ଅଶାନ୍ତ ବ୍ରହ୍ମପୁର : ଆଇନ ଶୃଙ୍ଖଳା ପରିସ୍ଥିତି କୁ ନେଇ ଚିନ୍ତାରେ ସହରବାସୀ…

ବ୍ରହ୍ମପୁର : ଅଶାନ୍ତ ହେବାକୁ ବସିଲାଣି ବ୍ରହ୍ମପୁର ସହର ଆଇନ ଶୃଙ୍ଖଳା ସମ୍ପୂର୍ଣ ଭାବରେ ଭୁଶୁଡି ବାକୁ ବସିଲାଣି ପୁଣି ଆଗକୁ ଆସୁଛି ସାଧାରଣ ନିର୍ବାଚନ l ସହରରେ ବଢି ଚାଲିଛି ଦିନକୁ ଦିନ ଅପରାଧ ସଂଖ୍ୟା।ପୋଲିସ କୁ ଚାଲେଞ୍ଜ ଦେଇ ବଡ଼ ଆରାମରେ ଅପରାଧି ମାନେ ନିଜ କାର୍ଯ୍ୟକଳାପ ନିଭାଇ ଚାଲିଛନ୍ତି । ତେବେ ସହରରେ ଆଇନ ଶୃଙ୍ଖଳା ପରିସ୍ଥିତି କୁ ନେଇ ଭୟଭୀତ ହେଲେଣି ସହରବାସୀ । ଯାହା ତଳ ଦିନେ  ବଡବଜାର ଥାନା ଏବଂ ଗୋସାଇଁନୂଆଁଗାଁ ଥାନା ଅଞ୍ଚଳ ରେ ଘଟିଥିବା ଘଟଣା ରେ ସ୍ପଷ୍ଟ ବାରି ହେଉଛି। ସୂଚନା ଥାଉକି ଗତ ଶନିବାର  ରାତିରେ ଆଚାର୍ଯ୍ୟ ବିହାର ଅଞ୍ଚଳରେ ଜଣେ ବସ ହକର କୁ ଅତି ନିର୍ମମଭାବେ ହତ୍ୟା କରାଯାଇଥିଲା। ହତ୍ୟାର ଶିକାର ହୋଇଥିବା ଯୁବକ ଜଣକ ଆଚାର୍ଯ୍ୟ ବିହାର ର ସନାତନ ଚୌଧୁରୀ । ସେ ଜଣେ ବସ ହକର ଭାବେ କାମ କରୁଥିଲେ।ତେବେ ଶନିବାର ରାତିରେ ନିଜ କାମ ସାରି ଗାଡି ଯୋଗେ ଘରକୁ ଫେରିବା ସମୟରେ ପୂର୍ବରୁ ଛକି ବସିଥିବା କିଛି ଦୁର୍ବୃତ୍ତ ତାଙ୍କୁ ଆତର୍କିତ ଭାବେ ବିଭିନ୍ନ ମାରଣାସ୍ତ୍ର ରେ ଆକ୍ରମଣ କରିଥିଲେ।ସଂଘବଦ୍ଧ ଭାବେ ବାରମ୍ବାର ଖଣ୍ଡାରେ ଆକ୍ରମଣ କରିବା ପରେ ଘଟଣା ସ୍ଥଳରେ ହିଁ ତାଙ୍କ ମୃତ୍ୟୁ ଘଟିଥିଲା। ଘଟଣା ଘଟିବାର ସାତ ଦିନ ବିତିଯାଇଥିଲେ ମଧ୍ୟ ପୋଲିସ ର ହାତ ଖାଲି..! କେବଳ ସି ସି ଟିଭି ଫୁଟେଜ କୁ ନେଇ ଅନ୍ଧାରରେ ବାଡ଼ି ବୁଲାଉଛି ପୋଲିସ,ଆପରାଧିଙ୍କ ଟେର ପାଉନି ପୋଲିସ। ଏଭଳି ଘଟଣା ଘଟିବାର ଛଅ ଦିନ ମଧ୍ୟରେ ଗତକାଲି ରାତିରେ ଗୋସାଇଁନୂଆଁଗାଁ ଥାନା ଅନ୍ତର୍ଗତ ହିଲପାଟନା ଅଂଚଳରେ ଆତଙ୍କ ଖେଳାଇଥିଲେ ଅପରାଧି।

