ଫୁଲବାଣୀ : ସେବକ ସେବିକା ସମ୍ମିଳନୀ ଅନୁଷ୍ଠିତ

ଫୁଲବାଣୀ(୧୫/୦୫) : ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର, ଫୁଲବାଣୀ ପରିସରରେ ଫୁଲବାଣୀ ବିଭାଗ, ଦକ୍ଷୀଣ ପୂର୍ବ ସମ୍ଭାଗର ସମସ୍ତ ସେବକ ସେବିକାଙ୍କୁ ନେଇ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି l ଆଜିର ଉଦଘାଟନ ଉତ୍ସବରେ ପରିଚାଳନା କମିଟିର ସଭାପତି ଡଃ ବ୍ରଜ ବନ୍ଧୁ ମଲ୍ଲିକ ପ୍ରଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମକୁ ଆଗେଇ ନେଇଥିଲେ l ଜିଲ୍ଲା ପ୍ରମୁଖ ଇନ୍ଦ୍ରମଣି ନାୟକ, ସଙ୍କୁଳ ପ୍ରମୁଖ ପବିତ୍ର କୁମାର ସାହୁ ଯୋଗଦେଇଥିବା ବେଳେ ମୁଖ୍ୟ ବକ୍ତା ଭାବେ କୁନୁ ଭୋଇ ଯୋଗ ଦେଇଥିଲେ l ସେହିପରି ଅନ୍ୟ ମଞ୍ଚାସୀନ ଅତିଥିବୃନ୍ଦ ହେଲେ କୋଷାଧକ୍ଷ ଗୋବିନ୍ଦ ଚନ୍ଦ୍ର ନାୟକ, ବିଭାଗ ନିରୀକ୍ଷକ ରଞ୍ଜନ କୁମାର ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ l ପରିଚାଳନା କମିଟିର ସମ୍ପାଦକ ତଥା ଅବସରେ ପ୍ରାପ୍ତ ସେନା କର୍ମଚାରୀ ଟି. ଶିବ ଶଙ୍କର ପାତ୍ରଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ବକ୍ତା ଶ୍ରୀ ଭୋଇ କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ଉପରେ ମାର୍ଗ ଦର୍ଶନ କରିଥିଲେ l ୩ଟି ସଙ୍କୁଳ ଯଥା ଫୁଲବାଣୀ, ବାଲିଗୁଡ଼ା ଓ ଭଞ୍ଜନଗର ୭୦ ଜଣ ସେବକ ସେବିକା,ବାହନ ଚାଳକ ଓ ସହଯୋଗୀ ଉପସ୍ଥିତ ଥିଲେ l ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ଯ ରାଜେନ୍ଦ୍ର କୁମାର ପାଢ଼ୀ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ସମ୍ପାଦକ ଟି. ଶିବ ଶଙ୍କର ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ l ସହ ପ୍ରଧାନାଚାର୍ଯ୍ୟା ବୈଜୟନ୍ତୀ ସାମନ୍ତରାୟଙ୍କ ସମେତ ସମସ୍ତ ଆଚାର୍ଯ୍ୟ ଆଚାର୍ଯ୍ୟା ଙ୍କ ସହଯୋଗରେ କାର୍ଯ୍ୟକ୍ରମ ସଫଳ ହୋଇଥିଲା l

nis-ad
Leave A Reply

Your email address will not be published.