ଚକାପାଦ ଶୈବ ପୀଠ ଠାରେ ଗୃହରକ୍ଷୀ ମହାସଂଘ ର ସେବା କାର୍ଯ୍ୟ…

ଫୁଲବାଣୀ :କନ୍ଧମାଳ ଜିଲ୍ଲା ନିଖିଳ ଉତ୍କଳ ଗୃହରକ୍ଷୀ ମହାସଂଘ ଓ ମାନବାଧିକା ର ମିସନ କନ୍ଧମାଳ ଜିଲ୍ଲା ଶାଖାର ସମସ୍ତ କର୍ମକର୍ତ୍ତାଙ୍କ ନିଷ୍ପତ୍ତିକ୍ରମେ ଚକାପାଦ ଥାନା ଅନ୍ତର୍ଗତ ପ୍ରସିଦ୍ଧ ଶୈବପୀଠ ବିରୁପାକ୍ଷ ମନ୍ଦିର ଠାରେ ଦୀପ ଦାନ ଓ ସ୍ବଛ ଭାରତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ତତ୍ ସହିତ ବୈଠକର ଆୟୋଜନ କରାଯାଇ ମାନବାଧିକାର ମିସନ ରାଜ୍ୟ ଉପସଭାପତି ଜଳନ୍ଧର ବେହେରା, କନ୍ଧମାଳ ଜିଲ୍ଲା ହୋମଗାର୍ଡ ସଂଘ ସଭାପତି ପ୍ରଭାତ କୁମାର ସାହାଣୀଙ୍କ ତତ୍ବାବଧାନରେ ଉକ୍ତ ବୈଠକରେ ବିଭିନ୍ନ ସମସ୍ୟାର ସରଳ ସମାଧାନ କିପରି ଆଇନ୍ ଗତ ଭାବେ ହୋଇ ପାରିବ ସେ ବିଷୟରେ ଆଲୋଚନା କରାଯାଇଛି । ବୈଠକର ମୂଖ୍ୟ ଉଦ୍ଦେଶ୍ୟ ସମାଜର ମଙ୍ଗଳ ନିମନ୍ତେ ପରିବର୍ତ୍ତନ ଓ ସେବା କାର୍ଯ୍ୟକ୍ରମ କରିବା ।ସେଥିମଧ୍ୟରୁ ବୃକ୍ଷ ରୋପଣ, ସ୍ବଛ ଭାରତ କାର୍ଯ୍ୟକ୍ରମ, ରକ୍ତଦାନ ଶିବିର, ଅସହାୟ ପରିବାର ସଦସ୍ୟଙ୍କୁ ସହାୟତା ପ୍ରଦାନ,ଏଭଳି ସମସ୍ତ କାର୍ଯ୍ୟକ୍ରମ କନ୍ଧମାଳ ଜିଲ୍ଲାର ସମସ୍ତ ଥାନାର ହୋମଗାର୍ଡ ଭାଇ ଭଉଣୀ ମାନେ ସଂଘ ମାଧ୍ୟମରେ ଡିୟୁଟି ପରବର୍ତ୍ତୀ ସମୟରେ କିପରି କରି ପାରିବ ସେ ବିଷୟରେ ଆଲୋଚନା କରାଯାଇଥିଲା । ବର୍ତ୍ତମାନ କନ୍ଧମାଳ ଜିଲ୍ଲାର ହୋମଗାର୍ଡ ସଂଘ କର୍ମକର୍ତ୍ତା ମଞ୍ଜୁଳା ନାୟକଙ୍କ ହାଇକୋର୍ଟ ଡିଗ୍ରୀ କେସ ମାନବାଧିକାର ମିସନ ମାଧ୍ୟମରେ ସୁପ୍ରିମ କୋର୍ଟରେ କେସ ଶେଷ ଶୁଣାଣି ହୋଇ ଜର୍ଜମେଣ୍ଟ୍ ହୋଇ ଡିଗ୍ରୀ ହାସଲ କରାଯାଇଛି । ସୁପ୍ରିମକୋର୍ଟ ଜଷ୍ଟିସ ଏମ୍ ଆର୍ ଶାହା ଜଷ୍ଟିସ ବି ଭି ନାଗରତ୍ନ ଏବଂ ମାନବାଧିକାର ମିସନ ଚୈୟାରପରସ ମହେନ୍ଦ୍ର ଶର୍ମା, ରାଜ୍ୟ ସଭାପତି ଦିଲ୍ଲିପ କୁମାର ଧଳ, ମହିଳା ସଭାନେତ୍ରୀ ଆରତୀ ମଙ୍ଗରାଜ, ଏବଂ ଆଇନଜୀବୀ ଶେଖର ଶ୍ରୀବାସ୍ତବଙ୍କ ଦୃଢ଼ ଇଚ୍ଛାଶକ୍ତି ବଳରେ ତା,୧୭/୩/୨୦୨୩, ତାରିଖ ଦିନ କନ୍ଧମାଳ ଜିଲ୍ଲା ମଞ୍ଜୁଳା ନାୟକଙ୍କ ସୁପ୍ରିମକୋର୍ଟ କେସ୍ ଡିଗ୍ରୀ ହାସଲ କରାଯାଇ ରାଜ୍ୟ ସରକାରଙ୍କୁ ହସ୍ତାନ୍ତର କରାଯାଇଛି । ଖୁବଶୀଘ୍ର ରାଜ୍ୟର ସମସ୍ତ ଜିଲ୍ଲାର ହୋମଗାର୍ଡ ଭାଇ ଭଉଣୀ ମାନେ ସୁପ୍ରିମକୋର୍ଟ ଦେଇ ଥିବା ନିର୍ଦ୍ଦେଶ ପ୍ରକାରେ ସମାନ କାମକୁ ସମାନ ଦରମା ଯାହାକି କନେଷ୍ଟବଲ ମାନଙ୍କ ଦରମା ସହିତ ସମାନ ଭାବରେ ୨୦୧୮, ମସିହାରୁ ବର୍ଦ୍ଧିତ ଦରମା ଏବଂ ଏରିୟର ପାଇବେ, ଏହି ସୁବିଧା ରାଜ୍ୟର ୧୬,୫୦୦ରୁ ଉର୍ଦ୍ଧ୍ବ ହୋମଗାର୍ଡ ପରିବାର ବର୍ତ୍ତମାନ ସମାଜର ଚଳଣି ସହିତ ଖାପଖୁଆଇ ଚଳି ପାରିବେ ବୋଲି, ନିଖିଳ ଉତ୍କଳ ଗୃହରକ୍ଷୀ ମହାସଂଘ ସଭାପତି ରଞ୍ଜନ କୁମାର ମଲ୍ଲିକ ସମ୍ପାଦକ ବିଚିତ୍ର ନନ୍ଦ ବିଶ୍ବାଳ ଏବଂ କୋଷାଧ୍ୟକ୍ଷ ଉମାକାନ୍ତ ରାଉତ ପ୍ରକାଶ କରିଥିବା କନ୍ଧମାଳ ଜିଲ୍ଲା ହୋମଗାର୍ଡ ସଂଘ କର୍ମକର୍ତ୍ତା ବୈଠକରେ ଆଲୋଚନା କରିଥିବା ଦେଖିବାକୁ ମିଳିଛି । ଦିନକୁଦିନ ବିଭିନ୍ନ ସାମଗ୍ରୀ ଦରବୃଦ୍ଧି ଯୋଗୁଁ ବର୍ତ୍ତମାନ ହୋମଗାର୍ଡ ମାନଙ୍କୁ ମିଳୁଥିବା ଦୈନିକ,୪୧୬, ଟଙ୍କା ହିସାବରେ ମାସିକ ୧୨,୦୦୦ରୁ,୧୩,୦୦୦, ଟଙ୍କା ଦରମାରେ ପରିବାର ଭୋରଣ ପୋଷଣ କରିବା ସହିତ ବୃଦ୍ଧ ବାପା ମାଙ୍କ ଔଷଧ ଖର୍ଚ୍ଚ ଏବଂ ପୁଅ ଝିଅ ମାନଙ୍କୁ ଉଚ୍ଚ ଶିକ୍ଷା ଦେବାରେ ଅସୁବିଧାର ସମ୍ମୁଖୀନ ହେଉଥିବା ସଂଘ କର୍ମକର୍ତ୍ତା ଆଲୋଚନା କରିଛନ୍ତି l ଏଣୁ ଆଗାମୀ ଦିନରେ ସୁପ୍ରିମକୋର୍ଟଙ୍କ ରାୟ ଅନୁସାରେ ରାଜ୍ୟ ସରକାର ବଡ଼ ଧରଣର ପରିବର୍ତ୍ତନ କରିବେ ବୋଲି ନିଖିଳ ଉତ୍କଳ ଗୃହରକ୍ଷୀ ମହାସଂଘ ଓ ମାନବାଧିକାର ମିସନ କନ୍ଧମାଳ ଜିଲ୍ଲା ଶାଖାର ସମସ୍ତ କର୍ମକର୍ତ୍ତା ଆଜିର ବୈଠକରେ ଅନୁରୋଧ ରଖିଛନ୍ତି । ଉକ୍ତ କାର୍ଯ୍ୟକ୍ରମରେ ମାନବାଧିକାର ମିସନ ରାଜ୍ୟ ଉପସଭାପତି ତଥା କନ୍ଧମାଳ ଜିଲ୍ଲା ହୋମଗାର୍ଡ ସଂଘ ପରାମର୍ଶଦାତା ଜଳନ୍ଧର ବେହେରା, କନ୍ଧମାଳ ଜିଲ୍ଲା ମାନବାଧିକାର ମିସନ ମିଡ଼ିଆ ସମ୍ପାଦକ ତଥା କନ୍ଧମାଳ ଜିଲ୍ଲା ହୋମଗାର୍ଡ ସଂଘ ପରାମର୍ଶଦାତା, ସାମ୍ବାଦିକ କୁନା ଦିଗାଲ, କନ୍ଧମାଳ ଜିଲ୍ଲା ହୋମଗାର୍ଡ ସଂଘ ଆବାହକ ତଥା ମାନବାଧିକାର ମିସନ କନ୍ଧମାଳ ଜିଲ୍ଲା ସଭାପତି, ବିରାଜ କୁମାର ପ୍ରଧାନ । କନ୍ଧମାଳ ଜିଲ୍ଲା ହୋମଗାର୍ଡ ସଂଘ ସଭାପତି, ପ୍ରଭାତ କୁମାର ସାହାଣୀ, କାର୍ଯ୍ୟକାରୀ ସଭାପତି ଅକ୍ଷୟ କୁମାର ରାୟ, ସମ୍ପାଦକ ସପନ କୁମାର ମିଶ୍ର,କୋଷାଧ୍ୟକ୍ଷ ଶେଖ୍ ରିହାଜୁଦିନ୍ ଟାଉନ ଥାନା ହୋମଗାର୍ଡ ସଂଘ, ଉପ ସଭାପତି ସାଫରିନ ଖାନ୍, ଉପସ୍ଥିତ ରହି ଆଗାମୀ ଦିନରେ କିପରି କନ୍ଧମାଳ ଜିଲ୍ଲାର ସମସ୍ତ ଥାନାର ହୋମଗାର୍ଡ ଭାଇ ଭଉଣୀ ମାନେ ନିଖିଳ ଉତ୍କଳ ଗୃହରକ୍ଷୀ ମହାସଂଘ ଓ ମାନବାଧିକାର ମିସନରେ ସଦସ୍ୟ ଗ୍ରହଣ କରି ନିଜ ନିଜର ଚାକିରି ଏବଂ ପରିବାରର ସୁରକ୍ଷା ଦେବା ସହିତ ସମାଜର ଚଳଣି ସହିତ ଖାପଖୁଆଇ ଚଳି ପାରିବେ ସେ ନେଇଁ ଆଲୋଚନା କରିଛନ୍ତି ।