କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଜି. କିଶନ ରେଡ୍ଡୀ ହସପିଟାଲରେ ଭର୍ତ୍ତି

କେନ୍ଦ୍ରୀୟ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଜି. କିଶନ ରେଡ୍ଡୀ ହସପିଟାଲରେ ଭର୍ତ୍ତି ହୋଇଛନ୍ତି । ଗତକାଲି ରାତି ପ୍ରାୟ ୧୦ଟା ୫୦ ମିନିଟରେ ସ୍ୱାସ୍ଥ୍ୟବସ୍ଥା ବିଗିଡିବା କାରଣରୁ ତାଙ୍କୁ ଏମ୍ସରେ ଭର୍ତ୍ତି କରାଯାଇଛି । ଛାତିରେ ଯନ୍ତ୍ରଣା ଅନୁଭବ କରିବା ଯୋଗୁଁ ହସପିଟାଲରେ ଭର୍ତ୍ତି ହୋଇଛନ୍ତି । ତାଙ୍କୁ କାର୍ଡିଓ ନ୍ୟୁରୋ ସେଣ୍ଟର କାର୍ଡିଆକ୍‌ କେୟାର ୟୁନିଟରେ ଆଡମିଟ୍‌ କରାଯାଇଛି । ତେବେ ରେଡ୍ଡୀଙ୍କ ଅବସ୍ଥା ସମ୍ପର୍କରେ କୌଣସି ନୂତନ ସୂଚନା ମିଳିନାହିଁ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ‘ମନ କି ବାତ୍’ କାର୍ଯ୍ୟକ୍ରମର ଐତିହାସିକ ଏପିସୋଡର କାର୍ଯ୍ୟକ୍ରମରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନର୍ବାହ କରିଥିଲେ । ଉଦ୍‌ଘାଟନୀ ଅଧିବେଶନକୁ ସମ୍ବୋଧିତ କରିଥିଲେ । ଏହାପୂର୍ବରୁ ଗୁରୁବାର ଦିନ ରେଡ୍ଡୀ ପ୍ରଥମ ଗ୍ଲୋବାଲ୍ ଟୁରିଜିମ୍ ନିବେଶକ ସମ୍ମିଳନୀ ପୂର୍ବରୁ ରୋଡ୍ ଶୋ କରିଥିଲେ । ଏହି ସମୟରେ ପର୍ଯ୍ୟଟନ ଉଦ୍ୟୋଗରେ ଷ୍ଟାର୍ଟଅପ୍‌ ଏବଂ କମ୍ପାନୀ ପାଇଁ ନିବେଶର ଅପାର ସୁଯୋଗ ରହିଥିବା କଥା କହିଥିଲେ ।

ସୂଚନାଯୋଗ୍ୟ, ଶନିବାର ଦିନ ରେଡ୍ଡୀ ସିକନ୍ଦରାବାଦ ରେଳ ଷ୍ଟେସନରେ ‘ଗଙ୍ଗା ପୁଷ୍କରଲା ଯାତ୍ରା ପୁରୀ-କାଶୀ ଅଯୋଧ୍ୟା’ ଭାରତ ଗୌରବ ଟ୍ରେନକୁ ଉଦ୍‌ଘାଟନ କରିଥିଲେ ।

nis-ad
Leave A Reply

Your email address will not be published.