ଆସିଲା ଏକ୍‌ଜିଟ୍‌ ପୋଲ ଫଳାଫଳ : କର୍ଣ୍ଣାଟକରେ ହେବ ଝୁଲା ବିଧାନସଭା; ଫାଇଦାରେ ରହିବ କଂଗ୍ରେସ

ନୂଆଦିଲ୍ଲୀ: କର୍ଣ୍ଣାଟକ ରାଜ୍ୟ ବିଧାନସଭା ପାଇଁ ନିର୍ବଚନରେ ଆଜି ମତଦାନ ଶେଷ ହେବା ପରେ ସନ୍ଧ୍ୟାରେ ଏକ୍‌ଜିଟ୍‌ ପୋଲ ( ବୁଥ୍ ବାହୁଡା ମତ) ଫଳାଫଳ ପ୍ରକାଶ ପାଇଛି। ୩ଟି ଗଣମାଧ୍ୟମ ସଂସ୍ଥା ଦ୍ବାରା କରାଯାଇଥିବା ଏକ୍‌ଜିଟ୍‌ ପୋଲ୍‌ରେ କର୍ଣ୍ଣାଟକରେ ଝୁଲା ବିଧାନସଭା ହେବ ବୋଲି ଆକଳନ କରାଯାଇଛି। ମୋଟାମୋଟି କର୍ଣ୍ଣାଟକରେ ଏଥର ମେଣ୍ଟ ସରକାର ହେବାକୁ ଯାଉଥିବା ଏକପ୍ରକାର ନିଶ୍ଚିତ ହୋଇଛି। ଏକଜିଟ୍ ପୋଲ୍ ଅନୁସାରେ ଗତ ଥର ଅପେକ୍ଷା କଂଗ୍ରେସ ଫାଇଦାରେ ରହିବ ବୋଲି ସୂଚନା ମିଳୁଛି। ଏଣୁ କର୍ଣ୍ଣାଟକରେ କଂଗ୍ରେସ ଓ ଜେଡିଏସ୍‌ କିଙ୍ଗମେକର ଭୂମିକାରେ ନଜର ଆସିବେ ବୋଲି ୩ଟି ଏକ୍‌ଜିଟ୍‌ ପୋଲ୍‌ ଆକଳନ କରିଛି। କର୍ଣ୍ଣାଟକ ରାଜ୍ୟ ବିଧାନସଭାର ମୋଟ ୨୨୪ଟି ଆସନ ପାଇଁ ନିର୍ବାଚନ ହୋଇଥିବା ବେଳେ ସରକାର ଗଠନ ପାଇଁ ୧୧୩ ହେଉଛି ମ୍ୟାଜିକ୍ ନମ୍ବର।
ରିପବ୍ଲିକ୍‌ ଟିଭି ଏବଂ ପି ମର୍କ
ବିଜେପି: ୮୫-୧୦୦
କଂଗ୍ରେସ: ୯୪- ୧୦୮
ଜେଡିଏସ୍‌: ୨୪- ୩୨
ଅନ୍ୟ: ୨-୬
ରିପବ୍ଲିକ୍ ଟିଭି ଓ ପି ମର୍କ ପକ୍ଷରୁ ମିଳିତ ଭାବେ କରାଯାଇଥିବା ଏକଜିଟ୍ ପୋଲ୍ ଅନୁସାରେ ବିଜେପିକୁ ୮୫-୧୦୦ ଆସନ ମିଳିବା ସମ୍ଭାବନା ଥିବା ବେଳେ କଂଗ୍ରେସ ୯୪-୧୦୮ ଆସନ ପାଇବ। ସେହିପରି ଜେଡିଏସ୍ ୨୪-୩୨ ଆସନ ଲାଭ କରିବାକୁ ଯାଉଥିବା ବେଳେ ଅନ୍ୟାନ୍ୟ ପ୍ରାର୍ଥୀଙ୍କ ହାତକୁ ୨-୬ ଆସନ ଯିବାର ସମ୍ଭାବନା ରହିଛି।
ଟିଭି ୯ ଏବଂ ପୋଲଷ୍ଟାର୍ଟ
ବିଜେପି: ୮୮-୯୮
କଂଗ୍ରେସ: ୯୯- ୧୦୯
ଜେଡିଏସ୍‌: ୨୧- ୨୬
ଅନ୍ୟ: ୦-୪
ଟିଭି ୯ ଭାରତବର୍ଷ ଓ ପୋଲଷ୍ଟାର୍ଟ ପକ୍ଷରୁ ମିଳିତ ଭାବେ କରାଯାଇଥିବା ଏକଜିଟ୍ ପୋଲ୍ ଅନୁସାରେ ବିଜେପିକୁ ୮୮-୯୮ ଆସନ ମିଳିବା ସମ୍ଭାବନା ଥିବା ବେଳେ କଂଗ୍ରେସ ୯୯-୧୦୯ ଆସନ ପାଇବ। ସେହିପରି ଜେଡିଏସ୍ ୨୧-୨୬ ଆସନ ଲାଭ କରିବାକୁ ଯାଉଥିବା ବେଳେ ଅନ୍ୟାନ୍ୟ ପ୍ରାର୍ଥୀଙ୍କ ହାତକୁ ୦-୪ ଆସନ ଯିବାର ସମ୍ଭାବନା ରହିଛି।

ଜି ନ୍ୟୁଜ୍‌ ଏବଂ ମାର୍ଟିଜ୍‌ ଏଜେନ୍ସି
ବିଜେପି: ୭୯- ୯୪
କଂଗ୍ରେସ: ୧୦୩- ୧୧୮
ଜେଡିଏସ୍‌: ୨୫- ୩୩
ଅନ୍ୟ: ୨-୫
ଜି ନ୍ୟୁଜ୍ ଓ ମାର୍ଟିଜ୍ ପକ୍ଷରୁ ମିଳିତ ଭାବେ କରାଯାଇଥିବା ଏକଜିଟ୍ ପୋଲ୍ ଅନୁସାରେ ବିଜେପିକୁ ୭୯-୯୪ ଆସନ ମିଳିବା ସମ୍ଭାବନା ଥିବା ବେଳେ କଂଗ୍ରେସ ୧୦୩-୧୧୮ ଆସନ ପାଇବ। ସେହିପରି ଜେଡିଏସ୍ ୨୫-୩୩ ଆସନ ଲାଭ କରିବାକୁ ଯାଉଥିବା ବେଳେ ଅନ୍ୟାନ୍ୟ ପ୍ରାର୍ଥୀଙ୍କ ହାତକୁ ୨-୫ ଆସନ ଯିବାର ସମ୍ଭାବନା ରହିଛି।

nis-ad
Leave A Reply

Your email address will not be published.