ବ୍ରହ୍ମପୁର ସର୍କଲ ଜେଲ ପରିସରରେ ଯୋଗ ଓ ଦିବ୍ୟ ସତସଙ୍ଗ କାର୍ଯ୍ୟକ୍ରମ

ବ୍ରହ୍ମପୁର : ବ୍ରହ୍ମପୁର ସହର ତଳି ଅଞ୍ଚଳ ମିଳିତ କ୍ରିୟାନୁଷ୍ଠାନ କମିଟି ଏବଂ ଶ୍ରୀ ଯୋଗ ବେଦାନ୍ତ ସେବା ସମିତି ବ୍ରହ୍ମପୁର ଶାଖାର ମିଳିତ ଆନୁକୁଲ୍ୟରେ ବ୍ରହ୍ମପୁର ସର୍କଲ ଜେଲ ପରିସରରେ ଏକ ଯୋଗ, ଆଧ୍ୟାତ୍ମିକ ପ୍ରବଚନ ଓ ସତସଙ୍ଗ କାର୍ଯ୍ୟକ୍ରମ ଜେଲ ଅନ୍ତେବାସୀଙ୍କୁ ନେଇ ଗୁରୁବାର ସନ୍ଧ୍ୟାବେଳେ ଅନୁଷ୍ଠିତ ହୋଇଯାଇଛି । ଜେଲ ଅଧ୍ୟକ୍ଷ ଧୀରେନ୍ଦ୍ର ନାଥ ବାରିକଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନ ଓ ଦିଗଦର୍ଶନରେ ତଥା ସମାଜ ସଂସ୍କାର ଓ ବାଳ ଏବଂ ବନ୍ଦୀ ସୁଧାର କାର୍ଯ୍ୟକ୍ରମ ଅନ୍ତର୍ଗତ ଏହି କାର୍ଯ୍ୟକ୍ରମ ଗୁଜୁରାଟର ଅହମଦାବାଦରୁ ଆସିଥିବା ସ୍ୱାଧି ଅମୂଲ୍ୟ ଭଉଣୀଙ୍କ ସାନିଧ୍ୟରେ ଏହି ସତସଙ୍ଗ ସେବା ଅନୁଷ୍ଠିତ ହୋଇଥିଲା। ଦୁର୍ଲଭ ମାନବ ଜୀବନର ମୂଲ୍ୟବୋଧ ସହ ସୁସ୍ଥ, ସମ୍ମାନିତ ଓ ସୁଖମୟ ଜୀବନର କଳା ଓ ଉପାୟ ଯୋଗ ଓ ପ୍ରବଚନ ମାଧ୍ୟମରେ ପ୍ରଦାନ କରାଯାଇଥିଲା। ଜେଲ ଅନ୍ତେବାସୀଙ୍କ ନୈତିକ, ଆଧ୍ୟାତ୍ମିକ, ସାଂସ୍କୃତିକ ଓ ରଚନାତ୍ମକ ଚିନ୍ତାଧାରାର ଉତ୍ତରଣ ଆଣି ଅନ୍ତେବାସୀଙ୍କ ମଧ୍ୟରେ ଆତ୍ମବିଶ୍ଵାସ ଜାଗ୍ରତ କରାଇବା ଓ ମନୁଷ୍ୟ ଜୀବନର ମହତ୍ତର ଦିଗ ପ୍ରତି ସେମାନଙ୍କ ଦୃଷ୍ଟି ଆକର୍ଷଣ କରି ସେମାନଙ୍କ ମଧ୍ୟରେ ଆତ୍ମିକ ପରିବର୍ତ୍ତନ ଆଣିବା ସହ ଜେଲ ଜୀବନକୁ ଏକ ସୁଯୋଗ ଭାବି ସେମାନେ ନିଜକୁ ଆତ୍ମ ନିରୀକ୍ଷଣ୍ ପୂର୍ବକ ନିଜକୁ ଈଶ୍ବରଙ୍କ ଚିନ୍ତାରେ ମଗ୍ନ ରଖିଲେ ସେମାନଙ୍କ ମୁକ୍ତିର ମାର୍ଗ ସୁଗମ ହେଇଯିବ ଏବଂ ସେମାନେ ପୁଣି ଥରେ ଏକ ଉତ୍ତମ ନାଗରିକ ହୋଇ ସମାଜର ମଙ୍ଗଳ ନିମନ୍ତେ କାର୍ଯ୍ୟ କରିବାକୁ ଯୋଗ୍ୟ ହେଇଯିବେ ବୋଲି ବିଭିନ୍ନ ଉଦାହରଣ ଛଳରେ ଅତି ସୁଦର୍ ଭାବରେ ବ୍ୟାଖ୍ୟା କରି ବୁଝାଇଥିଲେ। ତତ୍ ସହିତ ସେ ଅତି ସହଜ ନୂତନ ଯୋଗ ବିଦ୍ୟା ପ୍ରଦାନ କରିଥିଲେ। ଏହି ଅବସରରେ ସ୍ଵାଧି ଅମୂଲ୍ୟ ଭଉଣୀଙ୍କ ସହ ସହର ତଳି ଅଞ୍ଚଳ ମିଳିତ କ୍ରିୟାନୁଷ୍ଠାନ କମିଟି ସଭାପତି ସଞ୍ଜୀବ କୁମାର ପଟ୍ଟନାୟକ, ଯୁଗ୍ମ ସମ୍ପାଦକ ଟି ସୁଦେଶ ପାତ୍ର , ଜେଲ ଜନମଙ୍ଗଲ ଅଧିକାରୀ ଧର୍ମେନ୍ଦ୍ର ନାୟକ ଓ ଯୋଗ ବେଦାନ୍ତ ସମିତିର ଶ୍ରୀକାନ୍ତ ପଢିହାରି ଏବଂ ଶଙ୍କର ସାହୁ ମଞ୍ଚାସିନ ଥିଲେ। ଏହି କାର୍ଯ୍ୟକ୍ରମରେ ସମସ୍ତ ଜେଲ ଅନ୍ତେବାସୀଙ୍କ ସହ ମଣ୍ଡଳ କାରାଗାରର ସମସ୍ତ କର୍ମଚାରୀ ଏବଂ କତ୍ତୃପକ୍ଷ ଯୋଗଦାନ ପୂର୍ବକ କାର୍ଯ୍ୟକ୍ରମକୁ ସାଫଲ୍ୟ ମଣ୍ଡିତ କରିବାରେ ସହଯୋଗ କରିଥିଲେ।
ସଞ୍ଜୀବ କୁମାର ପଟ୍ଟନାୟକ, ସଭାପତି, ସହର ତଳି ଅଞ୍ଚଳ ମିଳିତ କ୍ରିୟାନୁଷ୍ଠାନ କମିଟି, ବ୍ରହ୍ମପୁର।

nis-ad
Leave A Reply

Your email address will not be published.