ଯାତ୍ରା କଳାକାରଙ୍କୁ କମେଣ୍ଟ ମରାକୁ କେନ୍ଦ୍ରକରି ଦୁଇ ଗୋଷ୍ଠୀ ମଧ୍ୟରେ ପିଟାପିଟି

ଆଠଗଡ଼: ରଣକ୍ଷେତ୍ର ପାଲଟିଲା ଯାତ୍ରା ପେଣ୍ଡାଲ । ସାମାନ୍ୟ ବଚସାକୁ କେନ୍ଦ୍ର କରି ଯାତ୍ରା ପେଣ୍ଡାଲରେ ପିଟାପିଟି । ଚେୟାର୍‌ ଫିଙ୍ଗା ଫୋପଡା । ଏଭଳି ଘଟଣା ଘଟିଛି କଟକ ଜିଲ୍ଲା ତିଗିରିଆ ନୂଆପାଟଣା ତଳ ସାହିର । ଚନ୍ଦନ ଯାତ୍ରାରେ ଗାଁରେ ଅପେରା ପଡିଥିଲା । ଯାତ୍ରା କଳାକାରଙ୍କୁ କମେଣ୍ଟ ମରାକୁ କେନ୍ଦ୍ରକରି ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇଥିଲା । ଏଥିରେ ଜଣେ ଗୁରୁତର ଓ ଜଣେ ଆହତ ହୋଇଛନ୍ତି ।

ଅଭିଯୋଗ ହୋଇଛି, ତିଗିରିଆ ବେଲଅନ୍ତାର ଗୋଟିଏ ଗୋଷ୍ଠୀ ଯାତ୍ରା ଦେଖିବାକୁ ଆସିଥିବା ବେଳେ ପେଣ୍ଡାଲ ଉପରେ ଯାତ୍ରା ପ୍ରଦର୍ଶନ କରୁଥିବା କଳାକାରଙ୍କୁ ଅଶ୍ଳୀଳ ଇଙ୍ଗିତ କରିବା ସହ କମେଣ୍ଟ ମାରିଥିଲେ । ନୂଆପାଟଣା ତଳ ସାହିର ଯାତ୍ରା କମିଟି ଏହାକୁ ବିରୋଧ କରିଥିଲେ । ଯାହାକୁ ନେଇ ପ୍ରଥମେ ଯୁକ୍ତିତର୍କ ଓ ପରେ ପିଟାପିଟି ହୋଇଥିଲେ ଉଭୟ ଗୋଷ୍ଠୀ । ତିଗିରିଆ ପୋଲିସ୍‌ ଘଟଣାର ତଦନ୍ତ କରୁଛନ୍ତି । 

nis-ad
Leave A Reply

Your email address will not be published.