ଦାରିଙ୍ଗବାଡ଼ି ସରକାରୀ ଶିଳ୍ପ ତାଲିମ ପ୍ରତିଷ୍ଠାନରେ ଅଭିଭାବକ ଓ ଶିକ୍ଷକଙ୍କ ମିଳିତ ବୈଠକ

ଦାରିଙ୍ଗବାଡ଼ି (୨୫/୪) : କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ସରକାରୀ ଶିଳ୍ପ ତାଲିମ ପ୍ରତିଷ୍ଠାନରେ ଅଭିଭାବକ ଓ ଶିକ୍ଷକ ମିଳିତରେ ବୈଠକ ଅନୁଷ୍ଠିତ ହୋଇଛି । ଏଠାରେ ଅଞ୍ଚଳରେ ଥିବା ଅନୁସୂଚିତ ଜନଜାତି ଓ ଜାତି, ପଛୁଆ ବର୍ଗ ଓ ସାଧାରଣ ଛାତ୍ରଛାତ୍ରୀଙ୍କ ସୁଦକ୍ଷା ଯୋଜନା ଦ୍ୱାରା ସମ୍ପୂର୍ଣ୍ଣ ଦେୟମୁକ୍ତ ନାମ ଲେଖାଇ ନିଜର ଦକ୍ଷତାକୁ ଅଭିବୃଦ୍ଧି କରି ବିଭିନ୍ନ ସରକାରୀ ଓ ବେ ସରକାରୀ କାର୍ଯ୍ୟରେ ନିଯୁକ୍ତି ହୋଇ ରୋଜଗାର କ୍ଷମ ହେବା ନିମନ୍ତେ ଆହ୍ୱାନ ଦିଆ ଯାଇଛି । ଏହି ତାଲିମ ନିମନ୍ତେ ସରକାରଙ୍କ ବିଭିନ୍ନ ଯୋଜନା , ଆର୍ଥିକ ସହାୟତା ଓ ଅନୁଷ୍ଠାନରେ ରହିଥିବା ବିଭିନ୍ନ ସୁବିଧା ସମ୍ପର୍କରେ ସୂଚନା ଦେବା ସହିତ ଆଇ ଟି ଆଇ ତାଲିମ ପରେ ଉଚ୍ଚ ଶିକ୍ଷା କରି ଛାତ୍ର ଛାତ୍ରୀ କିପରି ନିଜେ ସ୍ୱବଲମ୍ବୀ ହୋଇ ରୋଜଗାର କରି ପାରିବେ ସେ ଉପରେ ବ୍ୟାଖ୍ୟା କରିବା ସହିତ ଅଭିଭାବକ ତଥା ନିଜ ସମ୍ପର୍କୀୟ ଙ୍କୁ କହି ନିଜ ପିଲାଙ୍କ ନାମ ଲେଖାଇବା ପାଇଁ ଆଗ୍ରହ ସୃଷ୍ଟି କରାଯାଇଥିଲା । ଉକ୍ତ କାର୍ଯ୍ୟ କ୍ରମରେ ଅନୁଷ୍ଠାନର ଅଧ୍ୟକ୍ଷ ଇଂ.ପ୍ରଦୀପ କୁମାର ସାହୁଙ୍କ ଅଧ୍ୟକ୍ଷତା କରିଥିବା ବେଳେ, ମୁଖ୍ୟ ଅତିଥି ଭାବେ ଦାରିଙ୍ଗବାଡ଼ି ବିଡ଼ିଓ ଗଦାଧର ପାତ୍ର ଓ ସମ୍ମାନୀତ ଅତିଥି ଭାବେ ସମାଜସେବୀ ଶୂଳପାଣି ଶତପଥୀ , ଜାଗୃତି ସମ୍ଫାଦକ କୈଳାଶ ଚନ୍ଦ୍ର ଦଣ୍ଡପାଟ ଓ ବାଳିକା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷତ୍ରୀ ସବିତା ସାହୁ ପ୍ରମୁଖ ଯୋଗଦେଇ ଆଗାମୀ ୨୩ / ୨୪ ଚଳିତ ବର୍ଷ ଆଇ ଟି ଆଇ ରେ ନାମ ଲେଖାଇବା ପାଇଁ ଉସ୍ଛାହିତ କରିଥିଲେ ।

nis-ad
Leave A Reply

Your email address will not be published.