ବେଆଇନ ଗୋମାଂସ ବିକ୍ରି ଅଭିଯୋଗ ରେ ୭ଗିରଫ…


ମାଲକାନଗିରି: ମାଲାକନଗିରି ଥାନା ଅନ୍ତର୍ଗତ ଏମଭି-୭ ନମ୍ବର ଗ୍ରାମର କେନାଲ ବ୍ରିଜ ନିକଟରେ ଗୋ ହତ୍ୟା କରିଥିବା ନେଇ ଥାନାରେ ମାମଲା ରୁଜୁ ହୋଇଛି। ୟ ସୂଚନା ଅନୁଯାୟୀ, ଆଜି ପୂର୍ବାହ୍ନ ସାଢ଼େ ୧୧ଟା ବେଳେ ଏମଭି-୭ ଗ୍ରାମର କେନାଲ ବ୍ରିଜ ନିକଟରେ ଗୋଟିଏ ଗାଈକୁ ହତ୍ୟା କରି ମାଂସକୁ ବିକ୍ରି କରୁଥିଲେ। ଖବର ପାଇ ମାଲକାନଗିରି ଥାନାର ଏସ୍ଆଇ ପ୍ରଭାତ କୁମାର ଗୌଡ ସେଠାରେ ଚଢ଼ଉ କରି ଘଟଣା ସ୍ଥଳରୁ ବହୁ ପରିମାଣରେ ମାଂସ ଜବତ କରିବା ସହ ୭ ଜଣକୁ କାବୁ କରିଥିଲେ। ଏନେଇ ଏସ୍ଆଇ ଶ୍ରୀ ଗୌଡଙ୍କ ଅଭିଯୋଗ କ୍ରମେ ମାଲକାନଗିରି ଥାନାରେ କେସ୍ ନଂ ୨୬୦/୨୩ ମାମଲା ରୁଜୁ ହୋଇଛି। ପୁଲିସ ଗାତ ଖୋଳି ମାଂସକୁ ପୋତି ଦେଇଥିବା ବ‌େଳେ ୭ ଜଣ ଯୁବକକୁ ପଚରାଉଚୁରା କରୁଛି।

nis-ad
Leave A Reply

Your email address will not be published.