ସିବିଏସ୍‌ଇ ଦଶମ ଶ୍ରେଣୀ ଓ ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷାରେ ଆଦିତ୍ୟ ବିର୍ଲ୍ଲା ସ୍କୁଲର ଅଭୂତପୂର୍ବ ସଫଳତା


କାଶିପୁର (୧୩/୦୫) : ରାୟଗଡା ଜିଲ୍ଲା ଅନ୍ତର୍ଗତ କାଶୀପୁର ବ୍ଲକ୍ ଅଧିନସ୍ଥ ଓଷାପଡାସ୍ଥିତ ଆଦିତ୍ୟ ବିର୍ଲ୍ଲା ପବ୍ଲିକ୍ ସ୍କୁଲର ଛାତ୍ରଛାତ୍ରୀ ସି.ବି.ଏସ୍.ଇ. ର ନୂତନ ମାର୍ଗଦର୍ଶିକା ଅନୁଯାୟୀ ଦଶମ ଶ୍ରେଣୀ ପରୀକ୍ଷାରେ କ୍ରମାଗତ ସପ୍ତମ ବର୍ଷ ନିମନ୍ତେ ଶତପ୍ରତିଶତ ସଫଳତା ହାସଲ କରି ସମଗ୍ର ରାୟଗଡ଼ା ଜିଲ୍ଲାରେ ପ୍ରଶଂସାର ପାତ୍ର ହୋଇପାରିଛନ୍ତି । ଛାତ୍ରଛାତ୍ରୀମାନେ ଶତପ୍ରତିଶଶତ ସଫଳତା ଲାଭ କରିବା ସହିତ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଛନ୍ତି ବୋଲି ବିଦ୍ୟାଳୟର ଅଧ୍ୟକ୍ଷା ସୁଶ୍ରୀ ରିଙ୍କୁ ବାନାର୍ଜୀ ପ୍ରକାଶ କରିଛନ୍ତି । ମୋଟ ୧୮ ପରୀକ୍ଷାର୍ଥୀ ଏ ବର୍ଷ ଦଶମ ଶ୍ରେଣୀ ପରୀକ୍ଷା ଦେଇଥିଲେ । ସେମାନଙ୍କ ମଧ୍ୟରୁ ଶ୍ରୀମାନ୍ ସାଇସ୍ୱରୂପ ପୃଷ୍ଟି ୯୪.୮ % ନମ୍ୱର ରଖି ବିଦ୍ୟାଳୟରେ ପ୍ରଥମ ସ୍ଥାନ, ସୁଶ୍ରୀ ହିବା ବେଗ୍ ଓ ସୁଶ୍ରୀ ଶ୍ରଦ୍ଧା ସୁମନ ପ୍ରଧାନ ଯୁଗ୍ମ ଭାବରେ ୯୪.୪% ନମ୍ବର ରଖି ଦ୍ୱିତୀୟ ସ୍ଥାନ, ଶ୍ରୀମାନ୍ ହିମାଂଶୁ ଶେଖର ସାହୁ ୯୩.୬% ନମ୍ୱର ରଖି ତୃତୀୟ ସ୍ଥାନ ଅଧିକାର କରିଛନ୍ତି । ଆଠ ଜଣ ବିଦ୍ୟାର୍ଥୀ ୯୦% ରୁ ଅଧିକ ନମ୍ୱର ରଖିଛନ୍ତି । ବିଗତ ସାତ ବର୍ଷ ଧରି ବିଦ୍ୟାର୍ଥୀମାନେ ସେମାନଙ୍କର ଉତ୍କୃଷ୍ଟ ପ୍ରଦର୍ଶନ କରିଆସୁଛନ୍ତି ।

ଚଳିତ ବର୍ଷ ପ୍ରଥମ କରି ଦ୍ୱାଦଶ ଶ୍ରେଣୀର ମୋଟ ୧୪ ଜଣ ବିଦ୍ୟାର୍ଥୀ ସି. ବି. ଏସ୍. ଇ. ଦ୍ୱାରା ପରିଚାଳିତ ବୋର୍ଡ ପରୀକ୍ଷାରେ ଅବତୀର୍ଣ୍ଣ ହୋଇଥିଲେ । ସେମାନଙ୍କ ମଧ୍ୟରୁ ଶ୍ରୀମାନ୍ ସମ୍ଭବ ମହାପାତ୍ର ୯୪.୨ % ନମ୍ୱର ରଖି ବିଦ୍ୟାଳୟରେ ପ୍ରଥମ ସ୍ଥାନ, ଶ୍ରୀମାନ୍ ଆଦର୍ଶ ପାଣ୍ଡେ ୯୨.୬% ନମ୍ବର ରଖି ଦ୍ୱିତୀୟ ସ୍ଥାନ, ଶ୍ରୀମାନ୍ ଅରିବ୍ ଅହମ୍ମଦ ୯୦% ନମ୍ୱର ରଖି ତୃତୀୟ ସ୍ଥାନ ଅଧିକାର କରିଛନ୍ତି ।
ବିଦ୍ୟାଳୟ ପରିଚାଳନା କମିଟିର ଅଧ୍ୟକ୍ଷ ତଥା ଉତ୍କଳ ଆଲୁମିନାର ୟୁନିଟ୍ ହେଡ୍ ଶ୍ରୀଯୁକ୍ତ ମଜହର୍ ଉଲ୍ଲା ବେଗ୍ ଓ ବିଦ୍ୟାଳୟ ପରିଚାଳନା କମିଟିର ସଂରକ୍ଷକ ଶ୍ରୀମତୀ ହିନା ବେଗ୍, ବିଦ୍ୟାଳୟର ଏହି ଅଭୂତପୂର୍ବ ସଫଳତା ପାଇଁ ଅଧ୍ୟକ୍ଷା ସୁଶ୍ରୀ ରିଙ୍କୁ ବାନାର୍ଜୀଙ୍କୁ, ସମସ୍ତ ଛାତ୍ରଛାତ୍ରୀ, ଶିକ୍ଷକ, ଶିକ୍ଷୟିତ୍ରୀ ଓ ଅଭିଭାବକମାନଙ୍କୁ ଶୁଭେଚ୍ଛା ଜ୍ଞାପନ କରିଛନ୍ତି ।

nis-ad
Leave A Reply

Your email address will not be published.