ବିକାଶର ବହୁ ଦୂରରେ ଗଂଜାମ ଏନ.ଏ.ସି !

ଗଂଜାମ (୧୬/୦୫) : ଗଂଜାମ ଏନ.ଏ. ସି ରାଜ୍ୟର ସବୁଠାରୁ ପୁରାତନ ଏନ.ଏ.ସି ରୂପେ ପରିଗଣିତ କରଯାଏ ।ସମୟ ବଦଳିଛି କିନ୍ତୁ ବଦଳିନି ଗଂଜାମ ଏନ.ଏ.ସି ର ବାସ୍ତବ ଚିତ୍ର ।କେବେ ଅବହେଳିତ ତ କେବେ ଅବିକଶିତ ଅବସ୍ଥାରେ ପଡିରହିଛି ।ତଥାପି ଜନପ୍ରତିନିଧିଙ୍କ ନା ଅଛି ଆନ୍ତରିକତା ନା ଅଛି ଉଦବେଗ ।ଏଥିପାଇଁ ଗଂଜାମ ଏନ.ଏ.ସି ବିକାଶର ବହୁ ଦୂରରେ ଥିବା ସବୁସମୟରେ ଦେଖାଦେଇଛି । ଗତ ପୌରନିର୍ବାଚନ ରେ ଗଂଜାମ ଏନ.ଏ.ସି ଜନସାଧାରଣ କିଛି ଅଲଗା ଜୋଶରେ ଥିବା ଦେଖାଦେଇଥିଲା ଏବଂ ଗଂଜାମ ଏନ.ଏ.ସି ର ବିକାଶକୁ ଆଖି ଆଗରେ ରଖି ସମସ୍ତେ ନିଜ ନିଜର ଉଚିତ ପାର୍ଥିକୁ ଭୋଟ ଦେଇ ବିଜୟୀ କରାଇଥିଲେ ।ସ୍ୱାଧୀନ ହାତକୁ ଅଧ୍ୟକ୍ଷା ସହ ଛଅ ନମ୍ବର ୱାର୍ଡ ର କାଉନସିଲର ଯାଇଥିବା ବେଳେ ବିଜେଡି ବାକି ସମସ୍ତ ଆସନ ବିଜୟୀ ହେବା ସହ ଉପାଧ୍ୟକ୍ଷ ନିଜ ବଳରେ ଗଢିଥିଲା ।

