ଡୁଡୁକାବାହାଲରେ ମହୁମାଛୀ ଆକ୍ରମଣରେ ୩୦ରୁ ଅଧିକ ଆହତ

କାଶିପୁର : ରାୟଗଡା ଜିଲା କାଶିପୁର ବ୍ଲକ ଟିକିରି ଥାନା ଡୁଡୁକାବାହାଲ ଗ୍ରାମରେ ୯ଦିନ ଧରି ଚାଲିଥିବା ଠାକୁରାଣୀ ଯାତ୍ରା ବିସର୍ଜନ ବେଳେ ମହୁମାଛି ଆକ୍ରମଣରେ ପ୍ରାୟ ୩୦ରୁ ଅଧିକ ଲୋକ ଆହତ ହୋଇଛନ୍ତି । ଆହତ ହୋଇଥିବା ଏହି ବ୍ୟକ୍ତିମାନଙ୍କୁ ଉଷାପଡା ସ୍ଥିତ ଉତ୍କଳ ହସ୍ପିଟାଲ ରେ ଭର୍ତ୍ତି କରା ଯାଇଛି । ଆଜି ସନ୍ଧ୍ୟା ୬ଘଣ୍ଟା ସମୟରେ ବିସର୍ଜନ ପାଇଁ ପ୍ରାୟ ୫ଶହ ଜଣ ଯାଇଥିଲେ । ପୂଜା ଚାଲିଥିବା ସମୟରେ ମନ୍ଦିର କୁ ଲାଗି ରହିଥିବା ଏକ ଗଛରେ ବହୁବର୍ଷ ହେବ ମହୁମାଛି ରହିଥିଲେ। ଭକ୍ତ ମାନେ ଦୀପ, ଧୁପ ଜାଳିଲା ପରେ ଧୂଆଁ ର ବାସ୍ନା ବାଜିଲା ପରେ ମହୁମାଛି ହଠାତ ବାହାରି ସମସ୍ତଙ୍କୁ କାମୁଡ଼ିଲେ | ଗତବର୍ଷ ମଧ୍ୟ ଏହିପରି ପ୍ରାୟ ୨୦ଜଣକୁ ମହୁମାଛି ଆକ୍ରମଣ କରିଥିଲା । ଶ୍ରଦ୍ଧାଳୁମାନେ ଟିକେ ସତର୍କ ହୋଇଥିଲେ ଏପରି ଘଟିନଥାନ୍ତା ବୋଲି ଗ୍ରାମବାସୀ କହିଛନ୍ତି ।
ପ୍ରାଥମିକ ଚିକିତ୍ସା ପରେ ବର୍ତମାନ ସମସ୍ତ ସ୍ଵାସ୍ଥ୍ୟବସ୍ଥା ଠିକ ଅଛି।

nis-ad
Leave A Reply

Your email address will not be published.