ପ୍ରେକଡସାହି ସରୁକୁଇ ନାଳ ଉପରେ ପୋଲ ନିର୍ମାଣ ନିମନ୍ତେ ଅନୁରୋଧ

ଫୁଲବାଣୀ : କନ୍ଧମାଳ ଜିଲ୍ଲାର ଉନ୍ନତି ପାଇଁ ସରକାର କୋଟି କୋଟି ଟଙ୍କା ମଞ୍ଜୁର କରିବା ସହିତ ଜିଲ୍ଲାର ଆଦିବାସୀ ଙ୍କ ଉନ୍ନତି ପାଇଁ ।.T.D.A, K.K.D.A., S.D.C. ପରି ବଭିନ୍ନ ବିଭାଗ ନିୟୋଜନ କରିଅଛନ୍ତି କିନ୍ତୁ ଆଦିବାସୀ ଓ ଆଦିବାସୀ ଗାଁ ଗୁଡିକର ବିକାଶ ତ ଦୂରର କଥା ସେମାନଙ୍କ ଗାଁକୁ ରାସ୍ତା ମଧ୍ୟ ନାହିଁ, କେତେକ ଗାଁକୁ ରାସ୍ତା ଥିଲେ ତାର ମରାମତି ନାହିଁ | ରାସ୍ତାରେ ନାଳ ପଡ଼ିଲେ ପୋଲ ନାହିଁ | କେତେକ ଗାଁଆରେ ବିଜୁଳୀ ନାହିଁ, ବିଜୁଳି ଥିଲେ ପାନୀୟ ଜଳ ଯୋଗାଣ ନାହିଁ | ଏମିତି ଏକ ଗାଁ ରହିଛି ଫୁଲବାଣୀ ବ୍ଳକ ବିଶିପଡା ଗ୍ରାମ ପଞ୍ଚାୟତ ଅଧିନସ୍ଥ ଓ୍ବାର୍ଡ ନଂ ୧ରେ ଥିବା ପ୍ରେକଡ ଗାଁ, ଉକ୍ତ ଗାଁକୁ ଯାଇଥିବା ମାଟି ରାସ୍ତା ଦୀର୍ଘ ବର୍ଷ ହେବ ମରାମତି ହୋଇ ନାହିଁ |ଏହି ରାସ୍ତାରେ ସିକପଡା ଓ ଆଉ କେତେକ ଗ୍ରାମବାସୀ ଯିବା ଆସିବା କରିଥାନ୍ତି, ପ୍ରେକଡସାହି ରାସ୍ତା ଉପରେ ସରୁକୁଇ ନାଳ ପ୍ରଭାବିତ ହୋଉଅଛି ଉକ୍ତ ରାସ୍ତା ଦୀର୍ଘ ବର୍ଷ ହେଲା ବିଛିନ୍ନ ହୋଇ ରହିଛି । ଏପରିକି ତାହାକୁ ମଣିଷ ଚଲାପଥ ରାସ୍ତା ମଧ୍ୟ କୁହାଯାଇ ପାରିବ ନାହିଁ । ଉକ୍ତ ଗ୍ରାମକୁ ଜାଗ୍ରତ କନ୍ଧମାଳ, ଓଡ଼ିଶାର ସାଧାରଣ ସମ୍ପାଦକ ତଥା ଆଇନଜିବୀ ସତ୍ୟ ନାରାୟଣ ବେହେରା ଏବଂ ଆଇନଜିବୀ ତଥା ସାମ୍ବାଦିକ ଆଦିତ୍ୟ ପ୍ରସାଦ ତ୍ରିପାଠୀ ପହଞ୍ଚି ଖବର ବୁଝିଥିଲୁ ଏବଂ ଗ୍ରାମବାସୀ ନାଭୀଦତ୍ୟ ମଳିକ, ସୁମନ୍ତ ମଳିକ, ସଶିଦେଇ କହଁର, ଦିଲିପ କଳିକଙ୍କ ସହିତ ଆଲୋଚନା କରିଥିଲୁ ତାଙ୍କ କହିବାନୁସାରେ ସେମାନେ ଆଜକୁ ୧୦/୧୫ ବର୍ଷ ହେବ ଲିଖିତଭାବେ, ଜିଲ୍ଲାପାଳ, ଗୋଷ୍ଠୀ ଉନ୍ନୟନ ଅଧିକାରୀ, ସରପଞ୍ଚ ଏବଂ ସ୍ଥାନୀୟ M.L.A.ଙ୍କୁ ନାଳ ଉପରେ ପୋଲ ନିର୍ମାଣ ନିମନ୍ତେ ଅନୁରୋଧ କରିଥିଲେ ହେଲେ ତାଙ୍କ ଆପତି କେହି ଶୁଣି ନାହାଁନ୍ତି, ଯାହା ଫଳରେ ଦିନକୁ ଦିନ ସେହି ନାଳ ଗାଁର ଚାଷ ଜମି ନଷ୍ଟ କରିବା ସହିତ, ଗାଁ ପାଖ ପର୍ଯନ୍ତ ବର୍ଷା ଦିନରେ ପାଣି ମାଡିଆସୁଛି, ବିଲ ନଷ୍ଟ ହେବା ସହିତ ଧନ ଜୀବନ ନଷ୍ଟ ହୋଇଛି, କୌଣସି ଯାନ ଗାଁକୁ ଆସି ପାରୁନାହିଁ । ଗର୍ଭବତୀ ମାଆ, ରୋଗୀ, ପାଠ ପଢା ଛାତ୍ରଛାତ୍ରୀ ମଧ୍ୟ ବହୁତ ଅସୁବିଧା ଭୋଗୁଛନ୍ତି ବୋଲି କହିଛନ୍ତି ।ଏ ନେଇ ନେଇ ଜାଗ୍ରତ କନ୍ଧମାଳ ଓଡିଶା ର ସାଧାରଣ ସମ୍ପାଦକ ଏକ ଲିଖିତ ପତ୍ର ଗ୍ରାମବାସୀଙ୍କ ପକ୍ଷରୁ କନ୍ଧମାଳ ଜିଲ୍ଲାପାଳ ଏବଂଫୁଲବାଣୀ ପି ଏ ଆଇ ଟି ଡି ଏ ଙ୍କୁ ପ୍ରଦାନ କରିଛନ୍ତି l ପ୍ରେକରସାହି ନାଳ ଉପରେ ଯଥା ଶିଘ୍ର ପୋଲ ନିର୍ମାଣର ବ୍ୟବସ୍ଥା କରାଯିବାକୁ ଅନୁରୋଧ କରିଛନ୍ତି ।

nis-ad
Leave A Reply

Your email address will not be published.