ଚିକିଟୀ ବିଧାୟିକା ତଥା ନଗର ଉନୟନ ମନ୍ତ୍ରୀଙ୍କ ଦ୍ୱାରା ବିଭିନ୍ନ ପ୍ରକଳ୍ପର ଉଦ୍‌ଘାଟନ

ଚିକିଟୀ : ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ଚିକିଟୀ ନିର୍ବାଚନ ମଣ୍ଡଳୀରେ ରବିବାର ଦିନ ବିଭିନ୍ନ ପ୍ରକଳ୍ପର ଶୁଭ ଉଦ୍ଘାଟନ ଚିକିଟି ବିଧାୟିକା ତଥା ଓଡ଼ିଶାର ନଗର ଉନୟନ ମନ୍ତ୍ରୀ ଶ୍ରୀମତୀ ଉଷାଦେବୀଙ୍କ କରକମଳରେ ହୋଇଅଛି। ପ୍ରଥମେ ଚିକିଟୀ ପୌର ପରିଷଦରେ ବାଉରୀ ସାହି ବାସିନ୍ଦାଙ୍କ ସକାଶେ ଏକ କଲ୍ୟାଣ ମଣ୍ଡପ ଚିକିଟୀ ଗଡ ଗୁଣ୍ଡିଚା ମଣ୍ଡପ ନିକଟରେ ଭିତ୍ତି ପ୍ରସ୍ତର ସ୍ଥାପନ କରାଯାଇଥିବା ବେଳେ ଏଠାରେ ଚିକିଟୀ ବିଜ୍ଞାପିତ ଅଞ୍ଚଳ ପରିଷଦର ଅଧ୍ୟକ୍ଷା ଦୀପା କୁମାରୀ ସାହୁ ,କାର୍ଯ୍ୟନିର୍ବାହୀ ଅଧିକାରୀ କୂଳଦୀପ କୁମାର, ଯନ୍ତ୍ରୀ ଭବାନୀ ଶଙ୍କର ବେହେରା ଓ କାଉନସିଲର ମାନେ ପ୍ରମୁଖ ଯୋଗ ଦେଇଥିବା ବେଳେ ସେହିପରି ଧାନଘର ନିକଟରେ ଆଲୋକ ସଜ୍ଜିତ ସ୍ୱାଗତ ତରୁଣ ସମାନ ବ୍ୟକ୍ତିଙ୍କ ଉପସ୍ଥିତରେ ଉଦ୍ଘାଟନ କରାଯାଇଥିଲା I

ସେହିପରି ରାମଚନ୍ଦ୍ରପୁର ପଞ୍ଚାୟତର ଓଳପୁର ରେ ଏକ କଲ୍ୟାଣ ମଣ୍ଡପ ଉଦ୍ଘାଟନ ଓ ଓଳପୁର ନିକଟରେ ପାନୀୟ ଜଳ ଯୋଗାଣ ପ୍ରକଳ୍ପ ବିଭାଗୀୟ ଅଧିକାରଙ୍କ ଉପସ୍ଥିତିରେ ଉଦ୍ଘାଟନ କରିବା ପରେ ଆମ୍ବଗାଁ ରେ ମଧ୍ୟ ଏକ କଲ୍ୟାଣ ମଣ୍ଡପ ଓ ଚାନ୍ଦପୁର ଠାରେ ଏକ କଲ୍ୟାଣ ମଣ୍ଡପ ମଧ୍ୟ ଉଦ୍ଘାଟନ କରିଥିଲେ l ଏହି ପର୍ବରେ ରାମଚନ୍ଦ୍ର ପୁର ସରପଞ୍ଚ ବି ଜ୍ୟୋତି ରେଡ୍ଡୀ,ଚିକିଟୀ ବ୍ଲକ ଅଧକ୍ଷ ଆପନ୍ନା ସେଠୀ, ମନ୍ତ୍ରୀଙ୍କ ସୁପୁତ୍ର ଶ୍ରୀରୂପ ଦେଓ,ଚିକିଟୀ ବ୍ଲକ ବିଜେଡି ସଭାପତି କିଶୋର ଚନ୍ଦ୍ର ପଣ୍ଡା,ଜିଲ୍ଲା ପରିଷଦ ସଭ୍ୟ ଏମ.ନାଗରାଜୁ,ପାତ୍ରପୁର ବ୍ଲକ ବିଜେଡି ସଭାପତି ରାମନାଥ ପାଣିଗ୍ରାହୀ,ବରିଷ୍ଠ ସଂଗଠକ ସୁରେନ୍ଦ୍ର ମଣ୍ଡଳ,ଅବସର ପ୍ରାପ୍ତ ରାଜସ୍ୱ ନିରୀକ୍ଷକ ଅଧିକାରୀ ଉଲ୍ଲାସ ଗୌଡ଼, ବି.କ୍ରିଷ୍ଣାମୂର୍ତି,ଆଇନଜୀବୀ ବିଜୟ ପ୍ରଧାନ ଓ ପ୍ରଫୁଲ୍ଲ ପ୍ରଧାନ, ପ୍ରେମାନନ୍ଦ ବେହେରା, ହାରମ୍ଭ ରେଡ୍ଡୀ ଓ ଉମା ରେଡ୍ଡୀ ସାଙ୍ଗକୁ ସମସ୍ତ ସମିତି ସଭ୍ୟ, ସରପଞ୍ଚ,ଶହ ଶହ ବିଜୁପ୍ରେମୀ ଓ ଅଞ୍ଚଳର ଯୁବପିଢ଼ି ପ୍ରମୁଖ ଯୋଗ ଦାନ କରିଥିଲେ l

nis-ad
Leave A Reply

Your email address will not be published.