ସୁଧାକୋଣ୍ଡା ଜଙ୍ଗଲରେ ମାଓ ସାମଗ୍ରୀ ଜବତ କରିବା ସହ ଗୋଟିଏ ବୋମାକୁ ନିଷ୍କ୍ରିୟ କଲେ ବିଏସଏଫ

ମାଲକାନଗିରି, (୧୩।୫) : ମାଲକାନଗିରି ଜିଲ୍ଲା ସୁଧାକୋଣ୍ଡା ଗ୍ରାମ ନିକଟ ବିଏସଏଫ ପକ୍ଷରୁ ଜଙ୍ଗଲରେ ସର୍ଚ ଅପରେସନ ବେଳେ ଯବାନଙ୍କ ଦ୍ଵାରା ଗୋଟିଏ ଜୀବନ୍ତ ବୋମା ଜବତ କରି ଏହାକୁ ନିଷ୍କ୍ରିୟ କରାଯାଇଛି । ମିଳିଥିବା ସୂଚନା ଅନୁଯାୟୀ ୧୪୨ ବାଟାଲିଆନ ବିଏସଏଫ ଯବାନଙ୍କ ପକ୍ଷରୁ ସୁଧାକୋଣ୍ଡା ଜଙ୍ଗଲରେ ସର୍ଚ ଅପରେସନ ଆରମ୍ଭ କରଜିଥିଲା । ଯବାନ ମାନେ ସର୍ଚ ଅପରେସନ କରିବା ସମୟରେ ଏକ ପରିତ୍ୟକ୍ତ ସ୍ଥାନରେ ମାଓ ସାମଗ୍ରୀ ଲୁଚାଇ ରଖା ଯାଇଥିବା ସନ୍ଧାନ ପାଇଥିଲେ । ତୁରନ୍ତ ଯବାନ ମାନେ ଉକ୍ତ ସ୍ଥାନରୁ ମାଓ ସାମଗ୍ରୀ ଗୁଡିକ ଜବତ କରିଥିବା ବେଳେ ସେଠାରୁ ଆଇଡି ବୋମା ଖଞ୍ଜା ଯାଇଥିବା ଗୋଟିଏ ଷ୍ଟିଲ୍ ଟିଫିନ୍, ଗୋଟିଏ ଇଲେକ୍ଟ୍ରିକ୍ ଡିଟୋନେଟର୍, ପ୍ରାୟ ୨୦ଫୁଟ ଇଲେକ୍ଟ୍ରିକ୍ ତାର ଆଦି ଜବତ କରିଥିଲେ । ତୁରନ୍ତ ଯବାନଙ୍କ ବୋମା ନିଷ୍କ୍ରିୟକାରୀ ଦଳ ସେଠାରେ ପହଞ୍ଚି ଉକ୍ତ ବୋମାକୁ ସେଠାରେ ହିଁ ନିଷ୍କ୍ରିୟ କରିଥିଲେ ।

nis-ad
Leave A Reply

Your email address will not be published.