ଜଳ ନିଷ୍କାସନ ବ୍ୟବସ୍ଥା ସିଲ, ଜଳ ଜମି ଉପରୁ ଜବରଦଖଲ ଉଚ୍ଛେଦ ନ ହେଲେ ଆନ୍ଦୋଳନର ଚେତାବନୀ

ଭଦ୍ରକ : ଭଦ୍ରକ ସହର ରେ ଦିନକୁ ଦିନ ସରକାରୀ ଜାଗା ଜବର ଦଖଲ ଯୋଗୁଁ ଜଳ ନିଷ୍କାସନ ସମସ୍ୟା ହେଉଥିବା ନେଇ ଆଜି 5 ଟି ୱାର୍ଡ଼ ଓ ଗୋଟିଏ ପଂଚାୟତ ରୁ ଯୁବକ ମାନେ ଆସି ଜିଲ୍ଲାପାଳ ଙ୍କୁ ଅଭିଯୋଗ କରିଛନ୍ତି | ପରେ ଅତିରିକ୍ତ ଜିଲ୍ଲାପାଳ ଆଲୋଚନା ମଧ୍ୟ କରିଛନ୍ତି l ତେବେ ଭଦ୍ରକ ର ୧, ୨, ୩, ଚାରି ନଂ ୱାର୍ଡ଼ ଏବଂ ଚରମ୍ପା ଓ ଗେଲଟୁଆ ଗାଁ ଲୋକେ ଅଭିଯୋଗ ପତ୍ର ପ୍ରଦାନ କରିଛନ୍ତି l ଅଭିଯୋଗ ରେ ଦର୍ଶାଇ ଛନ୍ତି ଯଦି ନିଷ୍କାସନ ନାଳ ଜବର ଦଖଲ ମୁକ୍ତ କରି ସମାଧାନ କରା ନ ଯାଏ ବଡ଼ ଆନ୍ଦୋଳନ କୁ ଓହ୍ଲlଇ ଗାଁ ଲୋକେ ଓ ଚାଷୀ ମାନେ ଆସି ବସିବେ l

ଚରମ୍ପା ରେଲୱେ ପୋଲ ଦେଇ ବ୍ରିଟିଶ ଅମଳ ରୁ ହଦଗଡ଼ ଅଞ୍ଚଳ ରୁ ଆସୁଥିବା ବର୍ଷାଜଳ ବାଇପାସ ଛପୁଲିଆ ଦେଇ ବାହାରି ଥାଏ l ରେଳ ପୋଲ ଠାରୁ ଛପୁଲିଆ ବ୍ରିଜ ପର୍ଯ୍ୟନ୍ତ ନିଷ୍କାସନ ପଥ ରେ ବହୁ ଲୋକ ଘର ପାଚେରୀ କଲେଣି, ଯାହା ନେଇ ଚରମ୍ପା ଅଞ୍ଚଳ, ଗେଲଟୁଆ ଆଉ ଚାଷଜମି ସବୁ ବୁଡ଼ିଯିବ, ପ୍ରାୟ 50 ହାଜର ଲୋକ ହଇରାଣ ହେବେ l ଭଦ୍ରକ ଡ୍ରେନେଜ ଡିଭିଜନ, ଜଳ ସେଚନ ବିଭାଗ, ତହସିଲଦାର ଏହା ଉପରେ ପଦକ୍ଷେପ ନେବାକୁ ଦାବି କରା ଯାଇଛି l

nis-ad
Leave A Reply

Your email address will not be published.