ବଜ୍ରାଘାତରେ ତିନି ଗାଈଗୋରୁ ମୃତ…

ଦାରିଙ୍ଗବାଡ଼ି,୨୧/୫ : ଦାରିଙ୍ଗବାଡ଼ି ବ୍ଳକ ଗ୍ରୀନବାଡ଼ି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଡଙ୍ଗାମାଲା ଗ୍ରାମର ଦୁଇ ବଳଦ ଓ ଗୋଟିଏ ଗାଈ ଆଜି ଅପରାହ୍ନରେ ବଜ୍ରାଘାତରେ ମୃତ୍ୟୁ ହୋଇଥିବା ଜଣା ପଡ଼ିଛି । ଅପରାହ୍ନରେ ବିଜୁଳି ଘଡ଼ଘଡି ସହିତ କାଳବୈଶାଖୀ ବର୍ଷା ହୋଇ ଥିଲା । ଗାଁ ନିକଟ ଆମ୍ବ ଗଛ ତଳେ ରହିଥିବା ଦୁଇ ବଳଦ ଓ ଗୋଟିଏ ଗାଈକୁ ବଜ୍ରାଘାତ ହୋଇ ଘଟଣା ସ୍ଥଳରେ ମୃତ ହୋଇ ଥିଲା। ମୃତକ ଗାଈ ଗୋରୁ ସେହି ଗ୍ରାମର ସରଜ ପ୍ରଧାନଙ୍କ ଗୋଟିଏ ଓ ଜୟତମ ପ୍ରଧାନର ଗୋଟିଏ ବଳଦ ହୋଇଥିଲା ବେଳେ ସୁରଜ ପ୍ରଧାନଙ୍କ ଗାଈ ବୋଲି ଜଣାପଡ଼ିଛି । ଏହି ଘଟଣାରେ ପରିବାର ପକ୍ଷରୁ ଦାରିଙ୍ଗବାଡ଼ି ପ୍ରାଣୀ ଚିକିତ୍ସାଳୟ ଅଧିକାରୀଙ୍କୁ ଲିଖିତ ଅଭିଯୋଗ କରିଥିବା ସୂଚନା ଦିଆଯାଇ ଥିବା ସୂଚନା ମିଳିଛି ।।

nis-ad
Leave A Reply

Your email address will not be published.