ସର୍ବ ଦଳୀୟ ପ୍ରତିବାଦରେ ଟଳିଲା ରେଳବୁକିଂ କାଉଣ୍ଟର ସ୍ଥାନାନ୍ତର

ନବରଙ୍ଗପୁର : ଜିଲ୍ଲାର ସଦର ମହକୁମା ଠାରେ ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲାର ଦଳ ମତ ନିର୍ବିଶେଷରେ ସହର ବାସୀଙ୍କ ଏକତା । ପ୍ରସଙ୍ଗ ଥିଲା ଆଜି ନବରଙ୍ଗପୁର ସହର ବସଷ୍ଟାଣ୍ଡ ନିକଟରେ ଥିବା ଏକ ରେଳ ଟିକେଟ ବୁକିଂ କାଉଣ୍ଟର। ତାହାର ଅନିୟମିତତା ବାରମ୍ବାର ଡି ଆର୍ ଏମ ନିକଟରେ ଅଭିଯୋଗ ହୋଇ ଆସୁଥିଲା। ଆଜି ଡି ଆର୍ ଏମ କାର୍ଯ୍ୟଳୟ ପକ୍ଷରୁ ଏକ ତଦନ୍ତ କାରୀ ଦଳ ପହଞ୍ଚି ନବରଙ୍ଗପୁର ରେଳ ଟିକେଟ ବୁକିଙ୍ଗ କାଉଣ୍ଟର ଯାଞ୍ଚ କରିବା ସହ ଏହି କାଉଣ୍ଟରକୁ ସ୍ଥାନାନ୍ତର କରିବା ପାଇଁ ନିଷ୍ପତ୍ତି ନେବାକୁ। କୌଣସି ଏକ ସୂତ୍ରରୁ ଏହା ଜାଣି ପାରି ନବରଙ୍ଗପୁର ସହରର ସମସ୍ତ ରାଜ ନୈତିକଦଳର ପ୍ରତିନିଧି କର୍ମୀ, ସହରର ବୁଦ୍ଧିଜୀବୀ ଏକତ୍ରିତ ହୋଇ ଵୁକିଂ କାଉଣ୍ଟର ଉଚ୍ଛେଦ ଓ ସ୍ଥାନାନ୍ତର ନିଷ୍ପତ୍ତିକୁ ପ୍ରତିବାଦ କରି ବିରୋଧ କରିଥିଲେ। ଫଳରେ ଡି.ଆର.ଏମ କାର୍ଯ୍ୟଳୟ ବିଶାଖାପାଟନମରୁ ଆସିଥିବା ପ୍ରତିନିଧି ଦଳ କାଉଣ୍ଟରରେ ଜନ ସମାଗମ ହୋଇ ପ୍ରତିବାଦ ବିରୋଧ କରିବା ଉପରିସ୍ଥ ଅଧିକାରୀଙ୍କୁ ଜଣାଇ ଥିଲେ। ବିଜୁ ଜନତା ଦଳ ପକ୍ଷରୁ ପ୍ରମୋଦ ରଥ, ଭୀମ ହରିଜନ, ସରୋଜ ମିଟୁ ପାତ୍ର , ଜିତେନ୍ଦ୍ର ଦାସ, ବିଜେପି ନଗର ମଣ୍ଡଳ ସଭାପତି ଶ୍ରୀଧର ପାତ୍ର ସନ୍ତୋଷ ପାତ୍ର, ସରୋଜ କୁମାର ବେହେରା, ଦଳିତ ମଞ୍ଚ ପକ୍ଷରୁ ଭଗବାନ ବୈରାଗୀ, ନବ ନିର୍ବାଚିତ କାଉନସିଲର ନଗେନ୍ଦ୍ର ପଟ୍ଟନାୟକ , ସମାଜସେବୀ ବାଙ୍କ ବିହାରୀ ବିଷୋୟୀ ତଥା ବହୁ ସଂଖ୍ୟକ ବୁଦ୍ଧିଜୀବୀ ସର୍ବ ସାଧାରଣ ଉପସ୍ଥିତ ରହି ଟିକେଟ କାଉଣ୍ଟରରେ ସିସିଟିଭି, ନାମ ଫଳକ ଲଗାଇବାକୁ ଅନୁରୋଧ କରିଥିଲେ। ଶେଷରେ ଡିଆରଏମ ଫୋନ୍ ଯୋଗେ ଉଚ୍ଛେଦ କିମ୍ୱା ସ୍ଥାନାନ୍ତର ନିଷ୍ପତ୍ତି ବାତିଲ ହୋଇଥିବା ସୂଚନା ପ୍ରଦାନ କରିଥିଲେ। ଏପରି ନିଷ୍ପତ୍ତିକୁ ନବରଙ୍ଗପୁର ବାସୀ ଖୁସି ବ୍ୟକ୍ତ କରିଛନ୍ତି ।

nis-ad
Leave A Reply

Your email address will not be published.