କୁଆଁରମୁଣ୍ଡା /ନୂଆଗାଁ:(୨୭/୦୪/୨୦୨୩)
କଥାରେ ଅଛି ଯୋଡ଼ାକୁ ଘୋଡ଼ା ସରି ନୁହେଁ। ଅର୍ଥାତ୍ ଯେଉଁ ମଣିଷ ସହ ତା’ ସମ୍ପର୍କୀୟ ବ୍ୟକ୍ତି ସିଏ ଭାଇ ହେଉ କି ବନ୍ଧୁ ଥାଏ ସେ ଦୁନିଆର ଯେକୌଣସି ଶକ୍ତିକୁ ପରାଜୟ କରିପାରେ । କିନ୍ତୁ ସଭ୍ୟତାର ପାହାଚ ଚଢ଼ି ଚଢ଼ି ଆଜି ସମୟରେ ମଣିଷ ଏତେ ମାତ୍ରାରେ ଲୋଭ ଗ୍ରସ୍ତ ହୋଇଛି ଯେ ଅନ୍ୟ ମଣିଷ ତ ଦୂରର କଥା ନିଜ ପରିବାର ବର୍ଗଙ୍କ ଉପରେ ଅସହିଷ୍ଣୁ ହୋଇ ହତ୍ୟା ଭଳି ତୁମୁଳ କାଣ୍ଡ ଭିଆଉଛି । ଏଭଳି ଏକ ମର୍ମନ୍ତୁଦ ଘଟଣା ଦେଖିବାକୁ ମିଳିଛି ସୁନ୍ଦରଗଡ଼ ଜିଲ୍ଲା ନୂଆଗାଁ ବ୍ଳକ ଅନ୍ତର୍ଗତ ତାଇନ୍ଦା ଗାଆଁରେ । ଦୀର୍ଘ ଦିନର ଜମି ବିବାଦର ସମାଧାନ ନିମନ୍ତେ ଗତକାଲି ରାଜସ୍ବ ବିଭାଗର କର୍ମଚାରୀ ପହଞ୍ଚିଥିଲେ ଏବଂ ଯଥାସାଧ୍ୟ ନିଷ୍କର୍ଶ ମଧ୍ୟ ଜଣାଇ ଦେଇଥିଲେ । କିନ୍ତୁ ଉକ୍ତ ସିଦ୍ଧାନ୍ତରେ ଅସହମତି ପ୍ରକାଶ କରି ସାଧାରଣ ଗୋଟିଏ ଆମ୍ବ ଗଛ କାହାର ହେବ ସେ ବିବାଦ ପ୍ରଥମେ ବଚସାରୁ ଆରମ୍ଭ ହୋଇ ପରେ ହାତାହାତି ପର୍ଯ୍ୟନ୍ତ କଥା ଯାଇଥିଲା । ତେବେ ଗତକାଲି ବିଳମ୍ବିତ ରାତିରେ ଯୋଗେଶ୍ୱର ସିଂ ନାମକ ଜନୈକ ବ୍ୟକ୍ତି ସମ୍ପର୍କୀୟ ଲଳିତ ସିଂ ଙ୍କୁ ପ୍ରଥମେ ଠେଲି ଦେଇ ତଳେ ପକେଇ ଦେଇଥିଲେ । ଉତ୍ୟକ୍ତ ଅବସ୍ଥାରେ ଲଳିତ ସିଂ ଙ୍କ ସମେତ ଅନ୍ୟ ସହଯୋଗୀ ଯଥା କ୍ଷୀରମୋହନ ସିଂ,ରମେଶ ସିଂ, ଚମା ସିଂ ଓ ଅନ୍ୟ କିଛି ସହଯୋଗୀଙ୍କୁ ନେଇ ପ୍ରଥମେ ବାଡ଼ିରେ ମାରିବା ଆରମ୍ଭ କରିଥିଲେ ଏବଂ ପରେ ପରେ ଲଳିତ ସିଂ କ୍ରୋଧ ଜର୍ଜରିତ ହୋଇ ପାଖରେ ପଡିଥିବା ପ୍ରାୟ ୪/୫ କେ.ଜି. ଏକ ପଥର ଛେଚି ଯୋଗେଶ୍ୱର ସିଂଙ୍କ ଉପରେ ଛେଚି ଦେଇଥିଲେ । ଫଳରେ ଘଟଣା ସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା । ଖବର ପାଇ ନୂଆଗାଁ ଫାଣ୍ଡି ଅଧିକାରୀଙ୍କ ସହ ହାତୀବାରୀ ଥାନା ଭାରାପ୍ରାପ୍ତ ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚି ହତ୍ୟାରେ ସଂଶ୍ଲିଷ୍ଟ ବ୍ୟକ୍ତି ମାନଙ୍କୁ ପୋଲିସ୍ ହେପାଜତକୁ ନେବା ସହ ଶବ ବ୍ୟବଚ୍ଛେଦ ପାଇଁ ପଠାଇଛନ୍ତି । ଥାନା ଭାରାପ୍ରାପ୍ତ ଅଧିକାରୀ ଶ୍ରୀ ବୀରକିଶୋର ମଲ୍ଲିକଙ୍କ ତରଫରୁ ମିଳିଥିବା ସୂଚନା ମୁତାବକ ହତ୍ୟା ଘଟଣାକୁ ପାଥେୟ କରି ହାତିବାରୀ ଥାନାରେ କେସ ନଂ: ୫୩/୨୬.୦୪.୨୦୨୩ ଆଧାରରେ ଏକ ମାମଲା ରୁଜୁ ହୋଇଛି । ଏହା ସହ ଘଟଣା ସ୍ଥଳରୁ ୩ଟି ବାଡ଼ି ଓ ଗୋଟିଏ ପଥର ମଧ୍ୟ ଜବତ କରାଯାଇଛି। ଘଟଣାରେ ୪ଜଣ ମହିଳା ଓ ୬ଜଣ ପୁରୁଷଙ୍କୁ ଗିରଫ କରି ଭାରତୀୟ ପିଙ୍ଗଳ କୋଡ୍ ଧାରା ୧୪୭,୧୪୮,୧୪୯,୩୦୨,୩୨୩ ଓ ୫୦୬ ଆଧାରରେ କୋର୍ଟ ଚାଲାଣ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି ।
Sign in
Sign in
Recover your password.
A password will be e-mailed to you.