ରେଙ୍ଗାଳି କେନାଲରୁ ସନ୍ଦିଗ୍ଧ ଡ୍ରୋନ୍‌ ଜବତ

ଢେଙ୍କାନାଳ : କେନାଲ ହୁଡ଼ାରୁ ଉଦ୍ଧାର ହେଲା ଡ୍ରୋନ୍‌। ଢେଙ୍କାନାଳ ଜିଲ୍ଲା ସଦର ଥାନା ଇନ୍ଦିପୁର ଗାଁର ରେଙ୍ଗାଳି କେନାଲ ହୁଡ଼ା ନିକଟରୁ ଉଦ୍ଧାର ହୋଇଛି ମିନି ପ୍ଳେନ ଭଳି ଦିଶୁଥିବା ଡ୍ରୋନ୍‌ । ଗାଁର କିଛି ଯୁବକ ପ୍ରଥମେ ଏହି ମିନି ପ୍ଳେନ ଭଳି ଦିଶୁଥିବା ଡ୍ରୋନଟି ପଡିଥିବା ଦେଖିଥିଲେ । ଏହି ଡ୍ରୋନ ଉପରେ ୨ଟି କ୍ୟାମେରା ଖଞ୍ଜାଯାଇଛି। ଗାଁଲୋକେ ପ୍ରଥମେ ଏହାକୁ ଦେଖି ଭୟଭୀତ ହୋଇଯାଇଥିଲେ।

ପରେ ଡ୍ରୋନଟିକୁ ଉଦ୍ଧାର କରି ଘରକୁ ନେଇଯାଇଥିଲେ। ଘଟଣା ସମ୍ପର୍କରେ ନିକଟସ୍ଥ ସଦର ଥାନାରେ ଜଣାଯାଇଛି। ଏହି ଡ୍ରୋନ୍‌ର ଲମ୍ବ ୭ ଫୁଟ ଓ ଓସାର ପ୍ରାୟ ୪ ଫୁଟ ରହିଛି। କେଉଁ ପରିସ୍ଥିତିରେ ଏହି ଡ୍ରୋନଟି ଏଠାକୁ ଆସିଲା। କାହିଁକି ଖସି ପଡ଼ିଥିଲା । କିଏ ତାକୁ ଉଡାଇ ଥିଲା ସମସ୍ତ ଦିଗ ଉପରେ ପୋଲିସ ପକ୍ଷରୁ ତଦନ୍ତ କରାଯିବ।

nis-ad
Leave A Reply

Your email address will not be published.