ବାତ୍ୟା ଆଶଙ୍କା ନେଇ ବ୍ଳକ ପକ୍ଷରୁ ପୂର୍ବ ପ୍ରସ୍ତୁତି ବୈଠକ

ଦାରିଙ୍ଗବାଡ଼ି (୬/୫) : କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଳକ ସ୍ତରୀୟ ବାତ୍ୟା ଆଶଙ୍କା ନେଇ ବ୍ଳକ ପ୍ରଶାସନ ତଥା ବିଡିଓ ଗଦାଧର ପାତ୍ରଙ୍କ ଅଧ୍ୟକ୍ଷତାରେ ପୂର୍ବ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇ ଥିଲା । ବ୍ଳକର ସରକାରୀ, ବେସରକାରୀ ସମସ୍ତ ବିଭାଗ ମୁଖ୍ୟ ମାନେ ଉପସ୍ଥିତ ରହି ବାତ୍ୟା ଜନିତ ବିଭିନ୍ନ ସମସ୍ୟାର ସମାଧାନ ଦିଗରେ କେଉଁ ବିଭାଗ କଣ କରିବେ ସେନେଇ ଆଲୋଚନାରେ ମତାମତ ପ୍ରଦାନ କରିଥିଲେ । ମୁଖ୍ୟତଃ ବ୍ଳକ ,ଅଗ୍ନିଶମ ,ପୂର୍ତ୍ତ, ଗ୍ରାମ୍ୟ ଉନ୍ନୟନ, ସ୍ୱାସ୍ଥ୍ୟ, ଶିକ୍ଷା ଓ ପୋଲିସ ବିଭାଗ ସହିତ ସ୍ବେଚ୍ଛାସେବୀ ଅନୁଷ୍ଠାନ ଜାଗୃତି ପ୍ରତିନିଧି ନିଜ ନିଜ ପାଖରେ ରହିଥିବା ମାନବ ସମ୍ବଳ , ବିଭିନ୍ନ ସୁବିଧା ସମ୍ପର୍କରେ ସୂଚନା ଦେଇ ବାତ୍ୟା ମୁକାବିଲା କରିବାନେଇ ପୂର୍ବବାତ୍ୟାରେ କାର୍ଯ୍ୟ କରିଥିବା ଅନୁଭୂତି ପ୍ରଦାନ କରିଥିଲେ । ବୈଠକରେ ତହସିଲଦାର ଡା. ଅଶୋକ କୁମାର ଦାସ, ଜନ ସ୍ଵାସ୍ଥ୍ୟ ଅଧିକାରୀ ଡା.ଜାକେଶ ସାମନ୍ତରାୟ, ଜାଗୃତି ସଂପାଦକ କୈଳାଶ ଚନ୍ଦ୍ର ଦଣ୍ଡପାଟ ପ୍ରମୁଖଙ୍କ ଉପସ୍ଥିତ ଥିଲେ ।

nis-ad
Leave A Reply

Your email address will not be published.