ଜଙ୍ଗଲ ଭିତରେ ଅଜଣା ବ୍ୟକ୍ତିଙ୍କ ଝୁଲନ୍ତା ଶବ

ଉମରକୋଟ(୩୦/୦୪) : ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ କୁରାବେଡା ପଂଚାୟତ ଅନ୍ତର୍ଗତ କଳିଆପଦର ଗ୍ରାମର ଜଙ୍ଗଲ ମଝିରେ ଜଣେ ଅଜଣା ବ୍ୟକ୍ତି ବେକରେ ଫାସୀ ଦେଇ ଆଜି ଦିନ ସାରା ଏକ ଆମ୍ବ ଗଛରେ ଝୁଲୁଥିବା ଅବସ୍ତାରେ କଳିଆପଦର ଓ ଆଖପାଖ ଅଞ୍ଚଳର ଲୋକମାନେ ଦେଖିବାକୁ ପାଇଥିଲେ l ଏହି ପରି ଏକ ମୃତ ଦେହ ଝୁଲନ୍ତା ଅବସ୍ଥାରେ ଥିବାରୁ ବର୍ତ୍ତମାନ କଳିଆପଦର ଗ୍ରାମରେ ଭୟର ବାତାବରଣ ସୃଷ୍ଟି ହେଇଥିଲା | ମୃତ ଲୋକଟି ର ପରିଚୟ ମିଳି ନ ଥିବା ବେଳେ ପୋଲିସକୁ କଳିଆପଦର ଗ୍ରାମର ଲୋକ ମାନେ ବାରମ୍ବାର ରାଇଘର ଥାନାରେ ଜଣାଇବା ପରେ ମଧ୍ୟ ପୋଲିସ ଏ ପର୍ଯ୍ୟନ୍ତ ଶବଟିକୁ ବାହାର କରି ନ ଥିବାର ଦେଖିବାକୁ ମିଳିଛି l

nis-ad
Leave A Reply

Your email address will not be published.