ସମ୍ବଲପୁର ସର୍କଲ ଜେଲରେ ବିଚାରଧୀନ କଏଦୀଙ୍କ ଆତ୍ମହତ୍ୟା…

ସମ୍ବଲପୁର: ସମ୍ବଲପୁର ସର୍କଲ ଜେଲରେ ବିଚାରଧୀନ କଏଦୀର ଆତ୍ମହତ୍ୟା । ମୃତକ ହେଲେ ସିନ୍ଦୁରପଙ୍କ ଅଞ୍ଚଳର ଧରଣୀଧର ମହାନନ୍ଦ । ଘରୋଇ କଳି ଓ ସ୍ତ୍ରୀକୁ ମାଡ଼ ମାରିବା ଅଭିଯୋଗରେ ଗତକାଲି ସେ ଗିରଫ ହୋଇ ଜେଲକୁ ଆସିଥିଲେ । ଆଜି ଭୋର ସକାଳୁ ଶୌଚ ହେବାକୁ ଯାଇଥିବା ବେଳେ ବେକରେ ଗାମୁଛା ଲଗାଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ଏନେଇ ସାଥୀ କଏଦୀ ଜାଣିବା ପରେ ତାଙ୍କୁ ଉଦ୍ଧାର କରି ଜେଲ କର୍ତ୍ତୃପକ୍ଷଙ୍କୁ ସୂଚନା ଦେଇଥିଲେ ।

ତାଙ୍କୁ ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ଯ ଚିକତ୍ସାଳୟକୁ ଅଣାଯାଇଥିଲା । ହେଲେ ସେଠାରେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ତେବେ ଜେଲ ରେ ଏତେ ଶିଶିଟିଭି ଥାଇ ମଧ୍ୟ କିପରି ଜଣେ କଏଦୀ ଆତ୍ମହତ୍ୟା କରି ପକାଇଲେ ଆଉ ଏହାକୁ କିପରି କେହି ଜାଣି ପାରିଲେ ନାହିଁ ତାକୁ ନେଇ ଅନେକ ପ୍ରଶ୍ନ ଉଠିଛି l ଘଟଣାକୁ ନେଇ ଜେଲ କତୃପକ୍ଷ ତଦନ୍ତ ଜାରି ରଖିଛନ୍ତି l

nis-ad
Leave A Reply

Your email address will not be published.