କଟକ ତାଳଦଣ୍ଡା କେନାଲକୁ ଖସିଲା କାର, ଜଣଙ୍କର ମୃତ୍ୟୁ

କଟକ: ଭାରସାମ୍ୟ ହରାଇ କଟକ ତାଳଦଣ୍ଡା କେନାଲକୁ ଖସିଲା କାର। ମାତୃଭବନ ସମୁଖରେ ଭାରସାମ୍ୟ ହରାଇ କେନାଲକୁ ଖସିଯାଇଥିବା ସୂଚନା ରହିଛି । ସ୍ଥାନୀୟ ଲୋକଙ୍କ ଦ୍ଵାରା ଉଦ୍ଧାର କାଯ୍ୟ ଜାରି ରହିଥିବାବେଳେ କାରରେ ୨ ଜଣ ଥିବା ବେଳେ ୨ ଜଣଙ୍କୁ ଉଦ୍ଧାର କରାଯାଇଛି। ଉଦ୍ଧାର ପରେ କଟକ ବଡ଼ ମେଡ଼ିକାଲକୁ ପଠାଯାଇଥିବାବେଳେ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଯାଇଛି |

ମିଳିଥିବା ସୂଚନା ମୁତାବକ ରାସ୍ତାରେ ଦୃତ ଗତିରେ ଆସୁଥିବାବେଳେ ଭାରସାମ୍ୟ ହରାଇ କାରଟି କେନାଲରେ ଓଲଟି ପଡ଼ିଯାଇଥିଲା | କେନାଲରେ ପାଣି ଥିବା ଯୋଗୁ ଗାଡ଼ିରୁ ଚାଳକଙ୍କୁ ଉଦ୍ଧାର କରିବାରେ ବିଳମ୍ବ ହେବା ଯୋଗୁଁ ଚାଳକଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି | ମୃତକ ଜଣକ କନ୍ଦରପୁର ଅଞ୍ଚଳର ବ୍ୟବସାୟୀ ଜ୍ଞାନ ରଞ୍ଜନ ଜେନା( ୬୦) ହୋଇଥିବାବେଳେ ଅଞ୍ଜନା ଜେନା (୫୫) ଗୁରୁତର ଆହତ ହୋଇଛନ୍ତି | ତାଙ୍କୁ ଚିକିତ୍ସା ପାଇଁ ଏସସିବି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି |

nis-ad
Leave A Reply

Your email address will not be published.