ସମୁଦ୍ରରେ ବୁଡି ଜଣେ ମୃତ୍ୟୁ ଓ ଜଣେ ନିଖୋଜ…

ଛତ୍ରପୁର : ଗଞ୍ଜାମ ଛତ୍ରପୁର ବ୍ଲକ ଆର୍ଯ୍ୟପଲ୍ଲି ଗ୍ରାମରେ ଅଭାବନୀୟ ଘଟଣା ଘଟିଛି | ସମୁଦ୍ରରେ ଗାଧୋଇବା ବେଳେ ଭାସିଗଲେ ଦୁଇ ଛାତ୍ରୀ ଜଣେ ମୃତ ଜଣେ ନିଖୋଜ ରହିଛନ୍ତି | ମୃତ ଛାତ୍ରୀ ଜଣଙ୍କ ହେଲେ କନିଷିର ସ୍ୱପ୍ନା ରାଣୀ ପଣ୍ଡିତ ଏବଂ ନିଖୋଜ ଛାତ୍ରୀ ଜଣକ ହେଲେ ଶେରଗଡ଼ର ହରିକୃଷ୍ଣପୁର ର ପ୍ରଜ୍ଞାରାଣୀ ତ୍ରିପାଠୀ | ଉଭୟ ଯାତ୍ରା ଦେଖିବା ପାଇଁ ନିଜ ସମ୍ପକୀୟ ଘର ଆର୍ଯ୍ୟପଲ୍ଲିକୁ ଆସିଥିବା ବେଳେ ଆଜି ସକାଳ ୭ଟା ବେଳେ ୫ଜଣ ସାଙ୍ଗ ମିଶି ସମୁଦ୍ର କୁ ଗାଧୋଇବା ପାଇଁ ଯାଇଥିବା କୌଣସି କାରଣ ବଶତଃ ଭାସିଯାଇଥିଲେ 5ଜଣ | ସେଠାରେ ଉପସ୍ଥିତ ଥିବା ଗ୍ରାମବାସୀ ୩ଜଣ ସୁରକ୍ଷିତ ଭାବେ ଉଦ୍ଧାର ହୋଇଥିବା ବେଳେ ଜଣେ ମୃତ ଏବଂ ଜଣେ ନିଖୋଜ ହୋଇଛନ୍ତି | ମୃତ୍ୟୁ ଛାତ୍ରୀ ଶବକୁ ପୁଲିସ ଜବତ କରି ଶବ ବ୍ୟବଛେଦ ପାଇଁ ମେଡିକାଲକୁ ପଠାଇଛି | ଏବେ ବି ନିଖୋଜ ଥିବା ଛାତ୍ରୀକୁ ଗ୍ରାମବାସୀ, ମେରାଇନ ପୁଲିସ, ଅଗ୍ନିଶମ ବାହିନୀ, କୋଷ୍ଟଗାର୍ଡ ଓ ଓଡ୍ରାଫ ମିଳିତ ଉଦ୍ୟମରେ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି | ଏବେ air craft ଯୋଗେ ସନ୍ଧାନ ଜାରି ରହିଛି

nis-ad
Leave A Reply

Your email address will not be published.