ସୀମାନ୍ତରେ ସୁପର ହିଟ ଚଳଚ୍ଚିତ୍ର ପୁଷ୍ପା ପାର୍ଟ-୨ ର ସୁଟିଙ୍ଗକୁ ନେଇ ଚର୍ଚ୍ଚା

ମାଲକାନଗିରି : କାଲିମେଳା ସାଉଥ ସୁପର ହିଟ ସିନେମା ପୁଷ୍ପା ପାର୍ଟ-୨ ର ସୁଟିଙ୍ଗ ପ୍ରଥମେ ମାଲକାନଗିରି ଜିଲ୍ଲାର ଚିତ୍ରକୋଣ୍ଡା ସ୍ବାଭିମାନ ଅଞ୍ଚଳରେ ହେବାକୁ ଅନୁମାନ କରଯାଇଥିଲା କିନ୍ତୁ ବର୍ତ୍ତମାନ ଏହା ମାଲକାନଗିରି ଆନ୍ଧ୍ର ସିମାନ୍ତ ପୋଲେରୁ ଓ ମୋତୁଗୁଡେମ ଅଞ୍ଚଳରେ ହେବ ବୋଲି ଜଣାପଡିଛି । ଯେଉଁଥି ପାଇଁ ସିନେମାର ନିର୍ଦ୍ଦେଶକ ସୁମର, ସହାୟକ ନିର୍ଦ୍ଦେଶକ ଏମ ପ୍ରସାଦ ଓ କ୍ୟାମେରା ମେନ କ୍ବାବା ଙ୍କ ସିନେମା ପ୍ରଡକସନ ସଂସ୍ଥାର ଏକ ଟିମ ପୋଲେରୁ ଓ ମୋତୁଗୁଡେମ ଅଞ୍ଚଳ ବୁଲି ଅନେକ ସାଇଟ ଚିହ୍ନଟ କରିଛନ୍ତି । ଆସନ୍ତା୭ ତାରିଖରୁ ଏଠାରେ ପୁଷ୍ପା-୨ ର ସୁଟିଙ୍ଗ ଆରମ୍ଭ ହେବ ବୋଲି ଜଣାପଡିଛି ସୁପର ହିଟ ପୁଷ୍ପା-୨ କୁ ନେଇ ସମଗ୍ର ଦେଶରେ ନୂତନ ଉତ୍ସାହ ଦେଖା ଦେଇଥିବା ବେଳେ ଏହି ଚଳଚିତ୍ର ସୁଟିଙ୍ଗ କୁ ନେଇ ସମଗ୍ର ଆନ୍ଧ୍ରପ୍ରଦେଶ, ଓଡିଶା,ତେଲେଙ୍ଗାନା ଅଞ୍ଚଳରେ ଚର୍ଚ୍ଚା ର ବିଷୟ ପାଲଟିଛି । ବର୍ତ୍ତମାନ ସିନେମା ନିର୍ଦ୍ଦେଶକ ଅଞ୍ଚଳରେ ସିନେମାର ସୁଟିଙ୍ଗ ପାଇଁ ଜାଗା ଚୟନ କରୁଥିବା ଜଣାପଡ଼ିଛି ।

nis-ad
Leave A Reply

Your email address will not be published.