କାମାକ୍ଷାନଗର ଦିଘି ପଞ୍ଚାୟତର ପୂର୍ବତନ ସମିତି ସଭ୍ୟଙ୍କୁ ହତ୍ୟା…

କାମାକ୍ଷାନଗର: ପୂର୍ବତନ ସମିତି ସଭ୍ୟଙ୍କୁ ହତ୍ୟା । ଘରକୁ ଫେରିବା ବେଳେ ସଂଘବଦ୍ଧ ଆକ୍ରମଣ । ହାଣି ପକାଇଲେ ଦୁର୍ବୃତ୍ତ । ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ଦିଘି ପଞ୍ଚାୟତର ପୂର୍ବତନ ସମିତି ସଭ୍ୟଙ୍କୁ ନିର୍ମମ ଭାବରେ ହାତ୍ୟା କରାଯାଇଥିବା ଅଭିଯୋଗ ହୋଇଛି ।

ମୃତକଙ୍କ ନାଁ ସର୍ବେଶ୍ଵର ରାଉତ । ଗତକାଲି ବିଳମ୍ବିତ ରାତିରେ ଘରକୁ ଫେରୁଥିବା ବେଳେ କିଛି ଦୁର୍ବୃତ୍ତ ତାଙ୍କୁ ମାରମାସ୍ତ୍ରରେ ଆକ୍ରମଣ କରିଥିଲେ । ସର୍ବେଶ୍ୱରଙ୍କ ଶରୀରର ବିଭିନ୍ନ ସ୍ଥାନରେ କ୍ଷତ ଚିହ୍ନ ରହିଛି । ପୂର୍ବ ଶତୃତାକୁ ନେଇ ସଂଘବଦ୍ଧ ଭାବେ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି । ଅଧିକ ଖୋଳତାଡ କରୁଛି କାମାକ୍ଷାନଗର ଥାନା ପୋଲିସ ।

nis-ad
Leave A Reply

Your email address will not be published.