ମାଲକାନଗିରିରେ ଲୋକାର୍ପିତ ହେଲା ରେଡକ୍ରସ୍ ତରଫରୁ ରାଜ୍ୟର ଦ୍ୱିତୀୟ ଅତ୍ୟାଧୁନିକ ଆମ୍ବୁଲାନ୍ସ ସେବା

ମାଲକାନଗିରି (୦୮/୦୫) : ଆଜି ବିଶ୍ୱ ରେଡକ୍ରସ ଦିବସ ପାଳନ ଅବସରରେ ସ୍ଥାନୀୟ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ଏକ ଅତ୍ୟାଧୁନିକ ଆମ୍ବୁଲାନ୍ସ ସହିତ ଭ୍ରାମ୍ୟମାଣ ସ୍ଵାସ୍ଥ୍ୟ ଗାଡି ଜିଲ୍ଲପାଳ, ଶ୍ରୀ ବିଶାଲ ସିଂ ଙ୍କ ନିର୍ଦ୍ଦେଶ କ୍ରମେ ମୁଖ୍ୟ ଅତିଥି ରୂପେ ଅତିରିକ୍ତ ଜିଲ୍ଲାପାଳ ତଥା ଜିଲ୍ଲା ରେଡକ୍ରସ ସୋସାଇଟି,ଉପାଧ୍ୟକ୍ଷ, ଶ୍ରୀ ମହେଶ୍ୱର ଚନ୍ଦ୍ର ନାଏକ ଏବଂ ଅତିରିକ୍ତ ଜିଲ୍ଲାପାଳ, ସାଧାରଣ, ଶ୍ରୀ ତ୍ରିନାଥ ମାଝୀ ଉପସ୍ଥିତ ରହି ସବୁଜ ପତାକା ଦେଖାଇ ଉଦଘାଟନ କରିଥିଲେ । ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଶ୍ରୀ ପ୍ରଫୁଲ୍ଲ କୁମାର ନନ୍ଦ କାର୍ଯ୍ୟକ୍ରମରେ ଯୋଗଦାନ କରି ଏହି ଆମ୍ବୁଲାନ୍ସ କିପରି ଲୋକଙ୍କ ପାଖରେ ସେବା ପହଞ୍ଚାଇ ପାରିବ ସେହି ବିଷୟରେ ଆଲୋକପାତ କରିଥିଲେ।
ସୂଚନା ଥାଉ କି, ଭାରତୀୟ ରେଡକ୍ରସ ସୋସାଇଟି ଓଡ଼ିଶା ଶାଖା ଏବଂ କାନାଡିଆନ ରେଡକ୍ରସ ସୋସାଇଟି ତରଫରୁ ଏହି ଭ୍ରାମ୍ୟମାଣ ସ୍ଵାସ୍ଥ୍ୟ ଗାଡିଟିକୁ ମାଲକାନଗିରି ଜିଲ୍ଲାର ଆର୍ଥିକ ରୂପେ ଅସହାୟ, ଆଦିବାସୀ ଅଧ୍ୟୁଷିତ ଅଞ୍ଚଳର ଲୋକମାନଙ୍କୁ ସ୍ଵାସ୍ଥ୍ୟ ସେବା ଯୋଗାଇଦେବା ପାଇଁ ଗାଡିଟିକୁ ଜିଲ୍ଲା ପ୍ରଶାସନ ତରଫରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡ଼ା ନନ୍ଦଙ୍କୁ ହସ୍ତାନ୍ତର କରାଯାଇଛି । ଏହି ଗାଡିଟିରେ ଅତ୍ୟାଧୁନିକ ଯନ୍ତ୍ରପାତି ସଂଯୋଗ କରାଯାଇଛି।ଏହା ଓଡ଼ିଶାରେ ପ୍ରଥମ ଥର ପାଇଁ ରେଡକ୍ରସ ସୋସାଇଟିର କାର୍ଯ୍ୟକ୍ରମ ହୋଇଥିବାରୁ ଜିଲ୍ଲାବାସୀଙ୍କ ମୁହଁରେ ଆନନ୍ଦର ଲହରୀ ଖେଳିଯାଇଛି। ଏହି କାର୍ଯ୍ୟକ୍ରମଟି ବିଶ୍ୱ ରେଡକ୍ରସ ଦିବସ ଅବସରରେ ସାର୍ ହେନେରୀ ଡୁନାଣ୍ଟଙ୍କ ଜନ୍ମ ଅବସରରେ ଆଜି ଉଦଘାଟନ କରାଯାଇଛି।
ଜରୁରୀ କାଳୀନ ଅଧିକାରୀ, ଶ୍ରୀ ଉମା ପ୍ରସାଦ ଦାସ ଏବଂ ଜିଲ୍ଲା ଯୁବ ରେଡକ୍ରସ ଆବାହକ ତଥା ସମ୍ପାଦକ ଡଃ ରଞ୍ଜନ କୁମାର ସ୍ୱାଇଁ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଅଧ୍ୟକ୍ଷ ଶ୍ରୀ ଦୁଷ୍ମନ୍ତ କୁମାର ଜେନା, ଜିଲ୍ଲା ସଂଯୋଜକ ଡ଼ଃ ଆଶିଷ ରାଠୋର, ଜିଲ୍ଲା ମଙ୍ଗଳ ଅଧିକାରୀ, ଶ୍ରୀ ପ୍ରଫୁଲ୍ଲ କୁମାର ଭୂଜବଳ, ଦୁର୍ବିପାକ ଅଧିକାରୀ, ଶ୍ରୀ ଅମୀୟ କୁମାର ମହନ୍ତ, ହେମନ୍ତ କୁମାର ମାଝୀ, କୁନା ନାୟକ, ମଞ୍ଜୁଶ୍ରୀ ବେହେରା, ହରେକୃଷ୍ଣ କିର୍ତ୍ତନୀଆ, ରଞ୍ଜନ ମହାନ୍ତି, ସାମ୍ବାଦିକ, ବୁଦ୍ଧିଜୀବି ଉପସ୍ଥିତ ରହି ଏହି କାର୍ଯ୍ୟକ୍ରମକୁ ସଫଳ କରିଥିଲେ।

nis-ad
Leave A Reply

Your email address will not be published.