ଟିକିରି ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିରରେ ଜିଲ୍ଲା ସେବକ ସେବିକା ଅଭ୍ୟାସ ବର୍ଗ ଅନୁଷ୍ଠିତ

ଟିକିରି : ରାୟଗଡା ଜିଲ୍ଲାରେ ଥିବା ସମସ୍ତ ସରସ୍ଵତୀ ଶିଶୁ ମନ୍ଦିରର ସେବକ ସେବିକା ଅଭ୍ୟାସଵର୍ଗ ଟିକିରି ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ଠାରେ ଅନୁଷ୍ଠିତ ହୋଇଯାଇଛି । ଏହା ୪ଦିନ ଧରି ଚାଲିବ। ମୂଳ ଉଦେଶ୍ୟ ହେଲା ସେବକ ସେବିକା କିପରି ସୂଚାରୁ ରୂପେ ବିଦ୍ୟାଳୟ କୁ ପରିଚାଳନା କରିବେ । ମୁଖ୍ୟବକ୍ତା ସଚିନ୍ଦ୍ର କୁମାର ପଣ୍ଡା ଉପସ୍ଥିତ ରହି ପ୍ରଦୀପ ପ୍ରଜ୍ଜ୍ବଳନ କରି କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ।

ସମ୍ମାନିୟ ଅତିଥି ଭାବେ ଜିଲ୍ଲା ସହ ପ୍ରମୁଖ ଶ୍ରୀନରେନ୍ଦ୍ର ନାଏକ, ବିଦ୍ୟାଳୟ ପରିଚାଳନା ସମିତିର ସମ୍ପାଦକ ଶ୍ରୀ ଲୋଚନ ଖରା, ଯୁଗ୍ମ ସମ୍ପାଦକ ଶ୍ରୀ ନିରଞ୍ଜନ ତ୍ରିପାଠୀ, ବିଦ୍ବତ ପରିଷଦ ସମ୍ପାଦକ ସୁବାସ ଚନ୍ଦ୍ର ନାୟକ, ପ୍ରଧାନ ଆଚାର୍ୟ୍ୟ ଶ୍ରୀ ରଘୁନାଥ ବେହେରା, ସଙ୍କୁଳ ସଂଯୋଯକ ଶ୍ରୀ ସତ୍ୟନାରାୟଣ ସେଠୀ,ବିଶମକଟକ ପ୍ରଧାନଚାର୍ୟ୍ୟଶ୍ରୀରମେଶଗୈଡ,ଆର,କେ ନଗର ପ୍ରଧାନାଚାର୍ଯ୍ୟ ଶ୍ରୀ ସରୋଜ ପାଣିଗ୍ରାହି ଉପସ୍ଥିତ ଥିଲେ। ସନ୍ଧ୍ୟାସମୟରେ ସାସ୍କୃତିକ କାର୍ଯ୍ୟକ୍ରମ ସହ ରାମଚରିତ ମାନସ ଉପରେ ପୁରହିତ ଶ୍ରୀ ସଞ୍ଜୟ ଷଡଙ୍ଗୀ ପ୍ରବଚନ ଦେଇଥିଲେ।

nis-ad
Leave A Reply

Your email address will not be published.