ରାଜ୍ୟସ୍ତରୀୟ ନାଟକ ମହୋତ୍ସବର ଚତୁର୍ଥ ରଜନୀରେ ନାଟକ”ଅପେକ୍ଷାରେ ରାମଚନ୍ଦ୍ର”ରେ ନିଜକୁ ହଜେଇଲେ ଦର୍ଶକ

ବ୍ରହ୍ମପୁର–ସଂସାର ସାରା ସମସ୍ତେ ଲଙ୍କାପତି ରାବଣକୁ ରାମାୟଣର ଖଳ ଚରିତ୍ର ଭାବେ ଜାଣନ୍ତି । ଯିଏ ମାତା ସୀତାଙ୍କୁ ହରଣ କରି ଲଙ୍କା ନେଇଆସିବା ପରେ ପ୍ରଭୁ ରାମଚନ୍ଦ୍ରଙ୍କ ସହ ରାବଣଙ୍କ ହୋଇଥିଲା ଭୀଷଣ ଯୁଦ୍ଧ । ରାବଣକୁ ମାରି ସୀତାଙ୍କୁ ଉଦ୍ଧାର କରିଥିଲେ ପ୍ରଭୁ ରାମ । କିନ୍ତୁ ରାବଣ ନିଜେ କହୁଛି ମୁଁ ପ୍ରଭୁ ରାମଚନ୍ଦ୍ରଙ୍କୁ ଅପେକ୍ଷା କରିବସିଛି । ସୀତାଙ୍କୁ ହରଣ କରି ଆଣିବା ପରେ ମଧ୍ୟ କାହିଁକି ପ୍ରଭୁ ରାମଚନ୍ଦ୍ର ଆସୁନାହାନ୍ତି ବୋଲି ରାବଣ ବ୍ୟଗ୍ର ହେଉଛି । ସାଧାରଣ ଲୋକଙ୍କ ରାବଣ ପ୍ରତି ଥିବା ଧାରଣା କୁ ରାବଣ କହୁଛି ମୁଁ ସ୍ୱର୍ଗକୁ ନିଶୁଣି ତିଆରି କରୁଛି । ଆମେ ସମସ୍ତେ ସ୍ୱର୍ଗକୁ ଯିବା ,,ମୁଁ କେବଳ ଅପେକ୍ଷାରେ ରାମଚନ୍ଦ୍ରଙ୍କ ଆଗମନ କେବେ ହେବ ? ରାବଣ କହୁଛି ମୁଁ ଜାଣେ ପ୍ରଭୁ ଆପଣଙ୍କ ଶ୍ରୀଚରଣେ ମୋର ମୃତ୍ୟୁ ତଥାପି ମୁଁ ଅପେକ୍ଷାରେ ରାମଚନ୍ଦ୍ର । ରାବଣକୁ ଏକ ସକାରାତ୍ମକ ଚରିତ୍ରରେ ଚିତ୍ରଣ କରି ସୁନ୍ଦର ଭାବେ ପରିବେଷିତ ହୋଇ ଦର୍ଶକଙ୍କୁ ହଜେଇଦେଇଛି ବିଶିଷ୍ଠ ନାଟ୍ୟକାର ଶଙ୍କର ତ୍ରିପାଠୀଙ୍କ ନାଟକ”ଅପେକ୍ଷାରେ ରାମଚନ୍ଦ୍ର” । ଓଡିଶା ନାଟକ ସମାରୋହ ସମିତି ତରଫରୁ ଆୟୋଜିତ15ତମ ରାଜ୍ୟସ୍ତରୀୟ ନାଟକ ମହୋତ୍ସବର ଚତୁର୍ଥ ସନ୍ଧ୍ୟାରେ ଭୁବନେଶ୍ୱର ବାଗଦେବୀଲିଟରେଚର ଟ୍ରଷ୍ଟ ତରଫରୁ ମଂଚସ୍ଥ ଏହି ନାଟକକୁ ନିର୍ଦ୍ଦେଶନା ଦେଇଥିଲେ ଓଡିଶା ସଙ୍ଗୀତ ନାଟକ ଏକାଡେମୀ ସଚିବ ପ୍ରବୋଧ ରଥ । ନାଟକରେ କୈଳାସ ସେନାପତି ସଙ୍ଗୀତ ନିର୍ଦ୍ଦେଶନା ଦେଇଥିବା