ଶ୍ରମିକମାନେ ସର୍ବଶ୍ରେଷ୍ଠ ବିନ୍ଧାଣୀ : ପୌରାଧ୍ୟକ୍ଷା, ଫୁଲବାଣୀ

ଫୁଲବାଣୀ : ଆଜି ସାରା ବିଶ୍ଵରେ ଶ୍ରମିକ ଦିବସ ପାଳନ କରାଯାଉଛି । ଏହି ଅବସରରେ ଆଜି ସ୍ଥାନୀୟ ଗାନ୍ଧୀ ସ୍ମୃତି ଭବନ ଠାରେ ଜିଲ୍ଲା ପ୍ରଶାସନ, କନ୍ଧମାଳ ଓ ଜିଲ୍ଲା ଶ୍ରମ ବିଭାଗର ମିଳିତ ଆନୁକୂଲ୍ୟରେ ଜିଲ୍ଲା ସ୍ତରୀୟ ମଇ ଦିବସ/ଆନ୍ତର୍ଜାତିକ ଶ୍ରମିକ ଦିବସ-୨୦୨୩ ଜୁ ମହାସମାରୋହର ‘ ସହିତ ପାଳନ କରାଯାଇଛି। ଏହି ଉପଲକ୍ଷେ ଆୟୋଜିତ ବୈଠକରେ ମୁଖ୍ୟ ଅତିଥିଭାବେ ଯୋଗଦେଇ କନ୍ଧମାଳ ଉପ-ଜିଲ୍ଲାପାଳ ଶେଷଦେବ ମିଶ୍ର କହିଲେ, ସାରା ବିଶ୍ଵର ମାନଚିତ୍ର ବଦଳିବାରେ ମୁଖ୍ୟ ଭୂମିକା ରହିଛି ଏହି ଶ୍ରମିକ ମାନଙ୍କର । ସେ କୁଶଳୀ ହେଉ ବା ଅଣ କୁଶଳୀ ଶ୍ରମିକ ହେଉ ସେମାନଙ୍କ ଶ୍ରମ ଦାନ ଫଳରେ ଆଜି ସାରା ବିଶ୍ଵର ଉନ୍ନତି ସମ୍ଭବ ହୋଇପାରିଛି । ସେଥିପାଇଁ ସେମାନଙ୍କୁ ଆଜିର ଦିନରେ ପୁରସ୍କୃତ କରାଯାଉଛି, ସେମାନଙ୍କ କାର୍ଯ୍ୟକୁ ପ୍ରଶଂସା ମଧ୍ୟ କରାଯାଉଛି । ସମ୍ମାନୀତ ଅତିଥିଭାବେ ଯୋଗଦେଇ ଫୁଲବାଣୀ ପୌରାଧ୍ୟକ୍ଷା ଶ୍ରୀମତୀ ସ୍ମିତାରାଣୀ ମହାନ୍ତି କହିଲେ,ବର୍ଷରେ ଗୋଟିଏ ଦିନ ହେଉ ପଛେ ଶ୍ରମିକମାନଙ୍କୁ ସମ୍ମାନ ପ୍ରଦର୍ଶନ ପାଇଁ ଏଭଳି ଗୋଟିଏ ଦିନ ପାଳନ କରାଯାଉଛି । ଏହି ସଭାସ୍ଥଳ ଠାରୁ ଆରମ୍ଭ କରି ଯେତେଗୁଡ଼ିଏ କୋଠାବାଡ଼ି, ଉଚ୍ଚ ଅଟ୍ଟାଳିକା ଏବଂ ଯାହାବି ଆମକୁ ସୁଖ ଓ ଆରାମ ଯୋଗାଇ ଦେଉଛି ସବୁଥିରେ ସେହି ଶ୍ରମିକ ଭାଇଭଉଣୀ ମାନଙ୍କର ଶ୍ରମଦାନ ନିଶ୍ଚୟ ରହିଛି । ସେମାନେ ଆମର ସର୍ବଶ୍ରେଷ୍ଠ ବିନ୍ଧାଣୀ । ସେମାନଙ୍କୁ ଯେତେ ସମ୍ମାନ ଦେଲେ ମଧ୍ୟ କମ୍ କୁହାଯିବ। ଆମ ଜିଲ୍ଲାରୁ ବାହାରକୁ ଯାଇ ଖଟି ରୋଗାକ୍ରାନ୍ତ ହୋଇ ଫେରିବା ଏବଂ ବେଳେ ବେଳେ ମୃତ୍ୟୁମୁଖରେ ପଡ଼ିବା ଭଳି ଘଟଣା ଯେପରି ନ ଘଟିବ ସେଥିପ୍ରତି ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେବାକୁ ସେ ଅନୁରୋଧ କରିଥିଲେ। ଅନ୍ୟତମ ସମ୍ମାନୀତ ଅତିଥିଭାବେ ଯୋଗଦେଇ ସମନ୍ବୟ କମିଟିର ସଭାପତି ପ୍ରଫୁଲ୍ଲ ବେହେରା ମଧ୍ୟ ଜିଲ୍ଲାର ଶ୍ରମିକ ତଥା ସେମାନଙ୍କର ପରିବାରର ଉନ୍ନତି ପାଇଁ ଥିବା ଯୋଜନା ଗୁଡ଼ିକୁ କାର୍ଯ୍ୟକାରୀ କରିବାରେ ବିଭାଗୀୟ ଅଧିକାରୀ ମାନଙ୍କର ସହଯୋଗ ଏହି ସଭାରେ,ବିଭାଗୀୟ ସରକାରୀ ଅଧିକାରୀ, ଜିଲ୍ଲାର ନିର୍ମାଣ ଶ୍ରମିକ ଓ ଗଣମାଧ୍ୟମର ପ୍ରତିନିଧି ମାନେ ଯୋଗ ଦେଇଥିଲେ ।

nis-ad
Leave A Reply

Your email address will not be published.