ଟୋପାଏ ପାଣି ପାଇଁ ଡ଼ହଳ ବିକଳ ହେଉଛନ୍ତି ସାହିବାସିନ୍ଦା


କାଶିପୁର : ରାୟଗଡା ଜିଲା କାଶିପୁର ଶଙ୍କରଡା ପଞ୍ଚାୟତ ଆଦିବାସି ସାହିରେ ଦୀର୍ଘ ଦିନ ହେଲା ପାଣିର ସମସ୍ୟା ରହିଛି । ଏନେଇ ସରପଞ୍ଚ ଠାରୁ ଆରମ୍ଭ କରି ବିଡିଓ ଙ୍କୁମଧ୍ଯ ଜଣାଇଛନ୍ତି । କିନ୍ତୁ ଆଜି ପର୍ଯ୍ୟନ୍ତ କୈଣଷି ସୁଫଳ ମିଳିନାହିଁ ଯାହା ଫଳରେ । ବାଧ୍ୟ ହୋଇ ନିକଟର ଥିବା ନାଳ ଓ ଚୁଆ ଉପରେ ନିର୍ଭର କରି ଚଳୁଛନ୍ତି। ଶଙ୍କରଡା ହରିଜନ ସାହି ଓ ତଳ ସାହିରେ ମେଗା ପ୍ରକଳ୍ପ ପାଇପ ପକାଯାଇଛି କିନ୍ତୁ ସେହି ସବୁ ସେଠି ପଡିରହିଛି । ଦୁଇଟି ସାହି ପାଇଁ ଦୁଇଟି ସୋଲାର ଚାଳିତ ପାଣି ଟାଙ୍କିର ବ୍ୟବସ୍ଥା ମଧ୍ୟ କରାଯାଇଛି । ସେହି ସୋଲାର ଚାଳିତ ପାଣି ପାଇପରୁ ଅଳ୍ପ ପାଣି ବାହାରୁଛି ଆଉ କିଛି ସମୟ ଅପେକ୍ଷା କରିଲେ ଆଉଥରେ ପାଣି ବାହାରୁଛି ବୋଲି ସାହି ଵାସିନ୍ତା କହିଛନ୍ତି । ସେହି ଗ୍ରାମର କିଛି ଲୋକ କହିବା ଅନୁଯାୟୀ ବର୍ଷା ମାସ ହେଲେ ଦୂଷିତ ପାଣି ପିଇ ନାନା ରୋଗରେ ଆକ୍ରାନ୍ତ ହୋଇଥିଲେ । ପାଣି ପାଇଁ ମଧ୍ୟ ସାହି ସାହି ମଧ୍ୟରେ କଳି କଜିଆ ହୋଇ ଥାନା କୁ ମଧ୍ଯ ଯାଇଥଲେ। ଏହି ପରି ସମସ୍ୟା ପାଇଁ ସରପଞ୍ଚ କୁ ବାରମ୍ବାର କହିଲେ ତାଙ୍କ ଉପରିସ୍ଥ ଅଧିକାରୀ ଙ୍କୁ ଜଣାଇଛନ୍ତି ।ବୋଲି କହି କହି ଚାଲିଛନ୍ତି । ଏହା ପରେ ଆମେ ସେଠାକାର ସରପଞ୍ଚ ଚୁକୁମୁକି ମାଝି କୁ ପଚାରିବା ପାଇ ବହୁତ ଥର ଚେଷ୍ଟା କରି କିନ୍ତୁ ତାଙ୍କ ଫୋନ ରିଙ୍ଗ ହେଉଛି କିନ୍ତୁ ଫୋନ ରିସଭ କରୁନଥିବା ବେଳେ ତାଙ୍କ କୈଣସି ପ୍ରତିକିୟା ମଧ୍ୟ ମିଳି ପାରି ନାହିଁ । ଶଙ୍କରଡା ପଞ୍ଚାୟତର ଆଦିବାସୀ ସାହିରେ ବସବାସ କରୁଛନ୍ତି ୧୮୦ଟି ପରିବାର ଓ ଜନସଂଖ୍ୟା ହେଉଛନ୍ତି ପ୍ରାୟ୭୦୦ଓ ସେହି ଭଳି ହରିଜନ ସାହି ବସବାସ କରୁଛନ୍ତି ୧୦୦ ପରିବାର ଜନସଂଖ୍ୟା ହେଉଛନ୍ତି ପ୍ରାୟ ୩୦୦ । ଏହା ସହ ଏହି ଦୁଇ ସାହିରେ ପାନୀୟ ଜଳ ସୁବିଧା ଯଦି କରାନ ଯାଏ ଅନ୍ୟ ଦିନରେ ରାୟଗଡା ଓ କାଶିପୁର ବ୍ଳକ କୁ ସଯୋଗ କରୁଥିବା ମୁଖ୍ୟ ରାସ୍ତା ଅବରୋଧ କରି ବସିବୁ ବୋଲି ସେଠାକାର ମହିଳା ମାନେ କହିଛନ୍ତି । ହେଲେ ଦେଖିବାକୁ ବାକି ରହିଲା ଏହି ସମସ୍ୟାର ସମାଧାନ କେବେ ହେଉଛି |

nis-ad
Leave A Reply

Your email address will not be published.