ରାଜ୍ୟ ଅଣଗେଜେଟେଡ ପ୍ରାଣୀ ଚିକିତ୍ସା ବୈଷୟିକ କର୍ମଚାରୀ ସଂଘ ପକ୍ଷରୁ ୫ ଦଫା ଦାବି ନେଇ କଳା ବ୍ୟାଜ ପରିଧାନ କରି ପ୍ରତିବାଦ

ବ୍ରହ୍ମପୁର : ରାଜ୍ୟ ଅଣଗେଜେଟେଡ ପ୍ରାଣୀ ଚିକିତ୍ସା ବୈଷୟିକ କର୍ମଚାରୀ ସଂଘ ଗଞ୍ଜାମ ଜିଲା ଶାଖା ପକ୍ଷରୁ ୫ ଦଫା ଦାବି ସମୂହକୁ ନେଇ ବୁଧବାରଠାରୁ କଳା ବ୍ୟାଜ ପରିଧାନ କରି ପ୍ରତିବାଦ କରାଯାଇଛି । ସଂଘର ଦାବି ଗୁଡିକ ମଧ୍ୟରେ ଦରମାରେ ଥିବା ଅସଙ୍ଗତି ଦୂରୀକରଣ, କ୍ୟାଡର ପୁର୍ନ ଗଠନ ଓ କାର୍ଯ୍ୟ ସାରଣୀର ସଂଶୋଧନ, ନିଯୁକ୍ତି ନିମୟ ସଂଶୋଧନ,୨ ବର୍ଷୀୟା ଡିପ୍ଲୋମା ପୁନଃ ପ୍ରଚଳନ, ନାମକରଣ ଓ ବରିଷ୍ଠତା ଭିତ୍ତିରେ ସମସ୍ତ ପ୍ରାଣୀଧନ ନିରୀକ୍ଷକଙ୍କୁ ଡିପ୍ଲୋମା ମାନ୍ୟତା, ୨୦୦୮ରୁ ୨୦୧୩ ମଧ୍ୟରେ ନିଯୁକ୍ତି ପାଇଥିବା ପ୍ରାଣୀଧନ ନିରୀକ୍ଷକଙ୍କ ଚୁକ୍ତି ଭିତ୍ତିକ କାର୍ଯ୍ୟକାଳକୁ ନିୟମିତ ସମୟ ଭାବେ ଗଣନା କରି ଆଥିôର୍କ ସୁବିଧା ପ୍ରଦାନ ପାଇଁ ଦାବି ହୋଇଛି । ଏଥିସହ ସଂଘ ପକ୍ଷରୁ ଜିଲା ପ୍ରାଣୀ ଚିକିତ୍ସାଧିକାରୀଙ୍କୁ ଏକ ଦାବି ପତ୍ର ମଧ୍ୟ ପ୍ରଦାନ କରାଯାଇଥିଲା । ଆଗାମୀ ଦିନରେ ଦାବି ପୂରଣ ନ ହେଲେ ଆନ୍ଦୋଳନକୁ ତୀବ୍ରତର ହେବ ବୋଲି ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି । ଏହି ଆନ୍ଦୋଳନ ସମୟରେ ପ୍ରାଣୀ ସଂପଦର ଯଦି କିଛି କ୍ଷତି ହୁଏ ତେବେ ସେଥିପାଇଁ ରାଜ୍ୟ ସରକାର ଦାୟୀ ରହିବେ ବୋଲି ସଂଘ ପକ୍ଷରୁ କୁହାଯାଇଛି । ଦାବି ପତ୍ର ପ୍ରଦାନ ସମୟରେ ସଂଘର ସଭାପତି ପ୍ରଶାନ୍ତ କୁମାର ମିଶ୍ର, ଉପସଭାପତି ରାମଚନ୍ଦ୍ର ନାୟକ, ସଂପାଦକ ଚିନ୍ତାମଣି ସାହୁ, ସହ ସଂପାଦକ ଅୟୋଧ୍ୟାନ୍ତ ଦାଶ ଓ ସାଂଗଠନିକ ସଂପାଦକ ତୁଷାରକାନ୍ତି ବିଶୋୟୀଙ୍କ ସମେତ ସଂଘର ବହୁ ସଦସ୍ୟ ଉପସ୍ଥିତ ଥିଲେ ।

nis-ad
Leave A Reply

Your email address will not be published.