରି ଷ୍ଟେସନ ଠାରେ ରହଣି କରି ଟିକିରି ଅଞ୍ଚଳ ର ବୁଦ୍ଧିଜୀବୀମାନଙ୍କ ସହ ଆଲୋଚନା କରି କହିଲେ ଯେ ସେ ରେଳବୋର୍ଡ କୁଜଣାଇଛନ୍ତି | ଆସନ୍ତା ୮/୧୦ ଦିନ ମଧ୍ୟରେ ଏହାର ସମାଧାନ ହେବ ବୋଲି କହିଛନ୍ତି।
ରେଳ ଷ୍ଟେସନ କୁ ସଂଯୋଗ କରୁଥିବା ରାସ୍ତା ଓ ଆଲୋକୀ କୋରଣ ପାଇଁ ଉତ୍କଳ ଆଲୁମିନା କମ୍ପାନୀ କୁ କରିବାପାଇଁ ସୁପାରିସ କରିଛନ୍ତି ବୋଲି କହିଛନ୍ତି । ଟିକିରି ଅଞ୍ଚଳ ଚାଷୀ ମାନଙ୍କର ମଧ୍ୟ ଗୋଟିଏ ଦାବି ଅଛି ତାହାହେଲା ରେଳ ଲାଇନର ଆରପାରିରେ ଶହଶହ ଏକର ଚାଷଜମି ରହିଅଛି ଏହି ଚାଷ ଜମିକୁ ଯିବାକୁ ହେଲେ ପ୍ରାୟ ୨କିମି ରାସ୍ତା ବୁଲିକି ଯିବାକୁ ପଡୁଛି ଏଠାରେ ଏକ ଅଣ୍ଡରଗ୍ରାଉଣ୍ଡ ରାସ୍ତା ନିର୍ମାଣ ପାଇଁ ଡି ଆର ଏମ ଙ୍କୁ ଜଣାଇଛନ୍ତି।
ଡିଆରଏମ ଙ୍କ ପ୍ରତିଶ୍ରୁତି ପରେ ଆସନ୍ତା ୫ତାରିଖରେ ହେବାକୁ ଥିବା ରେଳରୋକ ବାତିଲ କରାଗଲା ବୋଲି ରେଳରୋକ ଆବାହକ ଗୌରାଙ୍ଗ ସାହୁ କହିଛନ୍ତି । ଆଜି ରାୟଗଡା ଉପଜିଲ୍ଲାପାଳ ଭୀମସେନ ସବର, କାଶିପୁର ତହସିଲଦାର ଶରତ ସବର, ଏସଡିପିଓ ଦେବଜ୍ୟତି ଦାସ, ଟିକିରି ଆଇଆଇସି ବିଜୟଲକ୍ଷ୍ମୀ ହିକକା ଓ ଅଞ୍ଚଳବାସୀ ଉପସ୍ଥିତ ରହିଥିଲେ।