ଜାତୀୟ ଡେଙ୍ଗୁ ଦିବସ ୨୦୨୩ ପାଳନ

ଫୁଲବାଣୀ : ଜାତୀୟ ଡେଙ୍ଗୁ ଦିବସ ୨୦୨୩ ପାଳନ ଅବସରରେ ଫୁଲବାଣୀ ପୌର ପରିଷଦ ସମ୍ମିଳନୀ କକ୍ଷରେ ଏକ ସଚେତନତା ବୈଠକ ଅନୁଷ୍ଠିତ ହୋଇଯାଇଛି l ଏହି ବୈଠକରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ମନୋଜ କୁମାର ଉପାଧ୍ୟାୟ ଯୋଗ ଦେଇ ଡେଙ୍ଗୁ ରୋଗର ପ୍ରତିରୋଧ ଓ ନିୟନ୍ତ୍ରଣ ସମ୍ଵନ୍ଧରେ ନିଜର ବକ୍ତବ୍ୟ ରଖିଥିଲେ l ଏହା ଏକ ଭୁତାଣୁ ଜନିତ ରୋଗ l ଚାରି ପ୍ରକାର ଡେଙ୍ଗୁ ଭୂତାଣୁ ଅଛନ୍ତି l ଅଧିକାଂଶ କ୍ଷେତ୍ରରେ ଡେଙ୍ଗୁ ଜ୍ଵର ସାଧାରଣ ଜ୍ଵର ପରି ହୋଇଥାଏ l ଆପେ ଆପେ ଭଲ ହୋଇଯାଇଥାଏ l ବେଳେ ବେଳେ ଜଟିଳ ଲକ୍ଷଣ ମାନ ଦେଖାଯାଇ ପାରେ l ଏଡିସ୍ ମଶା ଦ୍ଵରା ରୋଗୀ ଦେହରୁ ସୁସ୍ଥ ଲୋକଙ୍କୁ ସଙ୍କ୍ରମିତ ହୋଇଥାଏ ବୋଲି କହିଥିଲେ l ସେହିପରି ଅତିରିକ୍ତ ଜିଲ୍ଲା ଜନ ସ୍ୱାସ୍ଥ୍ୟ ଅଧିକାରୀ ଡାଃ ପ୍ରଭାକର ସାହୁ ଡେଙ୍ଗୁ ରୋଗ ବିଷୟରେ ବିଷଦ ଭାବରେ ଆଲୋଚନା କରିଥିଲେ l ସେ ନିଜ ବକ୍ତବ୍ୟରେ କହିଥିଲେ ଯେ ଏଡିସ୍ ମଶା ଦିନବେଳେ କାମୁଡି ଥାଆନ୍ତି ତେଣୁ ଦିନରେ ଗର୍ଭବତୀ ମହିଳା, ବୁଢ଼ା ବୁଢୀ, ଛୋଟ ପିଲା ମାନେ ଶୋଇବା ବେଳେ ମଶାରୀ ଟାଙ୍ଗୀ ଶୋଇବା ଆବଶ୍ୟକ l ନିମ୍ବପତ୍ର ଧୁଆଁ, କରଞ୍ଜ ତେଲ, ମଶା ଧୂପ ବ୍ୟବହାର କରିବା ଦ୍ୱାରା ରୋଗକୁ ପ୍ରତିହତ କରାଯାଇ ପାରିବ l ଡେଙ୍ଗୁ ବ୍ୟାପିଥିବା ଅଞ୍ଚଳରେ ତଥା କାମ କରିବା ସମୟରେ ପୁରା ଶରୀରକୁ ଘୋଡାଇ ରଖିବା ଭଳି ପୋଷାକ ପିନ୍ଧିବା ଦରକାର l ଡେଙ୍ଗୁ ରୋଗ ବ୍ୟାପିଥିବା ଅଞ୍ଚଳରେ ଅତିଶୀଘ୍ର ଏଡିସ୍ ମଶା ବଂଶକୁ ନଷ୍ଠ କରିବା ଆବଶ୍ୟକ l ଘରେ ଭିତରେ ବାହାରେ ପାଣି ଜମିବାକୁ ଦେବା ନାହିଁ l ପରିବେଶ କୁ ପରିସ୍କାର ପରିଚ୍ଛନ୍ନ ରଖିଲେ ଏହି ମଶା ବଂଶ ବିସ୍ତାର କରି ପାରିବ ନାହିଁ ବୋଲି କହିଥିଲେ l