ବେଳେ ଅଭିନୟରେ ନିଜେ ନିର୍ଦ୍ଦେଶକ ପ୍ରବୋଧ ରଥ ରାବଣ ଭୂମିକାରେ ଅଭିନୟ କରିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ସ୍ୱସ୍ତିକ ଦାସ,ସୁନିତ ପଟ୍ଟନାୟକ, ଯାମିନିକାନ୍ତ ମିଶ୍ର,କୃଷ୍ଣଚନ୍ଦ୍ର ମିଶ୍ର,ରାଜେଶ ମହାନ୍ତି, ଦେବେନ୍ଦ୍ର,ସୁନ୍ଦରରାୟ, ଜ୍ଞାନଦୀପ ଖୁଣ୍ଟିଆ, ପ୍ରତାପ କିଶୋର ମିଶ୍ର,ଡ଼.ମମତା ତ୍ରିପାଠୀ,ନିବେଦିତା ଦାସ ଓ ଦୀପାଞ୍ଜଳୀ ମହାନ୍ତି ପ୍ରମୁଖଙ୍କ ସହ ଅନ୍ୟମାନେ ନିଖୁଣ ଅଭିନୟ କରିଥିଲେ ।ଚତୁର୍ଥ ସନ୍ଧ୍ୟାର ନାଟକ ପୁର୍ବରୁ ଓଡିଶା ନାଟକ ସମାରୋହ ସମିତିର ସଭାପତି ଅନିଲ ପାତ୍ରଙ୍କ ସଭାପତିତ୍ୱ ରେ ଆୟୋଜିତ ସଭାରେ ଓଡ଼ିଆ ଚଳଚ୍ଚିତ୍ର ଜଗତର ବରିଷ୍ଠ ଅଭିନେତା ପ୍ରଦ୍ୟୁମ୍ନ ଲେଙ୍କା ଯୋଗଦେଇ ଥିବା ବେଳେ ବରିଷ୍ଠ ଅତିଥି ଭାବେ ଆକାଶବାଣୀର ପୂର୍ବତନ ନିର୍ଦ୍ଦେଶକ ତଥା ଆମେସବୁର ସିଇଓ ହୃଷିକେଶ ପାଣିଗ୍ରାହୀ ,ଶାଶ୍ୱତୀ ନାଟ୍ୟସଂସ୍ଥା ର ସଭାପତି ରାମଚନ୍ଦ୍ର ସାସମଲ ପ୍ରମୁଖ ଉପସ୍ଥିତ ଥିଲେ । ନାଟ୍ୟ ନିର୍ଦ୍ଦେଶକ ରାଜଗୋପାଳ ପାଢ଼ୀ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ମହୋତ୍ସବ କମିଟିର ଅଧକ୍ଷ ଡ଼.ମିହୀର ତ୍ରିପାଠୀ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମ ରେ ଅନ୍ୟମାନଙ୍କ ମଧ୍ୟରେ ଅନୁଷ୍ଠାନର ସାଧାରଣ ସମ୍ପାଦକ ସାପା ସୀମାଦ୍ରୀ,ସମ୍ପାଦକ ଶଙ୍କର୍ଷଣ ସାବତ,ଉମେଶ ଚୌଧୁରୀ, କୈଳାସ ପାଣିଗ୍ରାହୀ,ଆରତୀ ପାତ୍ର, ସୁନୀଲ ସ୍ୱାଇଁ,ଇଂ.ମନୋଜ ଦଣ୍ଡପାଟ ,ନମିତା ରାଣୀ ରାଉତ,ସତ୍ୟବ୍ରତ ଦାସ ପ୍ରମୁଖ ସହଯୋଗ କରିଥିଲେ ।

nis-ad
Leave A Reply

Your email address will not be published.