ଭଦ୍ରକ ମୋଚି ଛକ ପୁରୁଣାବଜାର ରାସ୍ତା ରୁ ଜବର ଦଖଲ ଉଛେଦ…

ଦମ୍ଭ ଦେଖାଇଲା ପ୍ରଶାସନ, କାନ୍ଦୁଛନ୍ତି,ବ୍ୟବସାୟୀ…

ଭଦ୍ରକ : ଭଦ୍ରକ ସହରର ମୋଚି ଛକରୁ ମା” ଭଦ୍ରକ କାଳୀ ରାସ୍ତାର ପ୍ରଶସ୍ତୀକରଣ ଲାଗି ପ୍ରଶାସନ ର ଉଚ୍ଛେଦ ଅଭିଯାନ ଆରମ୍ଭ ହୋଇଛି ପୂର୍ବ ରୁ ପ୍ରଶାସନ ଡାକବାଜି ଯୋଗେ ସରକାରୀ ଜମିରେ ଦୋକାନ ଘର କରିଥିବା ବ୍ୟବସାୟୀ ଙ୍କୁ ଉଛେଦ ନେଇ ଅବଗତ କରାଇଥିଲା ଗତ ଦୁଇଦିନ ହେବ ବ୍ୟବସାୟୀ ନିଜ ଦୋକାନ ରୁ ଜିନିଷ ପତ୍ର ସ୍ଥାନାନ୍ତର କରିଥିଲେ ରବିବାର ପୂର୍ବାହ୍ନ ରେ ସିଟି ଡିଏସ୍ ପି ଅଂଶୁମାନ ଦ୍ବିବେଦୀଙ୍କ ନେତୃତ୍ବ ରେ ବ୍ୟାପକ ପୁଲିସ ଉଛେଦ ସ୍ଥାନ ରେ ମୃତୟନ କରାଯାଇଥିଲା ଟାଉନ ଥାନା ଆଇଆଇସି ଙ୍କ ସମେତ ଅନ୍ଯ ଅଧିକାରୀ ମଧ୍ଯ ଉପସ୍ଥିତ ଥିଲେ ପୌର ନିର୍ବାହୀ ଅଧିକାରୀ ଦେବୀପ୍ରସାଦ ରାଉତ ଓ ଅନ୍ଯ ଅଧିକାରୀ ଉଛେଦ ଅଭିଯାନ କୁ ତଦାରଖ କରୁଥିଲେ ତେବେ ଉଛେଦ କୁ ପ୍ରାୟତଃ ବିରୋଧ ନ ଥିଲା କିନ୍ତୁ ବ୍ୟବସାୟୀଙ୍କ ଆଖିରେ ଲୁହ ଦେଖିବାକୁ ମିଳିଥିବା ଅନେକ ବ୍ୟବସାୟୀ କାନ୍ଦି କାନ୍ଦି ଗଣମାଧ୍ୟମ ଆଗରେ ନିଜ ଦୁଃଖ ଜଣାଉଥିଲେ ସସ୍ମିତା ପାଣି ନାମ କ ଜଣେ ମହିଳା ବ୍ୟବସାୟୀ କାନ୍ଦି କାନ୍ଦି ମୋ ପୁଅ ର ପୁନଃ ନାମଲେଖା କେମିତି କରାଯିବ, ମୋ ପରିବାର କେମିତି ଚଳିବ ବୋଲି କହୁଥିବା ଲକ୍ଷ କରାଯାଇଥିଲା ପୁଣି କିଏ କହୁଥିଲା ମୋ ବ୍ୟାଙ୍କ ଋଣ କେମିତି ଶୁଝିବି ‘ତ କିଏ କହୁଥିଲା’ ଲ’ ପାସ କରି କଚେରୀ ପାଖ ରେ ଜେରକ୍ସ ଦୋକାନ ଟେ କରି ଚଳିଯାଉଥିଲି ଏବେ କେଉଁଠି କଣ କରିବି, ତେବେ ବର୍ଷ ବର୍ଷ ଧରି

ମ୍ୟୁନିସପାଲଟି କୁ ଫି ଦେଇ ଜୀବିକା ନିର୍ବାହ କରୁଥିବା ବ୍ୟବସାୟ ପୂର୍ବ ରୁ ଥାଇ ଥାନ ଲାଗି ପ୍ରଶାସନ ପାଖରେ ଗୁହାରୀ କରିଥିଲେ ,ପ୍ରଶାସନ ପକ୍ଷରୁ ସେମାନଙ୍କୁ ଉଛେଦ ନିଶ୍ଚିତ ବୋଲି କୁହାଯାଇ ୬ମାସ ଭିତରେ ଥଇ ଥାନ ଲାଗି ମୌଖିକ ପ୍ରତିଶୃତି ଦିଆଯାଇଥିବା ବ୍ୟବସାୟି କହିଛନ୍ତି ପୁରୁଣା ବସଷ୍ଟାଣ୍ଡ ପରିସର କିମ୍ବା ଫିସରି ଅଫିସ ନିକଟରେ ଥିବା ଜମିରେ ଥଇ ଥାନ ଲାଗି ଦାବୀ କରିଛନ୍ତି ବ୍ୟବସାୟି ତେବେ ଏହା ଉପରେ ପ୍ରଶାସନ ମୋହର ଲଗାଇ ନାହିଁ ଏହା ସତ୍ତେ ଏକ ବୃହତ୍ତର ସ୍ଵାର୍ଥ ଲାଗି ଜୀବିକା ହରାଇ ଥିବା ବ୍ୟବସାୟୀ ଙ୍କୁ ଥଇ ଥାନ ଦିଗରେ ପ୍ରଶାସନ ନିହାତି ଗୁରୁତ୍ବ ଦେବା ଉଚିତ ବୋଲି ବୁଦ୍ଧିଜୀବୀ ମହଲ ମତ ରଖିଛନ୍ତି ଅପରପକ୍ଷେ ଏହି ଉଚ୍ଛେଦ ଅଭିଯାନ ର ପ୍ରଥମ ଦିନ ରେ ମୋଚି ଛକ ରୁ ହଜାରୀବାଗ ସନ୍ଥିଆ ପୋଲ ଯାଏ ରାସ୍ତା କଡରେ ସରକାରୀ ଜମିରେ ଦୋକାନ କରିଥିବା ବ୍ୟବସାୟୀ ଓ ନିର୍ମାଣ ହୋଇଥିବା ଗୃହକୁ ଉଛେଦ ଚାଲିଥିବା ଜଣାଯାଇଛି,ଶତାଧିକ ଦୋକାନ ଓ ବେଆଇନ ନିର୍ମାଣ କୁ ଭଙ୍ଗାଯାଇ ଥିଲେ ହେ ତହିଁରୁ ୩୪ଜଣ ବ୍ୟବସାୟୀ ମ୍ୟୁନିସିପାଲିଟି ଫି ତାଲିକାଭୁକ୍ତ ହୋଇଥିଲେ ବୋଲି ଜଣାଯାଇଛି ସରକାରୀ ଜମିରେ ଦୋକାନ କରିଥିବା ବ୍ୟବସାୟୀ ମାନଙ୍କ ଠାରୁ ମ୍ୟୁନିସିପାଲିଟି କେଉଁ ପରିପେକ୍ଷି ରେ ଖଜଣା ଆଦାୟ କରୁଥିଲା ତାହାବି ଏକ ପ୍ରଶ୍ନ ବାଚୀ….

nis-ad
Leave A Reply

Your email address will not be published.