ଚାଷୀଙ୍କୁ ମିଳୁନି ସାର, ନଷ୍ଟ ହେବାପରେ ଫୋପଡା ଯାଉଛି ଲ୍ୟାମ୍ପରେ ଗଛିତ ମୂଲ୍ୟବାନ ସାର

ମାଲକାନଗିରି : ମାଲକାନଗିରି ଜିଲ୍ଲା କାଲିମେଳା ଲ୍ୟାମ୍ପରେ ଦେଖିବାକୁ ମିଳିଛି ବିଚିତ୍ର ନିୟମ । ଚାଷୀଙ୍କୁ ଦେବା ବଦଳରେ ନଷ୍ଟକରି ବାହାରେ ପିଙ୍ଗା ଯାଉଛି ମୂଲ୍ୟବାନ (ଉର୍ବରକ) ସାର । ଏହିଭଳି ଘଟଣା ଦେଖିବାକୁ ମିଳିଛି କାଲିମେଲା ଲ୍ୟାମ୍ପରେ ଗତକାଲି ଗୋଦାମରୁ ବାହାରିଥିବା ୨ଟି ଟ୍ରାକଟର ଅଲୋଡା ସାର ସ୍ଥାନୀୟ ଅଞ୍ଚଳରେ ଜଣେ ବ୍ୟକ୍ତି ତାଙ୍କ ଘରକୁ ନେଇଥିବା ଦେଖିବାକୁ ମିଳିଥିଲା। ଏହି ସାର ଗତ ୮ ବର୍ଷ ଧରି ଲ୍ୟାମ୍ପ ଗୋଦାମରେ ପଡି ରହିଥିବା ଲ୍ୟାମ୍ପ କର୍ତ୍ତୃପକ୍ଷ କହିଥିବା ବେଳେ ଗତକାଲି ନୂଆ ସାର ଆସିବାକୁ ଥିବାରୁ ପୁରୁଣା ସାରକୁ ଟ୍ରାକ୍ଟର ଯୋଗେ ବାହାରକୁ କଢ଼ା ଯାଇଥିଲା । ତେବେ ପ୍ରତ୍ୟକ ବର୍ଷ ସାର ପାଇଁ ଚାଷୀଙ୍କ ମଧ୍ୟରେ ତୀବ୍ର ପ୍ରତିଯୋଗୀତା ଦେଖିବାକୁ ମିଳୁଥିବା ବେଳେ ଗତ ଆଠବର୍ଷ ଧରି ଗୋଦାମରେ ଏତେ ମାତ୍ରାରେ ସାର ଗଚ୍ଛିତ ରଖାଯିବାକୁ ନେଇ ସ୍ଥାନୀୟ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଛି।

ସୂଚନା ମୁତାବକ ଗତ କାଲି ସକାଳ ସମୟରେ କାଲିମେଳା ଲ୍ୟାମ୍ପ ଗୋଦାମରୁ ୨ ଟି ଟ୍ରାକ୍ଟର ଟ୍ରଲି ଭର୍ତି କରାଯାଇ ଏମଭି ୭୦ ଗ୍ରାମ ଅଭିମୁଖେ ନିଆଯାଉଥିବା ବେଳେ ସ୍ଥାନୀୟ ଲୋକ ଏତେ ମାତ୍ରାରେ ସାର ଦେଖି ପ୍ରଶ୍ନବାଚୀ ସୃଷ୍ଟି କରିଥିଲେ। ତେବେ ଟ୍ରାକ୍ଟର ଚାଳକ ଏହା କାଲିମେଳା ଲ୍ୟାମ୍ପ ଗୋଦାମରୁ ଆଣିଥିବା କହିଥିଲା। ଏଥିସହ ଏହି ଟ୍ରାକଟର ଦୀର୍ଘ ସମୟ ଧରି ଏମଭି ୭୦ ଗ୍ରାମର ଜନୈକ ବ୍ୟକ୍ତିଙ୍କ ଘରେ ରଖାଯାଇଥିଲା। ଏ ବାବଦରେ କାଲିମେଳା ଲ୍ୟାମ୍ପ ଏମଡି ଙ୍କୁ ପଚାରିବାରୁ ଏହି ସାର ବସ୍ତା ଗୁଡିକ ଗତ ୮ ବର୍ଷ ଧରି ଅଲୋଡା ହୋଇ ପଡିଥିବାରୁ ଏହାକୁ ବାହାରେ ଫୋପାଡିବାକୁ ଟାକ୍ଟର ଯୋଗେ ପଠାଇ ଦିଆଯାଇଥିବା କହିଛନ୍ତି। ତେବେ ଚାଷ ବେଳେ ପ୍ରତ୍ୟକ ବର୍ଷ ସାର ଅଭାବକୁ ନେଇ ଚାଷୀଙ୍କ ମଧ୍ୟରେ ପ୍ରବଳ ଅସନ୍ତୋଷ ଦେଖାଯାଉ ଥିବା ବେଳେ ଏତେ ପରିମାଣରେ ସାର ଆଠବର୍ଷ ଧରି ଗୋଦାମରେ ଗଚ୍ଛିତ ହେଲା କିଭଳି ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏଥିପାଇଁ ଏହି ସାର ବସ୍ତା ପ୍ରକୃତରେ କେଉଁ ଉଦେଶ୍ୟରେ ଦୀର୍ଘବର୍ଷ ଧରି ଗୋଦାମରେ ଗଚ୍ଛିତ ରଖାଯାଇଥିଲା ସେ ନେଇ ତଦନ୍ତ କରାଯାଇ ପ୍ରକୃତ ତଥ୍ୟ ପଦାକୁ ଆଣିବାକୁ କାଲିମେଳା ଅଞ୍ଚଳର ଚାଷୀ ମାନେ କହିଛନ୍ତି।

nis-ad
Leave A Reply

Your email address will not be published.