ଲଷ୍ମୀ ନୃସିଂହ ଠାକୁରଙ୍କର ଜନ୍ମଉତ୍ସବ ଅବସରରେ କଳସ ଯାତ୍ରା ଅନୁଷ୍ଠିତ

ଫୁଲବାଣୀ : କନ୍ଧମାଳ ଜିଲ୍ଲା ସଦର ମହକୁମା ସ୍ଥିତ ଜିରିଙ୍ଗିପଡା ଶ୍ରୀ ଶ୍ରୀ ଲଷ୍ମୀ ନୃସିଂହ ମନ୍ଦିର ଠାରେ ପ୍ରଭୁ ଲଷ୍ମୀ ନୃସିଂହ ଠାକୁର ଙ୍କର ଜନ୍ମ ଦିବସ ଚତୁର୍ଦ୍ଦଶୀ ବହୁ ଆଡମ୍ବରରେ ପାଳନ ହୋଇଯାଇଛି। ଏହି ଅବସରରେ କଳସ ଯାତ୍ରା ଅନୁଷ୍ଠିତ ହୋଇଥିଲା। ଜିରିଙ୍ଗିପଡା ଗ୍ରାମର ସମସ୍ତ ଆବାଳ ବୃଦ୍ଧ ବନିତା ଠାକୁରଙ୍କର ମନ୍ଦିରରୁ ବାହାରି ହରେ କୃଷ୍ଣ ହରେ ରାମ ନାମ ସଂକୀର୍ତ୍ତନ ପୁରୁଷ ଓ ମହିଳା ଦଳ ସହ ବିରାଟ ସଭାଯାତ୍ରା ରେ ସ୍ଥାନୀୟ ମାଁ ନାରାୟଣୀ ମନ୍ଦିର ନିକଟରେ ପ୍ରଭାହିତ ସାଲୁଙ୍କି ନଈ କୁ ଯାଇ ଜଳ ଆଣି ସେଠାରେ ପୂଜାର୍ଚ୍ଚନା କରିବା ସହ କଳସ ଧରି କଳସ ଶୋଭାଯାତ୍ରାରେ ଫୁଲବାଣୀ ସହର ପରିକ୍ରମା କରି ମନ୍ଦିରରେ ପହଞ୍ଚିଥିଲେ । ପରବର୍ତ୍ତୀ ସମୟରେ ଜିରିଙ୍ଗିପଡା ଲଷ୍ମୀ ନୃସିଂହ ମନ୍ଦିରରେ ନାଭି ହୋମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମ ବେଳେ ଓ ଠାକୁରଙ୍କର ଆଶୀର୍ବାଦ କୃପା ଲାଭ କରିବା ନିମନ୍ତେ ହଜାର ହଜାର ଶ୍ରଦ୍ଧାଳୁ ଙ୍କର ଭିଡ଼ ଜମିଥିବା ଦେଖିବା କୁ ମିଳିଥିଲା। ଠାକୁର ଜନ୍ମ ଦିବସର ସଂଧ୍ୟା ସମୟରେ ଆଳତି କାର୍ଯ୍ୟକ୍ରମ ହୋଇଥିବା ବେଳେ ଭକ୍ତ ମାନେ ନିଜର ମାନସିକ ପୂରଣ ନିମନ୍ତେ ୧୦୦୧ ଦୀପ ଦାନ କରିଥିଲେ। ପ୍ରଭୁ ଲଷ୍ମୀ ନୃସିଂହ ଠାକୁରଙ୍କର ଜନ୍ମତ୍ସବ ଅବସରରେ ପ୍ରତ୍ୟେକ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଚନ୍ଦନ ଯାତ୍ରା ଅନୁଷ୍ଠିତ ହେବା ନିମନ୍ତେ କମିଟି ପକ୍ଷରୁ ସ୍ଥିର କରାଯାଇଛି। ଯାତ୍ରା ପରିଚାଳନା କରିବା ପାଇଁ ଏକ ଯାତ୍ରା ପରିଚାଳନା କମିଟି ଗଠନ କରାଯାଇଛି। ଉକ୍ତ ଚନ୍ଦନ ଯାତ୍ରା ଠାକୁର ଙ୍କର ଜନ୍ମ ଦିବସ ତା ୪/୫ ଠାରୁ ୨୧/୫/୨୦୨୩ ରିଖ ପର୍ଯ୍ୟନ୍ତ ଦୀର୍ଘ ୧୮ ଦିନ ଧରି ଶ୍ରଦ୍ଧାଳୁ ତଥା ଦର୍ଶକ ଙ୍କର ମନକୁ ଛୁଇଁଲା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପ୍ରତିଦିନ ସନ୍ଧ୍ୟାରେ ଅନୁଷ୍ଠିତ ହେବ ବୋଲି ଶ୍ରୀ ଲଷ୍ମୀ ନୃସିଂହ ଯାତ୍ରା ପରିଚାଳନା କମିଟି ଜିରିଙ୍ଗିପଡା ସଭାପତି ଶିଵ ଶଙ୍କର ବେହେରା ଗଣମାଧ୍ୟମକୁ ସୂଚନା ଦେଇଥିଲେ। କଳସ ଯାତ୍ରା ସଭା ଯାତ୍ରାରେ ଗ୍ରାମ କମିଟି ସଭାପତି ସୁଜିତ କୁମାର ବେହେରା ଓ ବଳଦେବ ବେହେରା ଙ୍କର ନେତୃତ୍ୱରେ କଳସ ଶୋଭା ଯାତ୍ରାରେ ଯାତ୍ରା ପରିଚାଳନା କମିଟିର କାର୍ଯ୍ୟକାରୀ ସଭାପତି କରମ ବେହେରା, ଉପ ସଭାପତି ମନୋଜ କଁହର, ସାଧାରଣ ସମ୍ପାଦକ ଦାରୁଣ ବେହେରା,ସହ ସମ୍ପାଦକ ନୀଳକଣ୍ଠ ନାୟକ, ସାଂସ୍କୃତିକ ସମ୍ପାଦକ ବୈଦ୍ୟନାଥ ନାୟକ, ସହ ସମ୍ପାଦକ ପାଞ୍ଚିଲି ବେହେରା, କୋଷାଧ୍ୟକ୍ଷ ଲଳିତ କୁମାର ବେହେରା , ବିକ୍ରମ ବେହେରା, ବରିଷ୍ଠ ଉପଦେଷ୍ଟା ପଙ୍କଜ ବେହେରା, ବାବୁଲା ବେହେରା, ସମସ୍ତ ମହିଳା ବାହିନୀ କର୍ମକର୍ତ୍ତା,ଏବଂ ସମସ୍ତ ସଦସ୍ୟ ଯୋଗ ଦେଇଥିଲେ।

nis-ad
Leave A Reply

Your email address will not be published.