ଅନସ୍ଲୋର ସ୍କୁଲ ଶିକ୍ଷୟିତ୍ରୀ ପାଇଲେ ଓଇଏସ୍‌…

ଛତ୍ରପୁର : ଗଞ୍ଜାମ ଜିଲା ଛତ୍ରପୁର ସ୍ଥିତ ଅନସ୍ଲୋ ସରକାରୀ ହାଇସ୍କୁଲରେ କାର୍ଯ୍ୟରତ ବିଜ୍ଞାନ ଶିକ୍ଷୟତ୍ରୀ ସୁଚିତ୍ରା ପାଣିଗ୍ରାହୀ ଓଇଏସ ଅଫିସର (ଓଡିଶା ଶିକ୍ଷା ସେବା ) ଭାବେ ଚୟନ ହୋଇଛନ୍ତି । ଓଡିଶାସ୍ତରରେ ଅନୁଷ୍ଠିତ ଓଡ଼ିଶା ଶିକ୍ଷା ସେବା ପରୀକ୍ଷାରେ କୃତକାର୍ଯ୍ୟ ହୋଇ ୧୭ ନମ୍ବର ର଼୍ୟାଙ୍କରେ ରହିଛନ୍ତି ।

ସୁଚିତ୍ରାଙ୍କ ବାପା କାଶୀନାଥ ପାଣିଗ୍ରାହୀ ଓ ମା ସ୍ନେହଲତା ପାଣିଗ୍ରାହୀଙ୍କର ଏଥିରେ ବହୁତ ଅବଦାନ ଥିଲା ବେଳେ ଅନସ୍ଲୋ ସରକାରୀ ହାଇସ୍କୁଲର ସମସ୍ତ ଶିକ୍ଷୟିତ୍ରୀ ଓ ଶିକ୍ଷକଙ୍କ ଏଥିରେ ସହଯୋଗ ଥିଲା ବୋଲି ସେ କହିଛନ୍ତି। ସେ ନବୋଦୟ ବିଦ୍ୟାଳୟସ୍ତରରେ ପାଠ ପଢିବା ସମୟରେ ଆୱାର୍ଡ ମଧ୍ୟ ଅର୍ଜନ କରିଛନ୍ତି।୨୦୧୬ଠାରୁ ଅନସ୍ଲୋ ସରକାରୀ ହାଇସ୍କୁଲରେ ଚୁକ୍ତିଭିତିକ ଶିକ୍ଷୟିତ୍ରୀ ଭାବେ କାର୍ଯ୍ୟରତ ଅଛନ୍ତି।

nis-ad
Leave A Reply

Your email address will not be published.