ଶେଷ ପର୍ଯ୍ୟାୟରେ ଚକାପାଦ ଥାନାର ସମସ୍ତ ହୋମଗାର୍ଡ ଭାଇ ଭଉଣୀ ମାନଙ୍କୁ ନେଇ ଚକାପାଦ ଥାନା ହୋମଗାର୍ଡ ସଂଘ କର୍ମକର୍ତ୍ତା ଚୟନ କରାଯାଇଥିଲା । ସଭାପତି ଭାବରେ, ବସନ୍ତ କୁମାର ମଲ୍ଲିକ,ଉପ ସଭାପତି ପ୍ରତାପ ଚନ୍ଦ୍ର ମଲ୍ଲିକ, ସମ୍ପାଦକ ସଞ୍ଜୟ କୁମାର ବେହେରା,ସହ ସମ୍ପାଦକ ସନ୍ତୋଷ କୁମାର ମଲ୍ଲିକ, କୋଷାଧ୍ୟକ୍ଷ, ହେମନ୍ତ ମଲ୍ଲିକ,ଉପ କୋଷାଧ୍ୟକ୍ଷ,ବିମଳ ବେହେରା, କାର୍ଯ୍ୟକାରି ସଭାପତି, ମନୋରଞ୍ଜନ ମଲ୍ଲିକ, ଏବଂ ଚକାପାଦ ଥାନାର ହୋମଗାର୍ଡ ସଂଘ ଟିକୁ ଶୃଙ୍ଖଳିତ ଭାବେ ପରିଚାଳନା କରିବା ପାଇଁ ପରାମର୍ଶଦାତା ଭାବେ ବରିଷ୍ଠ ସାମ୍ବାଦିକ,ପ୍ରମୋଦ କୁମାର ସାହୁ, ଏବଂ ସାମ୍ବାଦିକ,ଦୀପକ କୁମାର ହଂସଙ୍କୁ ଚୟନ କରାଯାଇଛି । ଉକ୍ତ କାର୍ଯ୍ୟକ୍ରମଟିକୁ କନ୍ଧମାଳ ଜିଲ୍ଲା ହୋମଗାର୍ଡ ସଂଘ କର୍ମକର୍ତ୍ତା ଓ ଚକାପାଦ ଥାନାର ସମସ୍ତ ହୋମଗାର୍ଡ ଭାଇ ଭଉଣୀ ମାନଙ୍କ ମିଳିତ ସହଯୋଗରେ ପରିଚାଳିତ କରାଯାଇଥିଲା ବୋଲି ଜିଲ୍ଲା ହୋମଗାର୍ଡ ସଂଘର ସଭାପତି ପ୍ରଭାତ କୁମାର ସାହାଣୀ ଓ ମାନବାଧିକାର ମିଶନ ଜିଲ୍ଲା ସଭାପତି ବିରାଜ କୁମାର ପ୍ରଧାନ ପ୍ରକାଶ କରିଥିଲେ ଓ ଆଗାମୀ ଦିନରେ ଜିଲ୍ଲା ହୋମଗାର୍ଡ ମହାସଂଘ ସମାଜର ପରିବର୍ତ୍ତନ ଓ ସେବା କାର୍ଯ୍ୟକ୍ରମ ଜାରି ରହିବ ବୋଲି ଗଣମାଧ୍ୟମ ନିକଟରେ ପ୍ରକାଶ କରିଥିଲେ l

nis-ad
Leave A Reply

Your email address will not be published.