ଆମ ରାଜ୍ୟର ସମସ୍ତ ସରକାରୀ ଡାକ୍ତରଖାନା ଓ ଡେଙ୍ଗୁ ରୋଗ ଚିହ୍ନଟ ଓ ଚିକିତ୍ସା ସମ୍ପୂର୍ଣ୍ଣ ମାଗଣାରେ କରାଯାଉଛି l ଏହାର୍ ପ୍ରତିରୋଧ ପାଇଁ ସମସ୍ତଙ୍କ ଭୂମିକା ରହିଛି l ଉଭୟ ସରକାରୀ ଓ ବେସରକାରୀ ସ୍ତରରେ ସଂଗଠନ, ଅନୁଷ୍ଠାନ ଓ ଉଦ୍ୟୋଗ ମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ଏମାନେ ନିଜ ନିଜ ଅଞ୍ଚଳରେ ଏଡିସ୍ ମଶା ଏହାର ଅଣ୍ଡା ଓ ଲାଭା ତଥା ମଶା ଡିମ୍ବ ଦେଇଥିବ ସ୍ଥାନ ଗୁଡିକୁ ନଷ୍ଠ କରିବା ପାଇଁ ସମସ୍ତ ପ୍ରକାର ପଦକ୍ଷେପ ଗ୍ରହଣ କରିବା ଜରୁରୀ ଅଟେ l ଘରେ ସାହିରେ ଓ ଗାଁରେ ତଥା ୱାର୍ଡ଼ ମାନଙ୍କରେ ଥିବା ପରିସ୍ରାଗାର ଗୁଡିକ ପରିଷ୍କାର ପରିଚ୍ଛନ୍ନତା ପାଇଁ ସାମୁହିକ ଉଦ୍ୟମ ଜାରି ରଖି ନିଜେ ସଚେତନ ହୋଇ ଅନ୍ୟକୁ ସଚେତନ କରିବା ଦ୍ୱାରା ଡେଙ୍ଗୁ ରୋଗକୁ ପରାସ୍ତ କରି ପାରିବା l ଏହି ବୈଠକରେ ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଳା ଶିକ୍ଷା ଅଧିକାରୀ ପ୍ରମୋଦ କୁମାର ଷଡଙ୍ଗୀ, ପୌର ପରିଷଦ କାର୍ଯ୍ୟ ନିର୍ବାହୀ ଅଧିକାରୀ ବଳଦେବ ବେହେରା, ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରିଣୀ ଡଃ କଲ୍ୟାଣୀ ମିଶ୍ର, ଜିଲ୍ଲା ସାମାଜ ଅଧିକାରିଣୀ, ସିଡିପିଓ ଫୁଲବାଣୀ ବ୍ଳକ, ପୌର ପରିଷଦର ବିଭିନ୍ନ ୱାର୍ଡର ସଭ୍ଯ ସଭ୍ୟା ସ୍ୱାସ୍ଥ୍ୟ କର୍ମଚାରୀ ଉପସ୍ଥିତ ରହି ବୈଠକକୁ ସାଫଲ୍ୟ ମଣ୍ଡିତ କରିଥିଲେ l ପରିଶେଷରେ ଜନ ସ୍ଵାସ୍ଥ୍ୟ ଯୋଗା ଯୋଗ ଅଧିକାରୀ ଧର୍ମେନ୍ଦ୍ର ତାଣ୍ଡି ଉପସ୍ଥିତ ସମସ୍ତଙ୍କ ସହଯୋଗ କାମନା କରିବା ସହିତ ଧନ୍ଯବାଦ ଅର୍ପଣ କରିଥିଲେ l

nis-ad
Leave A Reply

Your email address will not be published.