ମାଓବାଦୀଙ୍କ ଗୁଳିରେ ଆହତ ଡିଏସପି ଅତୁଲ କୃଷ୍ଣ ଦାସଙ୍କୁ ଭେଟିଲେ ପୋଲିସ ଡିଜି

ଭୁବନେଶ୍ବର: କଳାହାଣ୍ଡି ଜିଲ୍ଲାରେ ମାଓ ଅପରେସନ ବେଳେ ଗୁରୁତର ସ୍ପେଶାଲ୍‌ ଇଣ୍ଟେଲିଜେନ୍ସ ଓ୍ଵିଙ୍ଗ ଡିଏସପି ଅତୁଲ କୃଷ୍ଣ ଦାସଙ୍କୁ ଭୁବନେଶ୍ୱର ଏମ୍‌ସରେ ଭେଟିଲେ ପୋଲିସ ଡିଜି ସୁନୀଲ କୁମାର ବଂଶଲ । ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଛନ୍ତି ଡିଜିପି । ତାଙ୍କୁ ଚିକିତ୍ସା କରୁଥିବା ଡାକ୍ତରଙ୍କ ସହ ମଧ୍ୟ ଆଲୋଚନା କରିଛନ୍ତି । ଏତିକିବେଳେ ତାଙ୍କ ସହ ଥିଲେ ଏଡିଜି ଅପରେସନ ଅମିତାଭ ଠାକୁର ଓ ଗୁଇନ୍ଦା ନିର୍ଦ୍ଦେଶକ ସଞ୍ଜୀବ ପଣ୍ଡା । ଅତୁଲ କୃଷ୍ଣ ଦାସଙ୍କ ଡାହାଣ ଗୋଡ଼ରେ ଦୁଇଟି ଗୁଳି ବାଜିଥିଲା । ଗୋଟିଏ ଗୁଳି ଗୋଡ଼ ଭିତରେ ପଶି ବାହାରି ଯାଇଥିଲା ।

ଅନ୍ୟ ଗୁଳିକୁ ଅପରେସନ୍‌ କରି ଏମ୍‌ସରେ ବାହାର କରାଯାଇଛି । ଏବେ ବିପଦ ମୁକ୍ତ ଅଛନ୍ତି ଅତୁଲକୃଷ୍ଣ ଦାସ । ଗତକାଲି କଳାହାଣ୍ଡି ଜିଲ୍ଲା ଏମ. ରାମପୁର ତାପରଙ୍ଗ ଜଙ୍ଗଲରେ ପୋଲିସ ନକ୍ସଲ ଗୁଳି ବିନିମୟ ହୋଇଥିଲା । ଏବେବି ଅପରେସନ ଜାରି ରହିଛି । ସଠାରୁ ଗୋଟିଏ AK-47 ରାଇଫଲ୍‌, ଦେଶୀ ବନ୍ଧୁକ ଓ ମାଓ ସାମଗ୍ରୀ ଜବତ ହୋଇଥିଲା । ମାଓବାଦୀଙ୍କ ଗତିବିଧି ନେଇ ଛତିଶଗଡ଼ ପୋଲିସ ସହ ଆଲୋଚନା ହୋଇଥିବା ପୋଲିସ ଡିଜି କହିଛନ୍ତି ।

nis-ad
Leave A Reply

Your email address will not be published.