ଜାତୀୟ ଲୋକନୃତ୍ୟ ଉତ୍ସବରେ ଶିଶୁନୃତ୍ୟ ଶିଳ୍ପୀ ଆଦ୍ୟଶ୍ରୀ ସାବତ ସମ୍ବର୍ଦ୍ଧିତ

ବ୍ରହ୍ମପୁର (୯/୫) : ଭୁନେଶ୍ୱର ଉତ୍କଳ ମଣ୍ଡପ ଠାରେ ଆୟୋଜିତ ଲୋକ ନୃତ୍ୟ ଉତ୍ସବ ୨୦୨୩ ଦ୍ଵିତୀୟ ଦିବସରେ ମାନ୍ୟବର ରାଜ୍ୟପାଳ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସାଂସ୍କୃତିକ ମନ୍ତ୍ରୀ ଶ୍ରୀ ଅଶ୍ୱିନ ପାତ୍ର, ସାଂସଦ ଶ୍ରୀ ଅରୁପ ପଟନାୟକ ଓ ବହୁ ବିଶିଷ୍ଟ ବ୍ୟକ୍ତି ଅତିଥି ଭାବେ ଯୋଗ ଦେଇଥିଲେ। ଏହି ଅବସରରେ ବ୍ରହ୍ମପୁର ସଂକଳ୍ପ ଛାତ୍ରୀ ସୁଶ୍ରୀ ଆଦ୍ୟଶ୍ରୀ ସାବତ ସ୍ବାଗତ ନୃତ୍ୟ ପରିବେଷଣ କରି ବେଶ ପ୍ରଶଂସା ପାଇଥିଲେ | ଏହି ଅବସରରେ ଆୟୋଜକ କଲାଞ୍ଜଳି ପକ୍ଷରୁ ସୁଶ୍ରୀ ସାବତ ଙ୍କୁ ମାନ୍ୟବର ମନ୍ତ୍ରୀ ଶ୍ରୀ ପାତ୍ର ଓ ସାଂସଦ ଶ୍ରୀ ପଟନାୟକ ସମ୍ମାନିତ କରିଥିଲେ। ସୁଶ୍ରୀ ସାବତ ୩ ବର୍ଷ ବୟସରୁ ରାଜ୍ୟ ଓ ରାଜ୍ୟ ବାହାରେ ନୃତ୍ୟ ପରିବେଷଣ କରି ସୁନାମ ଅର୍ଜନ କରିଛନ୍ତି

nis-ad
Leave A Reply

Your email address will not be published.