ମାଲକାନଗିରିରେ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ

ମାଲକାନଗିରି(୧୩।୫) : ଜାତୀୟ ଆଇନ ସେବା ପ୍ରାଧିକରଣ ଓ ରାଜ୍ୟ ଆଇନ ସେବା ପ୍ରାଧିକରଣ ନିର୍ଦ୍ଦେଶ କ୍ରମେ ମାଲକାନଗିରି ଜିଲ୍ଲା ଆଇନ ସେବା ପ୍ରାଧିକରଣର ଅଧ୍ୟକ୍ଷ ତଥା ଜିଲ୍ଲା ଦୌରା ଜଜ ଅଜନ୍ତା ଷଡଙ୍ଗୀ ତତ୍ତ୍ଵାବଧାନରେ ଜାତୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଅଛି । ଉକ୍ତ ଅଦାଲତରେ ମାଲକାନଗିରି ଜିଲ୍ଲା ଜଜ ତଥା ଆଇନ ସେବା ପ୍ରାଧିକରଣ ଅଧ୍ୟକ୍ଷ ଅଜନ୍ତା ଷଡଙ୍ଗୀ, ବରିଷ୍ଠ ଦେୱାନି ବିଚାରପତି ବିଜୟ କୁମାର ଦାସ, ରେଜିସ୍ଟାର ଅରୂପ ନାୟକ, ସ୍ଥାୟୀ ଓ ନିରନ୍ତର ଲୋକ ଅଦାଲତ ବିଚାରପତି ରାକେଶ କୁମାର ମୁଦୁଲି, ଉପଖଣ୍ଡ ବିଚାର ବିଭାଗୀୟ ବିଚାରପତି ରୁଦ୍ର ପ୍ରକାଶ ନାୟକ ଓ ନ୍ୟାୟାଧିକାରୀ ଦେବେନ୍ଦ୍ର ନାଥ ବାଘ ପ୍ରମୁଖ ଉପସ୍ଥିତ ରହି ପୃଥକ ପୃଥକ ଭାବେ କୋର୍ଟ କରି ମୋକଦ୍ଦମା ଫୈଇସଲା କରିଥିଲେ ।

ସେହିପରି ମୋଟୁ, କୁଡୁମୁଳୁଗୁମ୍ମା ଏବଂ ମାଥିଲି ସ୍ଥିତ କୋର୍ଟରେ ମଧ୍ୟ ବିଭିନ୍ନ ମୋକଦ୍ଦମା ଫିଇସଲା କରିଥିଲେ । ଏହି ରାଷ୍ଟ୍ରୀୟ ଲୋକ ଅଦାଲତରେ ୩ ଗୋଟି ମୋଟର ଦୁର୍ଘଟଣା ଜନିତ କ୍ଷତି ପୂରଣ ମାମଲାର ଫୈଇସଲା କରି ବୀମା କମ୍ପାନୀ ମାନଙ୍କୁ କ୍ଷତି ପୂରଣ ବାବଦରେ ଆଦେଶ ଦେଇ ମୋଟ ୨୮ ଲକ୍ଷ ଟଙ୍କା କ୍ଷତି ପୂରଣ ଦେବା ପାଇଁ ଧାର୍ଯ୍ୟ କରଯାଇଥିଲା, ସେହିପରି ମୋଟ ୨୧୯୩ ଟି ବିଭିନ୍ନ ମକଦ୍ଦମା ଫେଇସଲା କରାଯାଇଥିଲା । ଏହି ଲୋକ ଅଦାଲତରେ ସଚିବ ତଥା ସ୍ଥାୟୀ ଓ ନିରନ୍ତର ଲୋକ ଅଦାଲତ ବିଚାରପତି ରାକେଶ କୁମାର ମୁଦୁଲିଙ୍କ ଦ୍ଵାରା ୬ ଗୋଟି ପ୍ରି ଲିଟିଗେସନ ମକଦ୍ଦମା ଗୁଡିକୁ ଆପୋସ ବୁଝାମଣା ଜରିଆରେ ସମାଧାନ କରାଯାଇଥିଲା । ଉକ୍ତ ରାଷ୍ଟ୍ରୀୟ ଲୋକ ଅଦାଲତରେ ରାଜସ୍ବ ବିଭାଗ ମିଳିତ ଭାବେରେ ମାଲକାନଗିରି ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ, ଉପଜିଲ୍ଲାପାଳ ଓ ତହସିଲଦାର ୨୦୫୬ ଗୋଟି ରାଜସ୍ବ ମାମଲା ବିଚାର କରି ଜୋରିମାନା ବାବଦରେ ମୋଟ ୨୬୮୪୫୦/- ଟଙ୍କା ଆଦାଯ ସହ ଜିଲ୍ଲା ବନ ଖଣ୍ଡ ଅଧିକାରୀଙ୍କ ଦ୍ବାରା ୨୧ଗୋଟି ମାମଲ ବିଚାର କରି ମୋଟ ୧୨୫୦୦/- ଟଙ୍କା ଜରିମାନା ଆଦାୟ କରିଥିଲେ । ସେହିପରି ଶ୍ରମ ଅଧିକାରୀଙ୍କ ଦ୍ବାରା ୨ ଗୋଟି ମାମଲ ବିଚାର କରି ମୋଟ ୧୦୩୫୭୭/- ଟଙ୍କା ଜରିମାନା ଆଦାୟ କରିଥିଲେ । ବ୍ୟାଙ୍କ ମାଧ୍ୟମରେ ୨ଟି ଗାଟି ମାମଲ ବିଚାର କରି ମୋଟ ୩୮୫୦୦୦/- ଟଙ୍କା ଆଦାୟ କରିଥିଲେ । ଶେଷରେ ଉକ୍ତ ଲୋକ ଅଦାଲତ କାର୍ଯ୍ୟକ୍ରମରେ ଓକିଲ, ସିଭିଲ କୋର୍ଟର ସମସ୍ତ କର୍ମଚାରୀବୃନ୍ଦ ଜିଲ୍ଲା ଆଇନ ସେବା ପ୍ରାଧ୍ଵକରଣ, ମାଲକାନଗିରିର ସମସ୍ତ କର୍ମଚାରୀ ଉପସ୍ଥିତ ରହି ଅଦାଲତ କାର୍ଯ୍ୟରେ ସମ୍ପୂର୍ଣ ଭାବେ ସହଯୋଗ କରିଥିଲେ।

nis-ad
Leave A Reply

Your email address will not be published.