ପୁଷ୍ପା -୨ ସୁଟିଂ ଲାଗି ମାଲକାନଗିରିରେ ପହଞ୍ଚିଲା ସୁଟିଂ ସେଟ ସାମଗ୍ରୀ ସହ ରକ୍ତଚନ୍ଦନ କାଠ

ମାଲକାନଗିରି : ସାଉଥଷ୍ଟାର ଅଲ୍ଲୁ ଅର୍ଜୁନଙ୍କ ଅଭିନୀତି ଫିଲ୍ମ ‘ପୁଷ୍ପା -୨’କୁ ନେଇ ଉତ୍ସାହିତ ଅଛନ୍ତି ସଭିଏଁ । ତେବେ,ଫିଲ୍ମର ସୁଟିଂକୁ ନେଇ ଏକ ବଡ଼ ଖବର ବର୍ତ୍ତମାନ ସାମ୍ନାକୁ ଆସିଛି । ବହୁ ଚର୍ଚ୍ଚିତ ଫିଲ୍ମ ‘ପୁଷ୍ପା ୨’ର ସୁଟିଂ ମାଲକାନଗିରିରେ ଖୁବ୍‌ଶୀଘ୍ର ଆରମ୍ଭ ହେବାକୁ ଯାଉଛି । କେବଳ ସେତିକି ନୁହେଁ, ‘ପୁଷ୍ପା ୨’ର ନିର୍ଦ୍ଦେଶକ ସୁକୁମାରଙ୍କ ସହ ‘ପୁଷ୍ପା’ ଟିମ୍ ମାଲକାନଗିରିରେ ପହଞ୍ଚିଛନ୍ତି । ମାଲକାନଗିରିର ପୋଲୁରରେ ସୁଟିଂ ହେବ ବୋଲି ଜଣାପଡ଼ିଛି। ତେବେ, ସୁଟିଂ ପାଇଁ ଉପଯୁକ୍ତ ସ୍ଥାନ ବୁଲି ,ଏହି ଟିମ୍‌ରେ ସହାୟକ ନିର୍ଦ୍ଦେଶକ ଏମ. ପ୍ରସାଦ ବି ସୁଟିଂ ସ୍ଥାନ ପରିଦର୍ଶନ କରିଥିଲେ ଗତ ଶୁକ୍ରବାର ହେଲେ ଆଜି ଦେଖିବାକୁ ମିଳିଛି ସୁଟିଂ ସେଟ ରେ ଜିନିଷ ପତ୍ର ତଥା ପୁଷ୍ପା ୧ ପ୍ରସିଦ୍ଧ କୁତ୍ରିମ ଚନ୍ଦନ କାଠ ଗଦା ହୋଇଛି । ତେବେ, ଆସନ୍ତା 10 ତାରିଖରେ ‘ପୁଷ୍ପା -୨’ର ସୁଟିଂ ଏଠାରେ ଆରମ୍ଭ ହେବ ବୋଲି ଜଣାପଡିଛି । ତେବେ, ଫିଲ୍ମର ହିରୋ ତଥା ସାଉଥଷ୍ଟାର ଅଲ୍ଲୁ ଅର୍ଜୁନଙ୍କୁ ଦେଖିବା ପାଇଁ ପ୍ରବଳ ଭିଡ ହେବ । ତେବେ, ଫିଲ୍ମର ଅଧିକାଂଶ ସୁଟିଂ ଏଠାରେ ହେବ ବୋଲି ‘ପୁଷ୍ପା ’ ଟିମ୍ ପକ୍ଷରୁ କୁହାଯାଉଛି । ସେପଟେ, ‘ପୁଷ୍ପା -୨’ର ସୁଟିଂକୁ ନେଇ ଜିଲ୍ଲାପାଳଙ୍କ ଠାରୁ ପୁଣି ଥରେ ଅନୁମତି ଲୋଡିବେ ନିର୍ମାତା ବୋଲି ଜଣାପଡିଛି । ପୋଲୁର ମାନ୍ୟମକୋଣ୍ଡା ଆଖପାଖ ଗାଁରେ ଫିଲ୍ମର ସୁଟିଂ ହେବ ବୋଲି ସୂଚନା ମିଳିଛି।

nis-ad
Leave A Reply

Your email address will not be published.