୪୧ ଜଳସାଥୀ ସମ୍ବର୍ଦ୍ଧିତ

ସର୍ବାଧିକ ଜଳକର ସଂଗ୍ରହ କରି ସବିତା ରଥ ରାଜ୍ୟରେ ପ୍ରଥମ

ସୁନ୍ଦରଗଡ/ରାଉରକେଲା(୬/୫) : ରାଉରକେଲାର ଜଳସାଥୀ ସବିତା ରଥ ସମଗ୍ର ରାଜ୍ୟରେ ସର୍ବାଧିକ ଜଳ କର ସଂଗ୍ରହ କରି ରାଜ୍ୟସ୍ତରରେ ଶ୍ରେଷ୍ଠ ଜଳସାଥୀ ଭାବରେ ବିବେଚିତ ହୋଇଛନ୍ତି। ସେ ଅପ୍ରେଲ ମାସରେ ମୋଟ ୧୦ ଲକ୍ଷ ୪୭ ହଜାର ୧୦୩ ଟଙ୍କା ଜଳ କର ବାବଦ କୁ ସଂଗ୍ରହ କରିଛନ୍ତି। ରଥ ସମେତ ରାଜ୍ଯ ସରକାର ଙ୍କ ଘୋଷଣା କରିଥିବା ଶ୍ରେଷ୍ଠ ୧୦ ଜଣ ମଧ୍ୟରେ ୫ ଜଣ ରାଉରକେଲାର ଜଳସାଥୀ ସ୍ଥାନ ପାଇଛନ୍ତି । ସେମାନଙ୍କୁ ଆଜି ଓ୍ବାଟକୋ ଡିଭିଜନ’ ରାଉରକେଲା ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି।

ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ତଥା ରାଉରକେଲା ମହାନଗର ନିଗମ ର ଆୟୁକ୍ତ ଡାକ୍ତର ଶୁଭଙ୍କର ମହାପାତ୍ର ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଶ୍ରେଷ୍ଠ ପାଂଚ ଜଣ ଜଳସାଥୀ ମାନଙ୍କୁ ଟ୍ରଫି ପ୍ରଦାନ କରି ସମ୍ମାନିତ କରିଛନ୍ତି। ସେମାନେ ହେଲେ ରାଉରକେଲା ର ସବିତା ରଥ ସହିତ ଲିଲି ଜେନା ୪ର୍ଥ,ରାଜଶ୍ରୀ ମିଶ୍ର ୫ମ, ରଶ୍ମି ରେଖା ପାଣି ୬ଷ୍ଠ ଏବଂ ଲକ୍ଷ୍ମୀ ରାଉତ ଜଳ କର ସଂଗ୍ରହ କରିବାରେ ୯ମ ସ୍ଥାନ ପ୍ରାପ୍ତ କରିଥିବାରୁ ସମ୍ମାନିତ କରାଯାଇଛି। ଏମାନଙ୍କ ବ୍ୟତୀତ ସୁନ୍ଦରଗଡ଼ ପୌରାଚଂଳ, ରାଉରକେଲା ମହାନଗର ନିଗମ, ବୀରମିତ୍ରପୁର ପୌରାଚଂଳ ଓ ରାଜଗାଗପୁର ପୌରାଚଂଳ ର ମୋଟ ୪୧ ଜଣ ଜଳସାଥୀ ମାନଙ୍କୁ ସମ୍ମାନିତ କରିଛନ୍ତି। ଶ୍ରୀଯୁକ୍ତ ମହାପାତ୍ର ସମ୍ବୋଧନରେ ରାଜ୍ଯ ସ୍ତରରେ ରାଉରକେଲା ର ଜଳ ସାଥୀ ମାନଙ୍କ ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ତାଙ୍କର ପରିଶ୍ରମ କୁ ପ୍ରଶଂସା କରି ଥିଲେ। ସେ କହିଥିଲେ ଯେ ଓ୍ବାଟକୋ ମାଧ୍ଯମ ରେ ମହାନଗର ନିଗମ , ପୌରାଚଂଳ ଅଧିକାଂଶ ଘରେ ଘରେ ଜଳ ଯୋଗାଣସୁବିଧା ପହଞ୍ଚି ପାରିଛି। ଫଳରେ ଉପଭୋକ୍ତା ସଠିକ ସମୟରେ ଜଳ କର ସଳସାଥୀ ମାଧ୍ଯମରେ ପୈଠ କରୁଛନ୍ତି। ରାଉରକେଲା ପରେ ଜୋର ସୋର ରେ ଡ୍ରିଙ୍କ ଫ୍ରମ ଟ୍ୟାପ ଅଭିଯାନ ଚାଲିଛି। ତା ସହିତ ପ୍ରତ୍ୟେକ ଘରେ ଜଳ ଯୋଗାଣ ସୁ ବ୍ୟବସ୍ଥା ଉପରେ ଜୋର ଦିଆଯାଉଛି। ଏହି କାର୍ଯ୍ୟକ୍ରମରେ ରେ ଓ୍ବାଟକୋ ଡିଭିଜନ ର ମହାପ୍ରବନ୍ଧକ, ରାଉରକେଲା ଶ୍ରୀ ଆଦିଲ ମୋହମ୍ମଦ, ଓ୍ବାଟକୋ ଡିଭିଜନ ର ମହାପ୍ରବନ୍ଧକ, ସୁନ୍ଦରଗଡ଼ ପ୍ରତାପ କେଶରୀ ମହାପାତ୍ର,କାର୍ଯ୍ୟ ନିର୍ବାହୀ ଅଧିକାରୀ ବୀରମିତ୍ରପୁର ପୌରାଚଂଳ ସଂବିତ ଦାସ, କାର୍ଯ୍ୟ ନିର୍ବାହୀ ଅଧିକାରୀ ରାଜଗାଗପୁର ଗୋବିନ୍ଦ ଦଣ୍ଡ ସେନା, ଓ୍ବାଟକୋ ମ୍ୟାନେଜର ସୁଭାଷ ଚନ୍ଦ୍ର ରାଉତ ଉପସ୍ଥିତ ଥିଲେ। ଜଳସାଥୀ ସହ ସଂଯୋଜକ, ରାଉରକେଲା ମହାନଗର ନିଗମ ସନ୍ତୋଷ କୁମାର ଭୁୟାଁ ଧନ୍ୟବାଦ ଅର୍ପଣ କରିଥିଲେ। ଶ୍ରୀକାନ୍ତ ଚୌଧୁରୀ ମଂଚ ପରିଚାଳନା କରିଥିଲେ।

nis-ad
Leave A Reply

Your email address will not be published.