ସରକାରଙ୍କ 5T ବ୍ୟବସ୍ତା କେବଳ ଧୂଆଁ ବାଣ…
ମାଲକାନଗିରି : ସଦର ମହକୁମାରେ ଦେଖିବାକୁ ମିଳିଛି ହୃଦୟ ଭଙ୍ଗା ଦୃଶ୍ୟ ଉଚ୍ଚଶିକ୍ଷାରେ ଅର୍ଥ ପ୍ରତିବନ୍ଧକ ଡହଡହ ଖରାରେ ପଥର ବୋଝେଇ ଝୁଡି ବୋହୁଛି ବଣ୍ଡା ଜନଜାତିର ଏହି ଝିଅ କର୍ମା ମୁଦୁଲି । ନିଜ ପଢା ଖର୍ଚ୍ଚ ମେଣ୍ଟାଇବାକୁ କରୁଛି ହାଡଭଙ୍ଗା ପରିଶ୍ରମ । ଗତବର୍ଷ ଯୁକ୍ତ ଦୁଇ ବାଣିଜ୍ୟରେ ମାଲକାନଗିରି ଜିଲ୍ଲାରେ ସର୍ବୋଚ୍ଚ ନମ୍ବର ରଖି ପାସ୍ କରିଥିଲେ କର୍ମା । 76.22% ରଖି +୨ ବାଣିଜ୍ୟ ମହାବିଦ୍ୟାଳୟ ରୁ ୨୦୨୨ ରେ ପାସ କରି ବର୍ତ୍ତମାନ ରମାଦେବୀ ମହିଳା ବିଶ୍ଵବିଦ୍ୟାଳୟ ଭୁବନେଶ୍ବର ରେ +୩ ବାଣିଜ୍ୟ ଛାତ୍ରୀ ରୂପେ ଅଧ୍ୟୟନ କରୁଛନ୍ତି । ଜିଲ୍ଲା ପ୍ରଶାସନ, ବାଲିମେଳା ଏନ୍ ଏ ସି, ଗୋବିନ୍ଦପାଲି କଲେଜ୍, ଖଇରପୁଟ ପ୍ରଶାସନ ଏପରିକି ଓଡ଼ିଶାର ମହାମହିମ ରାଜ୍ୟପାଳ ମଧ୍ୟ ତାକୁ ସମ୍ମାନିତ କରିଥିଲେ । ସରକାର ଆଶ୍ଵାସନା ଦେଇଥିଲେ ଯେ ଉଚ୍ଚ ଶିକ୍ଷାର ସମସ୍ତ ଖର୍ଚ୍ଚ ସରକାର ବହନ କରିବେ l ତାପରେ ରମାଦେବୀ ମହାବିଦ୍ୟାଳୟରେ ଯୁକ୍ତ ୩ରେ ନାମ ଲେଖାଇଥିଲେ । କିନ୍ତୁ ଦୁଃଖ ବିଷୟ ବର୍ତ୍ତମାନ ସେ ହଷ୍ଟେଲ ଖର୍ଚ୍ଚ ୧୨୦୦୦ ଟଙ୍କା (ପ୍ରତିବର୍ଷ) ମୋଟ ୨୪୦୦୦ ଟଙ୍କା, ବହି ଖାତା ଓ ଅନ୍ୟ ପାଠ୍ୟ ଖର୍ଚ୍ଚ ୫୦୦୦ ଟଙ୍କାର ନିତାନ୍ତ ଆବଶ୍ୟକ ରହିଥିବା ବେଳେ ଏହି ଆବଶ୍ୟକ ମେଣ୍ଟାଇବା କୁ ୪୩ଡିଗ୍ରୀ ରୁ ଉର୍ଦ୍ଧ୍ବ ତାପମାତ୍ରାରେ ଦିନମଜୁରିଆ ଭାବେ କାମ କରୁଛନ୍ତି । ତେବେ ଏଠାରେ ପ୍ରଶ୍ନ ଉଠୁଛି ବଣ୍ଡା ଜନଜାତିଙ୍କ ପାଇଁ ପ୍ରଶାସନ ପକ୍ଷରୁ ଅନେକ ଯୋଜନା ମାନ କରାଯାଉଛି । ହେଲେ ଏହି ମେଧାବୀ ଛାତ୍ରୀ କିଭଳି ଦୁର୍ଦ୍ଦଶା ଭୋଗୁଛନ୍ତି ତାକୁ ନେଇ ଏବେ ଅନେକ ପ୍ରଶ୍ନ ତୁରନ୍ତ ଜିଲ୍ଲା ପ୍ରଶାସନ ଏହାର ପ୍ରତିକାର କରି କର୍ମାଙ୍କ ପଢ଼ାଦାୟିତ୍ୱ ହାତକୁ ନେବାକୁ ସାଧାରଣ ରେ ଦାବି ହେଉଛି ।