ଏହା ପରେ ଲୋକଙ୍କ ଆଶା ଥିଲା ବିକାଶ ହେବ ଏବଂ ଗଂଜାମ ଏନ.ଏ.ସି ଏକ ସର୍ବଶେଷ୍ଠ ଏନ.ଏ.ସି ରୂପରେ ପରିଗଣିତ ହେବ ।ମାସ ପରେ ମାସ ଏମିତି ବର୍ଷେ ବିତିଯାଇଥିଲେ ବି ବିକାଶ ହିସାବ ପାଇ ପାରୁନାହଁନ୍ତି ଗଂଜାମ ବାସୀ ।କେତେବେଳେ ଅଧ୍ୟକ୍ଷା ଉପାଧ୍ୟକ୍ଷଙ୍କ କଳି ଦାଣ୍ଡରେ ପଡି ହାଟରେ ଗଡୁଛି ତ କେତେବେଳେ ଠିକାଦାରଙ୍କ ମନମୁଖୀ କାର୍ଯ୍ୟକଳାପ ତଥା କିଛି ନିର୍ଦ୍ଦିଷ୍ଟ ଠିକାଦାରଙ୍କ ପ୍ରତି ପ୍ରଭାବ ଶାଳୀ ବ୍ୟକ୍ତିଙ୍କ ଅହେତୁକ ଅନୁକମ୍ପା ଉନ୍ନୟନମୂଳକ କାର୍ଯ୍ୟରେ ବାଧା ସହ ନିମ୍ନମାନର କାମ ହେଉଥିବା ସାଧାରଣରେ ଆଲୋଚନା ହେଉଛି।ଅନ୍ୟପଟରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଓ ସମ୍ବେଦନଶୀଳ ଘଟଣା ହେଉଛି ରାଜ୍ୟ ସରକାର ମହିଳା ମାନଙ୍କୁ ସ୍ୱଭାଲମ୍ବୀ ଓ ସଶକ୍ତିକରଣ କରିବା ପାଇଁ ସମସ୍ତ ଉନ୍ନୟନ ମୂଳକ କାର୍ଯ୍ୟ କୁ ନିର୍ମାଣ କରିବା ପାଇଁ ଗ୍ରୁପ ମାନଙ୍କୁ ସର୍ବପ୍ରଥମେ ପ୍ରାଧାନ୍ୟ ଦେଇଥାନ୍ତି କିନ୍ତୁ ଏହାକୁ କିପରି ଅସଦ ବ୍ୟବହାର କରି ଠିକାଦାର ମାନେ ଏସ.ଏଚ.ଜି ମୁଖୀଆ ମାନଙ୍କୁ ଚଞ୍ଚଳତାର ସହ ହାତ ବାରିସ କରି କାମ ହାତଉଥିବା, ପ୍ରତିବଦଳରେ ୧୦% ରୁ ଅଧିକା ପିସି ରେ ଡିଲ ହେଉଥିବା ଅଡିଓ ନିକଟରେ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଦେଖାଦେଇଥିଲା ଯାହା ତଦନ୍ତ ସାପେକ୍ଷ ।ଅଥଚ ଏହି ଘଟଣା ଗଂଜାମ ଏନ.ଏ.ସି ରେ କୌଣସି ପ୍ରଥମ ଘଟଣା ନୁହେଁ ଆଗରୁ ବି ବିଭିନ୍ନ ଯୋଜନାମୂଳକ କାର୍ଯ୍ୟ ତଥା ବର୍ଷା ଜଳ ସରଂକ୍ଷଣ ପିଟ,ଵୃକ୍ଷ ରୋପଣ,ଲାଟିନ ନିର୍ମାଣ ଏହିଭଳି ବିଭିନ୍ନ କାର୍ଯ୍ୟକୁ ଏନ.ଏ.ସି ଗ୍ରୁପ ମାନଙ୍କ ନା ରେ ନିଆଯାଇ ଠିକାଦାର ମାନେ ମାଲାମାଲ ହେଉଥିବା ଓ କିଛି ଏନ.ଏ.ସି ର କର୍ମଚାରୀ ବି ଠିକାଦାର ବନି ଅର୍ଥ ଲୁଟୁଥିବାର ନଜରି ରହିଛି ।ଅନ୍ୟପଟରେ ଆକ୍ରୋଶ ମୂଳକ ଭାବରେ କିଛି ଠିକାଦାରଙ୍କ ବିଲ କରାଯାଉନଥିବାରୁ ନିର୍ଦ୍ଧାରିତ ସମୟ ପୂର୍ବରୁ କାମ ସରିପାରୁନି ବୋଲି କିଛି ଠିକାଦାର ଅଭିଯୋଗ କରିଛନ୍ତି ।ଏ ନେଇ ଅନ୍ୟମାନଙ୍କ ପ୍ରତିକ୍ରିୟା ସମ୍ଭବପର ହୋଇପାରିନାହିଁ ।ଯଦି ଏଭଳି ଭାବରେ ବର୍ଷ ତମାମ ଚାଲୁରହେ ଏବଂ ଉପରସ୍ତରରୁ ସମାଧାନ ପ୍ରତି କୌଣସି ପଦକ୍ଷେପ ନିଆ ନ ଯାଇ ପ୍ରଭାବ ବିସ୍ତାର କରିବା ପାଇଁ ଗୋଟି ଚାଳନା କରାଯାଏ ଗଂଜାମ ଏନ.ଏ.ସି ର ବିକାଶ ବହୁ ଦୂରକୁ ଚାଲିଯିବ ବୋଲି ବୁଦ୍ଧିଜୀବୀ ମାନେ ମତବ୍ୟକ୍ତ କରିଛନ୍ତି ।

nis-ad
Leave A Reply

Your email address will not be published.