ଗତକାଲି ରାତି ୧୦ଟା ସମୟରେ ହିଲପାଟଣାଠାରେ ୩ ଜଣ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି । ୩ ଜଣ ଯୁବକ ଗୁରୁତର ହୋଇଛନ୍ତି ଓ ଏମ କେ ସି ଜି  ମେଡ଼ିକାଲ ରେ ଭର୍ତ୍ତି ହୋଇଛନ୍ତି । ସୂଚନା ଥାଉକି ହିଲପାଟଣା ତୃତୀୟ ଗଳିର ଛକ ଠାରେ ଥିବା ସମ୍ପର୍କ ଟ୍ରାଭେଲର ର ମାଲିକ  କୁମୁଦ ରଞ୍ଜନ ବ୍ରହ୍ମା, ଡ୍ରାଇଭର ସୁଦର୍ଶନ ଦାସ ଓ ହରିହରି ପାଣଗ୍ରାହୀଙ୍କୁ ଆଠ ରୁ ନଅ ଜଣ ଯୁବକ ସଂଘବଦ୍ଧ ଭାବେ ଆକ୍ରମଣ କରିଥିଲେ। ଗୁରୁତର ଆହତ ହୋଇ ଚିକିତ୍ସା ନିମନ୍ତେ  ଏମକେସିଜି ମେଡିକାଲରେ ଭର୍ତ୍ତି ହୋଇଥିଲେ । କୌଣସି ସୂତ୍ରରୁ  ଖବର ପାଇ ଗୋସାଇଁନୂଆଁଗାଁ ଥାନା  ପୁଲିସ ଘଟଣା ସ୍ଥଳେ ପହଞ୍ଚି ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ହିଲପାଟଣା ଅଞ୍ଚଳର ମୁକେଶ ସାହୁଙ୍କ ସମେତ ତିନି ଜଣ ଯୁବକଙ୍କୁ କାବୁ କରିଥିବା ଜଣାପଡିଛି।  ଏଥିରେ ସଂପୃକ୍ତ ଥିବା ଅନ୍ୟ  ଅଭିଯୁକ୍ତ ମାନଙ୍କୁ  ଖୋଜୁଛି ପୁଲିସ ।ଉକ୍ତ ଘଟଣା କୁ ନେଇ ଗୋଶାଣୀ ନୂଆଗାଁ ଥାନାରେ 126/23 କେସ ହୋଇ U/S 143/144/307/324/326/341/427/294/506/149/ଆଇ ପି ସି ଏବଂ 25/27 ଆର୍ମି ଆକ୍ଟ ରେ ପଞ୍ଜିକୃତ ହୋଇଛି, ଯାହାକୁ ନେଇ ପୋଲିସ ତଦନ୍ତ ଚଳାଇଛି l ସୂଚନା ରୁ ଜଣାପଡିଛି ଅଭିଯୁକ୍ତମାନେ ପ୍ରଥମେ ଟ୍ରାଭେଲର ଦୋକାନ  ସମ୍ମୁଖରେ ଥିବା ଗୋଟିଏ କାରର କାଞ୍ଚ ମଧ୍ୟ  ଭାଙ୍ଗିଥିଲେ। ଏହା ଦେଖି ସୁଦର୍ଶନ କାହିଁକି କାଞ୍ଚ ଭାଙ୍ଗୁଚ ବୋଲି ପଚାରିଥିଲେ। ପରେ ମୁକେଶ , ସୁଦର୍ଶନ ଓ ହରିହରଙ୍କ ମଧ୍ୟୟରେ କଥା କଟାକଟି ହୋଇଥିଲା। ଖବର ପାଇ ଟ୍ରାଭେଲର ମାଲିକ କୁମୁଦ ରଞ୍ଜନ ବ୍ରହ୍ମା ଘଟଣା ସ୍ଥଳେ ପହଞ୍ଚି ବୁଝାସୁଝା କରିବାକୁ ଉଦ୍ୟମ କରୁଥିବା ବେଳେ ଅଭିଯୁକ୍ତ ମୁକେଶ ଓ ଅନ୍ୟ ତା ସହଯୋଗୀମାନେ କୁମୁଦଙ୍କ ମୁହଁକୁ ଖଣ୍ଡାରେ ଆକ୍ରମଣ କରିଥିଲେ । ହିଲପାଟଣା ତୃତୀୟ ଲାଇନ୍ ଠାରେ ଅଭିଯୁକ୍ତମାନେ ଡ୍ରାଇଭର ସୁଦର୍ଶନ ଓ ହରିହରଙ୍କ ଗାଡ଼ି ଭଙ୍ଗାରୁଜା କରିଥିବା ଭିଡ଼ିଓ ମଧ୍ୟ ଭାଇରାଲ ହୋଇଛି। ତେବେ କିଛି ସମୟ ଧରି ହିଲପାଟନା ଅଞ୍ଚଳରେ ଆତଙ୍କ ଖେଳାଇଥିଲେ ଦୁର୍ବୃତ୍ତ ମାନେ।ଯାହାକୁ ନେଇ ଅଞ୍ଚଳରେ ଆତଙ୍କିତ ଅବସ୍ଥାରେ ରହିଛନ୍ତି ଅଞ୍ଚଳବାସୀ।ଯାହାକୁ ନେଇ ପୋଲିସ ର ନିଷ୍କ୍ରିୟତା ସାମ୍ନାକୁ ଆସିଛି।ପୋଲିସ ପେଟ୍ରୋଲିଂ ର ଘୋର  ଅଭାବ ଏବଂ ପୋଲିସର ଅପରାଧୀଙ୍କ ଗତିବିଧି କୁ ନଜର ରଖିବାରେ ଫେଲ ମାରିଥିବା ସ୍ପଷ୍ଟବାରି ହେଉଛି। ଥାନା ଅଧିକାରୀ ମାନେ ଶୀତ ତାପ ନିୟନ୍ତ୍ରଣ କୋଠରିରେ ବସି ଆରାମ ନେଉ ଥିବା ବେଳେ ସହାର ରେ  ପେଟ୍ରୋଲିଂ କିମ୍ବା ଯାଞ୍ଚ କଡାକଡି କରୁନାହାନ୍ତି।ଯାହା ଫଳରେ ଅପରାଧି ମାନେ ଖୁଲାମଖୁଲା ପୋଲିସ କୁ ଚାଲେଞ୍ଜ ଦେଇ ଆପରାଧି ଘଟାଉଛନ୍ତି।ଆଗକୁ ସାଧାରଣ ନିର୍ବାଚନ ରହିଥିବା ବେଳେ ଯଦି ପୋଲିସ କିଛି ଶକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରେ ତେବେ ଆହୁରୁ ଆପରାଧି ସହରରେ ବୃଦ୍ଧି ପାଇବ ବୋଲି ସାଧାରଣରେ ଚର୍ଚ୍ଚା ଜୋର ଧରିଛି।

