ଘର ଭିତରେ ପଶିଗଲା କାର, ଶୋଇଥିବା ଅବସ୍ଥାରେ ମହିଳା ମୃତ

ବୌଦ୍ଧ: ବୌଦ୍ଧ ରାଧାନଗର ଗାଁରେ ରାତି ଅଧରେ ଘର ଭିତରକୁ ପଶିଲା ଇନୋଭା କାର। ଘରେ ସୋଇଥିବା ମହିଳାଙ୍କ ଉପରକୁ ମାଡ଼ିଗଲା  କାର । ଘଟଣା ସ୍ଥଳରେ ମହିଳାଙ୍କ ମୃତ ହୋଇଥିବା ସୂଚନା । ମୃତ ମହିଳା ଜଣକ ହେଲେ ରାଧାନଗର ଗାଁର ପାଣେଶ୍ବରୀ ଧଳ । ଇନୋଭା କାରଟି ଚାରିଛକ ପଟୁ ବୌଦ୍ଧ ଆଡକୁ ଆସୁଥିବା ବେଳେ ଭାରସାମ୍ୟ ହରାଇ ଦୁର୍ଘଟଣା ଗ୍ରସ୍ତ ହୋଇଥିଲା । କାରଟି ରାସ୍ତା ପାଶ୍ୱର୍ରେ ଥିବା ଏକ ଚାଳଛପର ଘର ଉପରପଟୁ ପଶି ଓଲଟି ପଡିଥିଲା ।

ଦୁର୍ଘଟଣାରେ ଘର ମଧ୍ୟରେ ଥିବା ମହିଳାଙ୍କ ଉପରେ ମାଡ଼ି ଯାଇଥିଲା। ଘଟଣା ସ୍ଥଳରେ ମହିଳାଙ୍କ ମୃତ୍ୟୁ ହୋଇଥିବା ସୂଚନା। ଘଟଣା ସ୍ଥଳରୁ ଡ୍ରାଇଭର ଚମ୍ପଟ ମାରିଥିବା ସୂଚନା। କ୍ଷତିପୂରଣ ଦାବି ନେଇ ଉତ୍ୟକ୍ତ ଲୋକେ ଅବରୋଧ କଲେ ଖୋର୍ଦ୍ଧା ବାଲାଙ୍ଗୀର ୫୭ତମ ଜାତୀୟ ରାଜପଥ ଅବରୋଧ । ଉଭୟ ପାର୍ଶ୍ୱରେ ଅଟକି ରହିଛି ସହ ସହ ଗାଡ଼ି ମଟର ।ଘଟଣା ସ୍ଥଳରେ ବୌଦ୍ଧ ପୋଲିସ ପହଁଛି ଅଧିକ ତଦନ୍ତ ଜାରି ରଖିଛି।

nis-ad
Leave A Reply

Your email address will not be published.