ବ୍ୟାଟମିଣ୍ଟନ ସମରକ୍ୟାମ୍ପ ୨୦୨୩ ଉଦଯାପିତ

ହିଞ୍ଜିଳିକାଟୁ ୩୧।୫ : ହିଞ୍ଜିଳିକାଟୁ ପୌରପରିଷଦ ଅନ୍ତର୍ଗତ ମିନିଷ୍ଟାଡିୟମ ପରିସରରେ ଥିବା ଇଣ୍ଡୋର ଷ୍ଟାଡିୟମରେ ଏକ ମାସ ଧରି ଚାଲିଥିବା ଵ୍ୟାଟମିଣ୍ଟନ ସମରକ୍ୟାମ୍ପ ୨୦୨୩ ଉଦଯାପିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ମୁଖ୍ୟମନ୍ତ୍ରୀଙ୍କ ସ୍ବତନ୍ତ୍ର ଉପ ସଚିବ ଶୁଭ୍ରାଂଶୁ ଶେଖର ମିଶ୍ର ଓ ଅନ୍ୟତମ ଅତିଥିଭାବେ ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡା ଯୋଗଦେଇ କୃତି ପ୍ରତିଯୋଗିତାଙ୍କୁ ପୁରସ୍କୃତ କରିଥିଲେ। ହିଞ୍ଜିଳିକାଟୁ ପୌରପରିଷଦ ଦ୍ୱାରା ବେଡ଼ମିଣ୍ଟନ ଵ୍ୟାଟମିଣ୍ଟନ ସମରକ୍ୟାମ୍ପ ଆୟୋଜନ କରାଯାଇଥିଲା । ଏହି ସମରକ୍ୟାମ୍ପ ରେ ୫୦ ଜଣ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ। ବାଳକ ବିଭାଗ ଓ ବାଳିକା ଵିଭାଗ ଦୁଇ ଭାଗରେ ଵ୍ୟାଟ ମିଣ୍ଟନ ଅନୁଷ୍ଠିତ ହୋଇଥିଲା। ଅତିଥି ବୃନ୍ଦ ଉଭୟ ବାଳକ ଓ ବାଳିକା ମଧ୍ୟରେ ଅନୁଷ୍ଠିତ ଚମ୍ପିଆନ ରେ ବାଳକ ରନର ୱିନର ଓ ବାଳିକା ରନର ୱିନର ଦଳକୁ ଟ୍ରଫି ପ୍ରଦାନ କରାଯାଇଛି। ଏଥି ସହିତ ସମସ୍ତ ଭାଗ ନେଇଥିବା ପ୍ରତିଯୋଗୀମାନଙ୍କୁ ମାନପତ୍ର ଦେଇ ଉତ୍ସାହିତ କରିଥୁଲେ ଅତିଥିବୃନ୍ଦ।

ହିଞ୍ଜିଳିକାଟୁ ପୌରପରିଷଦ ଦ୍ୟାରା ଆୟୋଜିତ ଵ୍ୟାଟମିଣ୍ଟନ ସମରକ୍ୟାମ୍ପ ରେ କୋଚ ରାହୁଲ ପାସୱାନ ଓ ପୁର୍ବତନ କୋଚ ମନୋଜ କୁମାର ସାବତ ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ପୌରପରିଷଦ ନିର୍ବାହୀ ଅଧିକାରୀ ଜୁବୁଲି ଚରଣ ବେହେରା ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦଯାପନୀ ଉତ୍ସବରେ ହିଞ୍ଜିଳିକାଟୁ ପୌରପରିଷଦ ଅଧ୍ୟକ୍ଷ ସୁବାସ ଚନ୍ଦ୍ର ପଲେଇ, ହିଞ୍ଜିଳିକାଟୁ ପୌରପରିଷଦ ଉପାଧ୍ୟକ୍ଷା ସୁଚିତ୍ରା ପଣ୍ଡା, ଵିଜେଡି ଓଡିଶା ସାଧାରଣ ସମ୍ପାଦକ ଦେବାନନ୍ଦ ମହାପାତ୍ର, ଗ୍ରୀଟ ଅଧ୍ୟକ୍ଷ ପବିତ୍ର ମୋହନ ପାଣିଗ୍ରାହୀ, ହିଞ୍ଜିଳିକାଟୁ ପୌରପରିଷଦ ଵିଜେଡି ସଭାପତି ଭୀମସେନ ଵେହେରାଵିଜେଡି ନେତା ସଞ୍ଜୟ କୁମାର ପଣ୍ଡା, ବିଜେଡି ନେତା ପ୍ରଦିପ କୁମାର ପଣ୍ଡା, ହିଞ୍ଜିଳିକାଟୁ ପୌରପରିଷଦ ସମସ୍ତ ସଭ୍ୟ ଓ ସଭ୍ୟା ଉପସ୍ଥିତ ଥିଲେ।

nis-ad
Leave A Reply

Your email address will not be published.