ଅଞ୍ଚଳବାସୀ ବର୍ତ୍ତମାନ ସୁରୀକ୍ଷିତ ନୁହନ୍ତି,ଯାହାକୁ ନେଇ ପୋଲିସ ର ନିଷ୍କ୍ରିୟତା ସାମ୍ନାକୁ ଆସିଲାଣି ।ପୋଲିସ ପେଟ୍ରୋଲିଂ ର ଅଭାବ ଏବଂ ପୋଲିସର ଅପରାଧୀଙ୍କ ଗତିବିଧି କୁ ନଜର ରଖିବାରେ ଫେଲ ମାରିଥିବା ସ୍ପଷ୍ଟବାରି ହେଉଛି। ଥାନା ଅଧିକାରୀ ମାନେ ଥାନା ଛାଡି କୌଣସି ପେଟ୍ରୋଲିଂ କିମ୍ବା ଯାଞ୍ଚ କଡାକଡି କରୁନାହାନ୍ତି।ଯାହା ଫଳରେ ଅପରାଧି ମାନେ ଖୁଲାମଖୁଲା ପୋଲିସ କୁ ଚାଲେଞ୍ଜ ଦେଇ ଆପରାଧି ଘଟାଉଛନ୍ତି।ଆଗକୁ ସାଧାରଣ ନିର୍ବାଚନ ରହିଥିବା ବେଳେ ଯଦି ପୋଲିସ କିଛି ଶକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରେ ତେବେ ଆହୁରୁ ଆପରାଧି ସହରରେ ବୃଦ୍ଧି ପାଇବ ବୋଲି ସାଧାରଣରେ ଚର୍ଚ୍ଚା ଜୋର ଧରିଛି। ଏଥି ପ୍ରତି ଜିଲ୍ଲା ପୋଲିସ ପ୍ରଶାସନ ଧ୍ୟାନ ଦେବାକୁ ସହର ର ବୁଦ୍ଧି ଜୀବି ଓ ସାଧାରଣ ଦାବୀ ଜଣାଉଛନ୍ତି l ଏଠାରେ ସୂଚନା ଥାଉକି ପୋଲିସ କୁ କୌଣସି ଅଭିଯୋଗ କିମ୍ବାଇନଫେରମେସସେନ ଆଗୁଆ ଜଣାଇବାକୁ ମଧ୍ୟ ସୁବିଧା ନାହିଁ ଲେଣ୍ଡ ଫୋନ ମଧ୍ୟ ଅଚଳ ଅବସ୍ଥା ଥାନା ଅଧିକାରୀ ମାନେ କୌଣସି ଫୋନ ସହଜରେ ଉଠାଉ ନଥିବା କୁ ନେଇ  ଅନେକ ଅଭିଯୋଗ ବି ଆସୁଛି l ବ୍ରହ୍ମପୁର ପୋଲିସ ର  ଆମ ପୋଲିସ ବ୍ୟବସ୍ଥା ମଧ୍ୟ କାମ ଦେଉନି ତେଣୁ ସହରରେ ଅରାଜକତା ବୃଦ୍ଧି ପାଉଛି ଏଥି ପ୍ରତି ଜିଲ୍ଲା ଆରକ୍ଷୀ ଅଧିକାରୀ ଧ୍ୟାନ ଦେବାକୁ ସହରର ବୁଦ୍ଧି ଜୀବି ଓ ସାଧାରଣ ରେ ଦାବୀ ହେଉଛି 

nis-ad
Leave A Reply

Your email address will not be published.