ଭିଜିଲାନ୍ସ ଜାଲରେ ନିର୍ବାହୀ ଯନ୍ତ୍ରୀ: ବିଲ ପାସ୍‌ କରାଇଦେବା ପାଇଁ ନେଉଥିଲେ ୩୦ ହଜାର ଲାଞ୍ଚ

ନରସିଂପୁର : ଭିଜିଲାନ୍ସ ଜାଲରେ ନିର୍ବାହୀ ଯନ୍ତ୍ରୀ । ଲାଞ୍ଚ ନେଉଥିବା ବେଳେ କଟକ ବଡ଼ମ୍ବା ବ୍ଲକ ନିର୍ବାହୀ ଯନ୍ତ୍ରୀ ବାଉରୀବନ୍ଧୁ ପରିଡ଼ାଙ୍କୁ ଧରିଲା ଭିଜିଲାନ୍ସ । ବଡମ୍ବା ବ୍ଲକ ତୁଣୁପୁର ଗାଁର ସରପଞ୍ଚଙ୍କ ସ୍ୱାମୀଙ୍କ ଠାରୁ ବିଲ ପାସ୍‌ କରାଇଦେବା ପାଇଁ ନେଉଥିଲେ ୩୦ ହଜାର ଟଙ୍କା ଲାଞ୍ଚ ।

ସୂଚନାଯୋଗ୍ୟ ଯେ, କଟକ ଜିଲ୍ଲା ବଡମ୍ବା ବ୍ଲକ୍ ଅନ୍ତର୍ଗତ ତୁଣପୁର ଗ୍ରାମର ଜଣେ ବ୍ୟକ୍ତିଙ୍କଠାରୁ କାର୍ଯ୍ୟର ବିଲ୍ କରାଇ ଦେବା ପାଇଁ ୩୦ହଜାର ଟଙ୍କା ଦାବି କରିଥିଲେ । ଏ ବିଷୟରେ ଭିଜିଲାନ୍ସ ବିଭାଗରେ ଅଭିଯୋଗ ହୋଇଥିଲା । ଯୋଜନା ମୁତାବକ ୩୦ ହଜାର ଟଙ୍କା ଲାଞ୍ଚ ନେବାବେଳେ ପୂର୍ବରୁ ଯୋଜନାବଦ୍ଧ ଭାବେ ରହିଥିବା ଭିଜିଲାନ୍ସ ଟିମ୍ ତାଙ୍କୁ ଗିରଫ କରିଛି । ବଡମ୍ବା ବ୍ଲକ୍ ଏବଂ କଟକ ବାଲିକୁଦା ବାସଭବନରେ ଭିଜିଲାନ୍ସ ଟିମ୍‌ ଚଢାଉ କରିଛି ।

nis-ad
Leave A Reply

Your email address will not be published.