ଟିକିରି ରେ ସମଲେଶ୍ଵରୀ ଏକ୍ସପ୍ରେସ୍ ରହଣୀ ଓ ରେଳ ଷ୍ଟେସନ ମୁଖ୍ୟ ରାସ୍ତା ମରାମତି ପାଇ ବୈଠକ

କାଶିପୁର : ରାୟଗଡା ଜିଲା କାଶିପୁର ବ୍ଳକ ଟିକିରି ରେଳ ଷ୍ଟେସନ ରେ ସମଲେଶ୍ଵରୀ ଏକ୍ସପ୍ରେସ୍ ରହଣୀ ପାଇ ଟିକିରି ଶିବ ମଦିର ନିକଟରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । କୋଭିଡ୍ ପୂଵରୁ ସମଲେଶ୍ଵରୀ ଏକ୍ସପ୍ରେସ୍ ଟିକିରି ରେଳ ଷ୍ଟେସନରେ ରହଣୀ ଥିଲା କୋଭିଡ ପାଇ ସବୁ ଟ୍ରେନ ଚଳାଚଳ ବନ୍ଦ କରାଯାଇଥିଲା । ଏହା ପରେ କୋଭିଡ ମାତ୍ରା ଧିରେ ଧିରେ ସଭାବିକ ହେବା ପରେ ଧିରେ ଧିରେ ବିଭିନ୍ନ ଟ୍ରେନ୍ ଚଳାଚଳ କରିଥିଲା ।ଏହା ଟିକିରି ରେଳ ଷ୍ଟେସନରେ ସବୁ ରେଳ ଗାଡିର ରହଣୀ ଥିବା ବେଳେ କିନ୍ତୁ ସମଲେଶ୍ଵରୀ ଏକ୍ସପ୍ରେସ୍ ଟ୍ରେନ ରହଣୀ ନଥିଲା ଓଏହି ରହଣୀ ପାଇ ପୂବରୁ ଦୁଇଥର ରେଳ ରୋକ କରିବା ପାଇ ଟିକିରି ଅଞ୍ଚଳବାସୀ ଚିନ୍ତା କରିଥିବା ବେଳେ ଟିକିରି ସମାଜ ସେଵୀ ଗୌରାଙ୍ଗ ସାହୁ ବିଭିନ୍ନ ସମୟରେ ବିଭିନ ରେଳ ଵିଭାଗ ନିକଟକୁ ଚିଠି ଆକାରେ ଜଣାଇଛନ୍ତି । ଏହା ପରେ ଯେଉ ସମୟରେ ରେଳ ରୋକ କରିବା ପାଇ ଚେଷ୍ଟା କରନ୍ତି। ସେହି ଦିନ ପୂବରୁ ରେଳ ବିଭାଗର କିଛି ଆରପିଏଫ୍ ଅଧିକାରି ମାନେ ଆସି କିଛି ପ୍ରତିସ୍ବତି ଦେଇ ରେଳ ରୋକ ନକରିବା କହିଥାନ୍ତି। ସେହି ଭଳି ବିଭିନ୍ନ ସମୟରେ ଏହି ରେଳ ରୋକ ନ କରିବା ପାଇ ମଧ୍ଯ କହିଛନ୍ତି । ସେହି ଭଳି କିଛି ଦିନ ପୂବରୁ ଏହି ସବୁ ସମାଧନ କରିବା କରା ଯିବ ବୋଲି କହିଥଲେ । ଏହା ପରେ କିଛି ଦିନ ତଳେ ଟିକିରି ରେଳ ଷ୍ଟେସନ ର ମୁଖ୍ୟା ରାସ୍ତା ମରାମତି ପାଇ ମାପି ଥିଲେ ଏହା ପରେ ଏହି ସବୁ ସେହିପରି ରହିଯାଇଛି । ଏହି ସବୁ ସମାଧନ ନ ହେଲେ ଆସନ୍ତା ମେ ମାସ 7 ତାରିଖ ରେ ଟିକିରି ରେଳ ଷ୍ଟେଶନ ରେ ରେଳ ରୋକ କରାଯିବ ବୋଲି ଯିବ ବୋଲି ଚିନ୍ତା କରାଯାଇଛି । ଟିକିରି ହେଉଛି ବ୍ୟବସାୟିଙ୍କ ପେଟ ସ୍ଥଳି ଥିବା ବେଳେ ଏଠାରେ ଯାତ୍ରୀ ସମଲେଶ୍ଵରୀ ଏକ୍ସପ୍ରେସ ଯାତ୍ରା ରୁ ବଞ୍ଚିତ ହେଉଛନ୍ତି। ସେହି ସବୁ ସମସ୍ୟାର ସମାଧାନ ପାଇ ଆଜି ଏକ ବୈଠକ ଅନୁଷ୍ଠିତ ହୋଇଥଲା ଏହି ବୈଠକ ରେ ଗୌରାଙ୍ଗ ସାହୁ,ବିନଦ ନାୟକ, ପ୍ରଫୁଲ ସାହୁ,ବ୍ଳକ ଚେରମେନ୍ କଣ୍ଟ ମାଝି ବଣିକ ସଘ ସଭାପତି ମନୋଜ କୁମାର ବେହେରା, ଇଦ୍ରସାହୁ,କୁନା ସାହୁ,ଉପସ୍ଥିତ ଥିଲେ।

nis-ad
Leave A Reply

Your email address will not be published.