ପଞ୍ଚାୟତରେ ହିତାଧିକାରୀଙ୍କୁ ମିଳୁନି ଭତ୍ତା : ଉପଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେଲେ ଗ୍ରାମବାସୀ…

କୁକୁଡ଼ାଖଣ୍ଡି : କୁକୁଡ଼ାଖଣ୍ଡି ବ୍ଲକ ଅନ୍ତର୍ଗତ ବୋରିଗାଁ ପଞ୍ଚାୟତରେ ହିତାଧିକାରୀଙ୍କୁ ମିଳୁନି ଭତ୍ତା, ଉପଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେଲେ ଗ୍ରାମବାସୀ । ବୋରିଗାଁ ପଞ୍ଚାୟତର ବହୁ ହିତାଧିକାରୀ ଆଜି ବ୍ରହ୍ମପୁର ଉପଜିଲ୍ଲାପାଳ ଆଶୁତୋଷ କୂଳକାର୍ଣ୍ଣି ଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି।ଏହି ହିତାଧିକାରୀଙ୍କ ମଧ୍ୟରେ ବହୁ ବୟୋଜ୍ୟୋଷ୍ଠ, ବିଧବା, ଦୃଷ୍ଟିବାଧକ ଏବଂ ବରିଷ୍ଠ ନାଗରିକ ରହିଛନ୍ତି। ବହୁ ବର୍ଷ ଧରି ଏହି ହିତାଧିକାରୀ ମାନଙ୍କୁ ପଞ୍ଚାୟତ ସମିତି କାର୍ଯ୍ୟାଳୟ ରୁ ଭତ୍ତା ମିଳୁଥିଲା । କିନ୍ତୁ କିଛି ବର୍ଷ ପୂର୍ବେ ସେମାନଙ୍କ ଷ୍ଟେଟ ବ୍ୟାଙ୍କ ରେ ଜମାଖାତା ଖୋଲାଯାଇ ଉକ୍ତ ଭତ୍ତା ରାଶି ପ୍ରଦାନ କରାଯିବା ନେଇ ବ୍ୟବସ୍ଥା କରାଯାଇଛି । ବୋରିଗାଁ ରେ ଜୈନେକ ବ୍ୟକ୍ତି ଏହି ହିତାଧିକାରୀଙ୍କ ଜମା ଖାତାକୁ କିସ୍କୋ ବ୍ୟାଙ୍କ ଶାଖା ମାଧ୍ୟମରେ ପରିଚାଳନା କରୁଥିବା ଗ୍ରାମବାସୀ କହିଛନ୍ତି । ଗତ ତିନିମାସ ଧରି ହିତାଧିକାରୀଙ୍କୁ ନିଜ ଭତ୍ତା ଟଙ୍କା ମିଳୁନାହିଁ । ବାରମ୍ବାର ଉକ୍ତ କିସ୍କୋ ବ୍ୟାଙ୍କ ଶାଖାକୁ ଯାଇ ଫେରୁଥିବା ଅଭିଯୋଗ କରିଛନ୍ତି ହିତାଧିକାରୀ । ସମସ୍ତ ହିତାଧିକାରୀ ଅତ୍ୟନ୍ତ ଗରିବ ଏବଂ ଅଶିକ୍ଷିତ ରହିଥିବା ଯୋଗୁଁ ଏହାର ଫାଇଦା ନେଇ ଗ୍ରାମବାସୀ ଙ୍କୁ ଉକ୍ତ ଶାଖା ପରିଚାଳକ ଠକି ଥିବା ଅଭିଯୋଗ କରିଛନ୍ତି ସରପଞ୍ଚ ପ୍ରତିନିଧି। ଆଜି ବହୁ ଗ୍ରାମବାସୀ କାନ୍ଦି କାନ୍ଦି ନିଜ ଅଭିଯୋଗ କୁ ଉପଜିଲ୍ଲାପାଳ ଙ୍କ ସମ୍ମୁଖରେ ଉପସ୍ଥାପନ କରିଥିଲେ।ତୁରନ୍ତ ଏହାର ତଦନ୍ତ କରି ସମସ୍ତ ହିତାଧିକାରୀଙ୍କୁ ନ୍ୟାୟ ସହିତ ତାଙ୍କ ଭତ୍ତା ପ୍ରଦାନ ଦିଗରେ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଉପଜିଲ୍ଲାପାଳ ପ୍ରତିଶୃତି ଦେଇଥିବା ସୂଚନା ମିଳିଛି

nis-ad
Leave A Reply

Your email address will not be published.